ନାରାୟଣପାଟଣା: ବିପୁଳ ପରିମାଣରେ ବିସ୍ଫୋରକ ଜବତ

ନାରାୟଣପାଟଣା: କୋରାପୁଟ ଜିଲ୍ଲା ନାରାୟଣପାଟଣା ଅଞ୍ଚଳରୁ ବିପୁଳ ପରିମାଣର ବିସ୍ଫୋରକ ଜବତ କରାଯାଇଛି। ସୋମବାର ବିଏସ୍ଏଫ ପକ୍ଷରୁ ନାରାୟଣପାଟଣା, କୁମ୍ଭାରୀପୁଟ୍ ଓ ପାଲୁରରେ ମାଓ ବିରୋଧୀ ଅଭିଯାନ ବେଳେ ବିପୁଳ ପରିମାଣର ଆଇଇଡି ସହ ଅନ୍ୟାନ୍ୟ ବିସ୍ଫୋରକ ଜବତ କରାଯାଇଛି। ବିସ୍ଫୋରକ ଜବତ ହୋଇଛି। ବିସ୍ଫୋରକ ସାମଗ୍ରୀ ମଧ୍ୟରେ ୬ କିଲୋଗ୍ରାମର ଗୋଟିଏ କ୍ଲେମର୍ ଆଇଇଡି, ୧୫ କିଲୋଗ୍ରାମର ଦୁଇଟି ଆଇଇଡି ବୋମା, ୫୧ଟି ଗିଲେଟିନ୍ ଷ୍ଟିକ୍, ୧୫୦ ଇଲେକଟ୍ରିକ୍ ଡିଟୋନେଟର, ୨ଟି ଷ୍ଟିଲ କଣ୍ଟେନର୍, ୫୦୦ […]

mao

Rakesh Mallick
  • Published: Tuesday, 10 November 2015
  • , Updated: 10 November 2015, 02:51 AM IST

ନାରାୟଣପାଟଣା: କୋରାପୁଟ ଜିଲ୍ଲା ନାରାୟଣପାଟଣା ଅଞ୍ଚଳରୁ ବିପୁଳ ପରିମାଣର ବିସ୍ଫୋରକ ଜବତ କରାଯାଇଛି। ସୋମବାର ବିଏସ୍ଏଫ ପକ୍ଷରୁ ନାରାୟଣପାଟଣା, କୁମ୍ଭାରୀପୁଟ୍ ଓ ପାଲୁରରେ ମାଓ ବିରୋଧୀ ଅଭିଯାନ ବେଳେ ବିପୁଳ ପରିମାଣର ଆଇଇଡି ସହ ଅନ୍ୟାନ୍ୟ ବିସ୍ଫୋରକ ଜବତ କରାଯାଇଛି। ବିସ୍ଫୋରକ ଜବତ ହୋଇଛି। ବିସ୍ଫୋରକ ସାମଗ୍ରୀ ମଧ୍ୟରେ ୬ କିଲୋଗ୍ରାମର ଗୋଟିଏ କ୍ଲେମର୍ ଆଇଇଡି, ୧୫ କିଲୋଗ୍ରାମର ଦୁଇଟି ଆଇଇଡି ବୋମା, ୫୧ଟି ଗିଲେଟିନ୍ ଷ୍ଟିକ୍, ୧୫୦ ଇଲେକଟ୍ରିକ୍ ଡିଟୋନେଟର, ୨ଟି ଷ୍ଟିଲ କଣ୍ଟେନର୍, ୫୦୦ ଗ୍ରାମ ଆଇରନ୍ ପେଲେଟ୍, ୨ଟି ବ୍ୟାଟେରୀ, ୧୦୦ ମିଟର ତାର, ଗୋଟିଏ ବ୍ୟାରେଲ୍ ରହିଛି। ଏଥିସହ ବହୁ ମାଓ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ଏହି ଅଭିଯାନ ବେଳେ ବିଏସ୍ଏଫ୍ ଯବାନ୍ ଗୋଟିଏ ମାଓ ଆଡ୍ଡା ଉପରେ ଚଢଉ କରିଥିଲେ। ତେବେ ଯବାନଙ୍କୁ ଦେଖି ସେଠାରେ ଥିବା ମାଓବାଦୀମାନେ ଖସି ପଳାଇଥିଲେ।

Related story