ଓପିଜିସି ସଂପ୍ରସାରଣ ପ୍ରସଙ୍ଗ: ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ଓ ଢିଲିଆ ଗ୍ରାମବାସୀଙ୍କ ମଧ୍ୟରେ ଆଲୋଚନା ବିଫଳ

ଲଖନପୁର: ଝାରସୁଗୁଡ଼ାରେ ଓପିଜିସିର ୩ୟ ଓ ୪ର୍ଥ ୟୁନିଟର ସମ୍ପ୍ରସାରଣ ନେଇ ଢିଲିଆ ଗ୍ରାମବାସୀଙ୍କ ସହ ଜିଲ୍ଲାପ୍ରଶାସନର ଆଲୋଚନା ବିଫଳ ହୋଇଛି। ଅନେକ ଦିନ ପରେ ଗତକାଲି ଉପ-ଜିଲ୍ଲାପାଳ ବରେନ୍ଦ୍ର ନାଥ ଧଳ, ତହସିଲଦାର ଏନେଇ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ହେଲେ ଗ୍ରାମବାସୀ ଜମିଅଧିଗ୍ରହଣକୁ ବିରୋଧ କରିଥିଲେ। ଓପିଜିସିର ଆସପଣ୍ଡ ନିର୍ମାଣ ପାଇଁ ଢିଲିଆ ଗାଁରେ ଜମି ଅଧିଗ୍ରହଣ ଇଡକୋ ଜରିଆରେ ହେଉଛି। କିନ୍ତୁ ୨୦୦୯ରୁ ଜମିଅଧିଗ୍ରହଣକୁ ବିରୋଧ କରିଆସୁଛନ୍ତି ଗ୍ରାମବାସୀ। ଗତ ଅକ୍ଟୋବର ୩୦ରେ […]

opgc

Rakesh Mallick
  • Published: Sunday, 06 December 2015
  • , Updated: 06 December 2015, 07:51 AM IST

ଲଖନପୁର: ଝାରସୁଗୁଡ଼ାରେ ଓପିଜିସିର ୩ୟ ଓ ୪ର୍ଥ ୟୁନିଟର ସମ୍ପ୍ରସାରଣ ନେଇ ଢିଲିଆ ଗ୍ରାମବାସୀଙ୍କ ସହ ଜିଲ୍ଲାପ୍ରଶାସନର ଆଲୋଚନା ବିଫଳ ହୋଇଛି। ଅନେକ ଦିନ ପରେ ଗତକାଲି ଉପ-ଜିଲ୍ଲାପାଳ ବରେନ୍ଦ୍ର ନାଥ ଧଳ, ତହସିଲଦାର ଏନେଇ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ହେଲେ ଗ୍ରାମବାସୀ ଜମିଅଧିଗ୍ରହଣକୁ ବିରୋଧ କରିଥିଲେ। ଓପିଜିସିର ଆସପଣ୍ଡ ନିର୍ମାଣ ପାଇଁ ଢିଲିଆ ଗାଁରେ ଜମି ଅଧିଗ୍ରହଣ ଇଡକୋ ଜରିଆରେ ହେଉଛି। କିନ୍ତୁ ୨୦୦୯ରୁ ଜମିଅଧିଗ୍ରହଣକୁ ବିରୋଧ କରିଆସୁଛନ୍ତି ଗ୍ରାମବାସୀ। ଗତ ଅକ୍ଟୋବର ୩୦ରେ ଆସପଣ୍ଡ ପରିଦର୍ଶନରେ ଆସିଥିବା ଜଣେ ଅଧିକାରୀଙ୍କୁ ମାଡ଼ ମାରିବା ସହ ତାଙ୍କ ଗାଡି ପୋଡ଼ି ଦେଇଥିଲେ ସ୍ଥାନୀୟ ବାସିନ୍ଦା। ଏହି ମାମଲାରେ ୮ଜଣଙ୍କୁ ପୋଲିସ ଗିରଫ କରିଥିଲା। ଏପଟେ ଆଗାମୀ ଦିନରେ ଲୋକଙ୍କୁ ବୁଝାଇ ଶାନ୍ତିପୂର୍ଣ୍ଣ ଭାବେ ଜମିଅଧିଗ୍ରହଣ ହେବ ବୋଲି ଜିଲ୍ଲାପ୍ରଶାସନ ଓ ଓପିଜିସି କର୍ତ୍ତୃପକ୍ଷ କହିଛନ୍ତି।

Related story