ନୂଆପଡା: ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କଲେ କେବିକେ କମିଶନର

ନୂଆପଡା: ଦୁଇଦିନିଆ ନୂଆପଡା ଜିଲ୍ଲା ଗସ୍ତରେ ଆସିଛନ୍ତି ଜିଲ୍ଲା ସ୍ୱତନ୍ତ୍ର ପ୍ରଶାସକ ତଥା କେବିକେ କମିଶନର ଅଶୋକ ତ୍ରିପାଠୀ। କେବିକେ ମୁଖ୍ୟ ପ୍ରଶାସକ ଜିଲ୍ଲାର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର ସମୀକ୍ଷା କରିବା ପାଇଁ ଉଚ୍ଚସ୍ତରୀୟ କର୍ମଚାରୀଙ୍କର ଏକ ବୈଠକ ଡାକାଇଥିଲେ। ଏହାପରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା ପାଇଁ ବିଭିନ୍ନ ସ୍ଥଳକୁ ଯାଇଥିଲେ। ସେଥିମଧ୍ୟରେ ରହିଛି ଜିଲ୍ଲାର କୋମନା,ନୂଆପଡା ଓ ଖଡିଆଳ ବ୍ଲକର ବିଭିନ୍ନ ଗାଁ। କେବିକେ ମୁଖ୍ୟ ପ୍ରଶାସକ ଜିଲ୍ଲାର ମରୁଡି ପରିସ୍ଥିତି, ଇନ୍ଦିରାଆବାସ ଯୋଜନା, ସାଧାରଣ […]

nuapada re kbk mukhya prasashaka

Rakesh Mallick
  • Published: Tuesday, 29 September 2015
  • , Updated: 29 September 2015, 12:42 PM IST

ନୂଆପଡା: ଦୁଇଦିନିଆ ନୂଆପଡା ଜିଲ୍ଲା ଗସ୍ତରେ ଆସିଛନ୍ତି ଜିଲ୍ଲା ସ୍ୱତନ୍ତ୍ର ପ୍ରଶାସକ ତଥା କେବିକେ କମିଶନର ଅଶୋକ ତ୍ରିପାଠୀ। କେବିକେ ମୁଖ୍ୟ ପ୍ରଶାସକ ଜିଲ୍ଲାର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର ସମୀକ୍ଷା କରିବା ପାଇଁ ଉଚ୍ଚସ୍ତରୀୟ କର୍ମଚାରୀଙ୍କର ଏକ ବୈଠକ ଡାକାଇଥିଲେ। ଏହାପରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା ପାଇଁ ବିଭିନ୍ନ ସ୍ଥଳକୁ ଯାଇଥିଲେ। ସେଥିମଧ୍ୟରେ ରହିଛି ଜିଲ୍ଲାର କୋମନା,ନୂଆପଡା ଓ ଖଡିଆଳ ବ୍ଲକର ବିଭିନ୍ନ ଗାଁ। କେବିକେ ମୁଖ୍ୟ ପ୍ରଶାସକ ଜିଲ୍ଲାର ମରୁଡି ପରିସ୍ଥିତି, ଇନ୍ଦିରାଆବାସ ଯୋଜନା, ସାଧାରଣ ବଣ୍ଟନ ବ୍ୟବସ୍ଥା, ଶିକ୍ଷା ଓ ପାନୀୟ ଜଳ ଯୋଗାଣ ଆଦି ସମ୍ପର୍କରେ ଆଲୋଚନା କରିଛନ୍ତି। ଏହାସହ ସିଲେଟପାଣି ଗାଁର ଛତୁଆ ପ୍ରସ୍ତୁତ ୟୁନିଟ୍, ଫ୍ଲୋରାଇଡ ଫ୍ଲିଲ୍ଟର ପ୍ଲାଣ୍ଟ, ସୋଲାର ୱାଟର ସପ୍ଲାଇ ପ୍ଲାଣ୍ଟ ଆଦି ଦେଖିଥିଲେ। ମୁଖ୍ୟ ପ୍ରଶାସକଙ୍କ ସହ ନୂଆପଡା ଜିଲ୍ଲାପାଳ ମହମ୍ମଦ ସାଦ୍ଧିକ୍ ଆଲମ୍,ପିଡିଡିଆରଡିଏ ପ୍ରଦୀପ କୁମାର ନାୟକଙ୍କ ବିଭିନ୍ନ ବିଭାଗର ଉଚ୍ଚପଦସ୍ଥ କର୍ମଚାରୀ ଉପସ୍ଥିତ ଥିଲେ।

Related story