ଟ୍ରାକ୍ଟର ଧକ୍କାରେ ଜଣେ ମୃତ

ବୌଦ୍ଧ (ଓଡ଼ିଶା ରିପୋର୍ଟର): ୫୭ ନମ୍ବର ଜାତୀୟ ରାଜପଥର ସିଙ୍ଗାରୀ ଗୋହିରାଯୋର ନିକଟରେ ଏକ ଟ୍ରାକ୍ଟର ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ବହିରା ଗ୍ରାମର ମୁନା ବାଘ। ସ୍ଥାନୀୟ ଲୋକେ ମୃତକ ପରିବାରକୁ କ୍ଷତିପୂରଣ ଦେବା ଦାବିରେ ୫୭ ନମ୍ବର ଜାତୀୟ ରାଜପଥକୁ ଦୀର୍ଘ ୨ ଘଣ୍ଟା ଧରି ଅବରୋଧ କରିଥିଲେ । ସ୍ଥାନୀୟ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ବୁଝାଶୁଝା କରିବା ପରେ ରାସ୍ତା […]

Rakesh Mallick
  • Published: Tuesday, 05 September 2017
  • , Updated: 05 September 2017, 11:09 PM IST

ବୌଦ୍ଧ (ଓଡ଼ିଶା ରିପୋର୍ଟର): ୫୭ ନମ୍ବର ଜାତୀୟ ରାଜପଥର ସିଙ୍ଗାରୀ ଗୋହିରାଯୋର ନିକଟରେ ଏକ ଟ୍ରାକ୍ଟର ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ବହିରା ଗ୍ରାମର ମୁନା ବାଘ।

ସ୍ଥାନୀୟ ଲୋକେ ମୃତକ ପରିବାରକୁ କ୍ଷତିପୂରଣ ଦେବା ଦାବିରେ ୫୭ ନମ୍ବର ଜାତୀୟ ରାଜପଥକୁ ଦୀର୍ଘ ୨ ଘଣ୍ଟା ଧରି ଅବରୋଧ କରିଥିଲେ । ସ୍ଥାନୀୟ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ବୁଝାଶୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା।

Related story