ପାନପୋଷ ସ୍ପୋର୍ଟସ୍ ହଷ୍ଟେଲ୍ ଘଟଣା: ୧୨ ଛାତ୍ରୀ ଫେରିଲେ, ବାକି ୧୭ ଜଣଙ୍କୁ ଫେରାଇ ଆଣିବାକୁ ଚାଲିଛି ଉଦ୍ୟମ

ରାଉରକେଲା: ରାଉରକେଲାସ୍ଥିତ ପାନପୋଷ୍ ସ୍ପୋର୍ଟସ ହଷ୍ଟେଲ ଛାଡି ଅନ୍ତେବାସୀ ଚାଲିଯିବା ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଏଡିଏମଓଙ୍କ ନିର୍ଦ୍ଦେଶ କ୍ରମେ ତହସିଲଦାର ଯାଇ ପଚରାଉଚରା କରୁଛନ୍ତି । କୋଚ୍ ଅସଦାଚରଣ କରୁଥିବା ଅଭିଯୋଗ କରି ଗତକାଲି ୨୯ଜଣ ଛାତ୍ରୀ ହଷ୍ଟେଲ ଛାଡି ଚାଲିଯାଇଥିଲେ । କୋଚ୍ ଅମୂଲ୍ୟ ବିହାର ନନ୍ଦ ଗାଳିଗୁଲଜ ତଥା ଖରାପ ବ୍ୟବହାର କରିବାରୁ ସେମାନେ ହଷ୍ଟେଲ ଛାଡ଼ିଥିବା ଅଭିଯୋଗ କରିଛନ୍ତି। ତେବେ ମିଳିଥିବା ସୂଚନା ଅନୁସାରେ ୧୨ ଜଣ ଛାତ୍ରୀ ହଷ୍ଟେଲ ଫେରିଆସିଛନ୍ତି । […]

rourkela

rourkela

Rakesh Mallick
  • Published: Monday, 07 September 2015
  • Updated: 07 September 2015, 03:00 PM IST

Sports

Latest News

ରାଉରକେଲା: ରାଉରକେଲାସ୍ଥିତ ପାନପୋଷ୍ ସ୍ପୋର୍ଟସ ହଷ୍ଟେଲ ଛାଡି ଅନ୍ତେବାସୀ ଚାଲିଯିବା ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଏଡିଏମଓଙ୍କ ନିର୍ଦ୍ଦେଶ କ୍ରମେ ତହସିଲଦାର ଯାଇ ପଚରାଉଚରା କରୁଛନ୍ତି । କୋଚ୍ ଅସଦାଚରଣ କରୁଥିବା ଅଭିଯୋଗ କରି ଗତକାଲି ୨୯ଜଣ ଛାତ୍ରୀ ହଷ୍ଟେଲ ଛାଡି ଚାଲିଯାଇଥିଲେ । କୋଚ୍ ଅମୂଲ୍ୟ ବିହାର ନନ୍ଦ ଗାଳିଗୁଲଜ ତଥା ଖରାପ ବ୍ୟବହାର କରିବାରୁ ସେମାନେ ହଷ୍ଟେଲ ଛାଡ଼ିଥିବା ଅଭିଯୋଗ କରିଛନ୍ତି। ତେବେ ମିଳିଥିବା ସୂଚନା ଅନୁସାରେ ୧୨ ଜଣ ଛାତ୍ରୀ ହଷ୍ଟେଲ ଫେରିଆସିଛନ୍ତି । ଅନ୍ୟମାନଙ୍କୁ ହଷ୍ଟେଲକୁ ଫେରାଇ ଆଣିବାକୁ ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos