ନୟାଗଡ଼: ନୟାଗଡ଼ ଚାନ୍ଦପୁରରେ ସଂଗଠିତ ହତ୍ୟାକାଣ୍ଡରେ ସମ୍ପୃକ୍ତ ହତ୍ୟାକାରୀମାନଙ୍କୁ ଧରିବା ଦାବିରେ ଗତକାଲି ଏକ କ୍ୟାଣ୍ଡେଲ ଶୋଭଯାତ୍ରା କରାଯାଇଥିଲା । ୨୦୧୪ ସେପ୍ଟେମ୍ୱର ୬ ତାରିଖ ରାତିରେ ଚାନ୍ଦପୁର ଶାସ୍ତ୍ରୀନଗର କାଶୀନାଥ ପାତ୍ରଙ୍କ ବୋହୁ ଓ ନାତି ନାତୁଣି ସମେତ ୪ ଜଣଙ୍କୁ ହତ୍ୟା କରାଯାଇଥିଲା । ସେତେବେଳେ ଏହି ହତ୍ୟାକାଣ୍ଡ ସାରା ରାଜ୍ୟରେ ଚହଳ ପକାଇଥିଲା । ଏହାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦିଆଯାଇଥିଲା । ହେଲେ ଆଜି ପର୍ଯ୍ୟନ୍ତ ହତ୍ୟାକରୀଙ୍କୁ ଗିରଫ କରାଯାଇପାରିନାହିଁ । ଏ ପରିସ୍ଥିତିରେ ଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରିବା ଦାବିରେ ଚାନ୍ଦପୁର ଶାନ୍ତି କମିଟିର ଆହ୍ୱାନ କ୍ରମେ ହତ୍ୟାକାଣ୍ଡ ସଂଗଠିତ ହୋଇଥିବା ସ୍ଥାନରୁ ଏହି ମହମବତୀ ଶୋଭାଯାତ୍ରା ବାହାରି ରାମଚଣ୍ଡୀ ମନ୍ଦିର ପାଖରେ ପହଞ୍ଚିଥିଲା । ସେଠାରେ ମୃତ ବ୍ୟକ୍ତିଙ୍କୁ ସମ୍ୱର୍ଦ୍ଧନା ଦିଆଯାଇଥିଲା। ଏହି ଶୋଭାଯାତ୍ରାରେ ବିଜେପି ନେତ୍ରୀ ସୁରମା ପାଢୀ, କଂଗ୍ରେସ ନେତା ରମାକାନ୍ତ ମିଶ୍ର ପ୍ରମୁଖ ସାମିଲ ହୋଇଥିଲେ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ତଳକୁ ଝୁଲି ରହିଥିଲା ୧୧ କେଭି ବିଦ୍ୟୁତ୍ ତାର, ଉଠାଇବା ବେଳେ ୨ ଗୁରୁତର
ବିଲ ଦେଇ ଯାଇଥିବା ୧୧କେଭି ବିଦ୍ୟୁତ୍ ତାର ତଳକୁ ଝୁଲି ରହିଥିଲା । କୌଣସି ଅଘଟଣ ଆଶଙ୍କାରେ ତାହାକୁ ଉପରକୁ ଉଠାଇଥିଲେ ଧାନ କଟା ମେସିନ୍ର ଡ୍ରାଇଭର ଓ ହେଲପର ।
Crime
ବାଇକ୍ରେ ଆସିଲେ, ସୁନା ଚେନ୍ ଝାମ୍ପି ନେଲେ
ବାଇକ୍ରେ ଆସିଲେ। ଆଖି ପିଛୁଳାକେ ସ୍ପଷ୍ଟ ଦିବାଲୋକରେ ଥାନା ସମ୍ମୁଖରୁ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଲେ ।
Crime
ମଦ୍ୟପ ପୁଅର ନିର୍ଯାତନା ଅତିଷ୍ଠ କଲା, ଛୁରୀ ଭୁଷିଦେଲା ବାପା
ମଦ୍ୟପ ପୁଅର ନିର୍ଯାତନା ଅତିଷ୍ଠ କଲା। ଯେଉଁ ପୁଅ ବାପାର ସାହାରା ପାଲଟିବା କଥା, ସେ ମୁଣ୍ଡ ବିନ୍ଧାର କାରଣ ପାଲଟିଲା। ମଦ ନିଶାରେ ଚୁର ପୁଅର ସବୁବେଳେ କଲବଲ କରିବାରୁ ତାକୁ ରାସ୍ତାରୁ ସଫା କରିଦେଲା ବାପା।
Crime
ସ୍ୱାମୀ ପାଲଟିଗଲା ସଇତାନ, ସ୍ତ୍ରୀର ବେକ କାଟିଦେଲା
ଘରୋଇ କଳହରୁ ଘଟିଲା ବୀଭତ୍ସ ହତ୍ୟାକାଣ୍ଡ। ସ୍ୱାମୀ ପାଲଟିଗଲା ସଇତାନ । ସାତ ଜନ୍ମ ପାଇଁ ଯାହା ହାତ ଧରିଥିଲା ତା’ ବେକ କାଟି ଦେଲା।
Accident
ବ୍ରିଜ ତଳକୁ ଖସିଲା ସ୍କୁଟି, ଆଖି ବୁଜିଲେ ଚାଳକ
ଭବାନୀ ଷଡ଼ଙ୍ଗୀ କୌଣସି କାମ ପାଇଁ ତୁରେକେଲା ପଟେ ଆସୁଥିଲେ। ମାତ୍ର ପଣ୍ଡେନ ବ୍ରିଜ ନିକଟରେ ତାଙ୍କ ସ୍କୁଟି ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସି ପଡ଼ିଥିଲା।