ମା’ କଟକ ଚଣ୍ଡିଙ୍କ ପୀଠରେ ଆରମ୍ଭ ହେଲା ଷୋଡଶ ଉପଚାର

କଟକ: କଟକ ଅଧିଷ୍ଠାତ୍ରୀ ଦେବୀ ମା’ କଟକ ଚଣ୍ଡିଙ୍କ ପୀଠରେ ଆଜିଠାରୁ ଆରମ୍ଭ ହୋଇଛି ଷୋଡ଼ଶ ଉପଚାର ପୂଜା। ଶରତକାଳୀନ ଦୁର୍ଗାପୂଜାର ଷୋଡ଼ଶ ଦିନାତ୍ମକ ପୂଜା ରୀତିନୀତି ଅନୁଯାୟୀ ଆଜି ସକାଳୁ କଟକ ଚଣ୍ଡିଙ୍କ ପୀଠରେ ଆରମ୍ଭ କରାଯାଇଛି। ଆଜି ପ୍ରଥମେ ସହସ୍ର କୁମ୍ଭାବିଷେକ କରାଯାଇ ଘଟ ସ୍ଥାପନ କରାଯାଇଛି। ଆସନ୍ତାକାଲିଠାରୁ ମା’ କଟକଚଣ୍ଡି ୧୬ଦିନ ପର୍ଯ୍ୟନ୍ତ ବିଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ବିଶ୍ୱାସ ରହିଛି ଏହି ସମୟରେ ମା’ଙ୍କୁ ଦର୍ଶନ କଲେ କୋଟିଜନ୍ମର ପୁଣ୍ୟ […]

ctc1

Rakesh Mallick
  • Published: Sunday, 04 October 2015
  • , Updated: 04 October 2015, 04:01 PM IST

କଟକ: କଟକ ଅଧିଷ୍ଠାତ୍ରୀ ଦେବୀ ମା’ କଟକ ଚଣ୍ଡିଙ୍କ ପୀଠରେ ଆଜିଠାରୁ ଆରମ୍ଭ ହୋଇଛି ଷୋଡ଼ଶ ଉପଚାର ପୂଜା। ଶରତକାଳୀନ ଦୁର୍ଗାପୂଜାର ଷୋଡ଼ଶ ଦିନାତ୍ମକ ପୂଜା ରୀତିନୀତି ଅନୁଯାୟୀ ଆଜି ସକାଳୁ କଟକ ଚଣ୍ଡିଙ୍କ ପୀଠରେ ଆରମ୍ଭ କରାଯାଇଛି। ଆଜି ପ୍ରଥମେ ସହସ୍ର କୁମ୍ଭାବିଷେକ କରାଯାଇ ଘଟ ସ୍ଥାପନ କରାଯାଇଛି। ଆସନ୍ତାକାଲିଠାରୁ ମା’ କଟକଚଣ୍ଡି ୧୬ଦିନ ପର୍ଯ୍ୟନ୍ତ ବିଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ବିଶ୍ୱାସ ରହିଛି ଏହି ସମୟରେ ମା’ଙ୍କୁ ଦର୍ଶନ କଲେ କୋଟିଜନ୍ମର ପୁଣ୍ୟ ମିଳିଥାଏ।

Related story