ମାଓବାଦୀଙ୍କ ଧମକପୂର୍ଣ୍ଣ ପୋଷ୍ଟର

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନିୟମଗିରି ଅଞ୍ଚଳ ପାରସାଲି ପଞ୍ଚାୟତରେ ତିନିଟି ସ୍ଥାନରେ ମାଓ ପୋଷ୍ଟର ଲାଗିଛି। ଏହି ପୋଷ୍ଟର ସିପିଆଇ ମାଓବାଦୀ ବାସଧରା ଘୁମଷର ନାଗାବଳି ଡିଭିଜନ ମାରିଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପୋଷ୍ଟର ଗୁଡ଼ିକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ପୋଷ୍ଟରରେ ଉଲ୍ଲେଖ ରହିଛି, ନିୟମଗିରି ଅଞ୍ଚଳରେ ରାସ୍ତା ନୁହେଁ ମେଡିକାଲ ଓ ପାନୀୟ ଜଳ ସମସ୍ୟା ସମାଧାନ କରାଯାଉ। ପୋଲିସ ଇନ୍‌ଫର୍ମର […]

naxal-poster-in-kalyansinghpur

Rakesh Mallick
  • Published: Saturday, 18 March 2017
  • , Updated: 18 March 2017, 06:28 PM IST

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନିୟମଗିରି ଅଞ୍ଚଳ ପାରସାଲି ପଞ୍ଚାୟତରେ ତିନିଟି ସ୍ଥାନରେ ମାଓ ପୋଷ୍ଟର ଲାଗିଛି। ଏହି ପୋଷ୍ଟର ସିପିଆଇ ମାଓବାଦୀ ବାସଧରା ଘୁମଷର ନାଗାବଳି ଡିଭିଜନ ମାରିଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପୋଷ୍ଟର ଗୁଡ଼ିକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

ପୋଷ୍ଟରରେ ଉଲ୍ଲେଖ ରହିଛି, ନିୟମଗିରି ଅଞ୍ଚଳରେ ରାସ୍ତା ନୁହେଁ ମେଡିକାଲ ଓ ପାନୀୟ ଜଳ ସମସ୍ୟା ସମାଧାନ କରାଯାଉ। ପୋଲିସ ଇନ୍‌ଫର୍ମର ନ ହୋଇ ମାଓ ସଂଗଠନକୁ ସହଯୋଗକର। ପୋଲିସ ଗିରଫ କଲେ ଜାମିନ ମିଳିବ କିନ୍ତୁ ଆମେ ଦଣ୍ଡ ଦେଲେ ଜୀବନ ଯିବ ବୋଲି ମାଓବାଦୀମାନେ ପୋଷ୍ଟରରେ ଉଲ୍ଲେଖ କରିଛନ୍ତି।

Related story