ମାଓବାଦୀଙ୍କ ଟାର୍ଗେଟରେ ମୋବାଇଲ ଟାୱାର,୧୨ ଦିନରେ କୋରାପୁଟରେ ପୋଡ଼ିଲେ ୩ ଟାୱାର

କୋରାପୁଟ/ଭୁବନେଶ୍ୱର: ମାଓବାଦୀଙ୍କ ଟାର୍ଗେଟରେ ରହିଛି ଆଦିବାସୀ ପ୍ରବଣ ଅଞ୍ଚଳରେ ଥିବା ଟେଲିଫୋନ୍ ଟାୱାର। ଗତ ୧୨ ଦିନ ମଧ୍ୟରେ କୋରାପୁଟ ଜିଲ୍ଲାର କାଠପଡା, କାଳିଆଅଟାଳ ଓ ଚିପାକୁରରେ ତିନୋଟି ମୋବାଇଲ ଟାୱାରକୁ ପୋଡି ଦେଇଛନ୍ତି ମାଓବାଦୀ। କୋରାପୁଟର ବୈପାରୀଗୁଡା ବ୍ଲକରେ ଥିବା ଏହି ତିନି ଗାଁରେ ମୋବାଇଲ ଟାୱାର ପୋଡ଼ି ଆତଙ୍କ ସୃଷ୍ଟି କରିଛନ୍ତି ଲାଲବାହିନୀ। ରାତି ଅଧରେ ଚିପାକୁର ଗାଁରେ ପଶିଥିଲେ ୨୦ ସଶସ୍ତ୍ର ମାଓବାଦୀ। କାହିଁକି ମୋବାଇଲ ଟାୱାର ନିର୍ମାଣ ହେଉଛି ବୋଲି ସ୍ଥାନୀୟ […]

tower-fired-by-mao

Rakesh Mallick
  • Published: Sunday, 27 December 2015
  • , Updated: 27 December 2015, 04:58 PM IST

କୋରାପୁଟ/ଭୁବନେଶ୍ୱର: ମାଓବାଦୀଙ୍କ ଟାର୍ଗେଟରେ ରହିଛି ଆଦିବାସୀ ପ୍ରବଣ ଅଞ୍ଚଳରେ ଥିବା ଟେଲିଫୋନ୍ ଟାୱାର। ଗତ ୧୨ ଦିନ ମଧ୍ୟରେ କୋରାପୁଟ ଜିଲ୍ଲାର କାଠପଡା, କାଳିଆଅଟାଳ ଓ ଚିପାକୁରରେ ତିନୋଟି ମୋବାଇଲ ଟାୱାରକୁ ପୋଡି ଦେଇଛନ୍ତି ମାଓବାଦୀ। କୋରାପୁଟର ବୈପାରୀଗୁଡା ବ୍ଲକରେ ଥିବା ଏହି ତିନି ଗାଁରେ ମୋବାଇଲ ଟାୱାର ପୋଡ଼ି ଆତଙ୍କ ସୃଷ୍ଟି କରିଛନ୍ତି ଲାଲବାହିନୀ। ରାତି ଅଧରେ ଚିପାକୁର ଗାଁରେ ପଶିଥିଲେ ୨୦ ସଶସ୍ତ୍ର ମାଓବାଦୀ। କାହିଁକି ମୋବାଇଲ ଟାୱାର ନିର୍ମାଣ ହେଉଛି ବୋଲି ସ୍ଥାନୀୟ ସରପଞ୍ଚଙ୍କୁ ପଚାରିଲେ ଓ ତାଙ୍କୁ ନିସ୍ତୁକ ମାଡ଼ ମଧ୍ୟ ମାରିଲେ। ତାଙ୍କୁ ମାଡ଼ ମାରିବା ପରେ ଟାୱାରରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ କରିଛନ୍ତି ଚିପାକୁର ସରପଞ୍ଚ ଶ୍ରୀହରି ପାଙ୍ଗୀ। ପୂର୍ବରୁ କାଠପଡା ଓ କାଳିଆ ଅଟାଳରେ ବି ମୋବାଇଲ ଟାୱାର ପୋଡିଦେଇଥିଲେ ମାଓବାଦୀ। ଏନେଇ କୋରାପୁଟ ଏସପି ଚରଣସିଂହ ମୀନା କହିଛନ୍ତି ଯେ ମାଓବାଦୀଙ୍କ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ଭୟଭୀତ କରିବା। ପୋଲିସ ପକ୍ଷରୁ ଏହି ଅଞ୍ଚଳରେ ମିଳିତ କମ୍ବିଂ କରାଯିବା ସହ ଆଲର୍ଟ କରାଯାଇଛି। ବିଏସଏଫ, କୋବ୍ରା,ଏସଓଜି ଓ ପୋଲିସର ମିଳିତ କମ୍ବିଂ ମଧ୍ୟ ଜାରି ରହିଛି ବୋଲି ସେ କହିଛନ୍ତି।

କେନ୍ଦ୍ର ଗୃହ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ୨୦୧୦ରେ ଓଡ଼ିଶାରେ ୧୭ ମୋବାଇଲ ଟାୱାରକୁ ବିସ୍ଫୋରଣ କରି ଉଡାଇ ଦେଇଥିଲେ ମାଓବାଦୀ। ୨୦୧୧ରେ ଏହି ସଂଖ୍ୟା ଥିଲା ୧୧। ୨୦୧୨-୧୩ରେ ମାଓବାଦୀମାନେ ରାଜ୍ୟରେ ୭ଟି ଲେଖାଁଏ ମୋବାଇଲ ଟାୱାରକୁ ପୋଡି ଦେଇଥିଲେ। ୨୦୧୪ରେ କୌଣସି ଟାୱାର ନଷ୍ଟ କରିପାରି ନ ଥିଲା ଲାଲବାହିନୀ। ତେବେ ୨୦୧୫ ଶେଷରୁ ପୁଣି ଟେଲିଫେ।ନ ଟାୱାରକୁ ଟାର୍ଗେଟ୍ କରିଛନ୍ତି ମାଓବାଦୀ।

Related story