ପାରାଦୀପ: ଜଟାଧାରୀ ମୁହାଣରୁ କୁମ୍ଭୀର ଉଦ୍ଧାର

ପାରାଦୀପ: ପାରାଦୀପ ଉପକଣ୍ଠ ଜଟାଧାରୀ ମୁହାଣରୁ ମତ୍ସ୍ୟଜୀବୀମାନେ ଆଜି ଏକ କୁମ୍ଭୀର ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି। କୁମ୍ଭୀରର ଲମ୍ବ ପ୍ରାୟ ୫ ଫୁଟ ହେବ। ଶଙ୍କର ବେହେରା ନାମକ ଜଣେ  ସ୍ଥାନୀୟ ମତ୍ସ୍ୟଜୀବୀ ମାଛ ଧରୁଥିବା ସମୟରେ  କୁମ୍ଭୀରଟି ଜାଲରେ  ଫସିଯାଇଥିଲା। ଅନ୍ୟ ମତ୍ସ୍ୟଜୀବୀମାନେ ମିଶି ଡଙ୍ଗା ସାହାଯ୍ୟରେ ତାକୁ କୂଳକୁ ଆଣିଥିଲେ। ଏହିପରି ଆହୁରି ୨ରୁ ୩ଟି କୁମ୍ଭୀର ମୁହାଁଣ ମୁହଁରେ ରହୁଥିବାରୁ ଆତଙ୍କିତ ମତ୍ସ୍ୟଜୀବୀମାନେ ସେହି କୁମ୍ଭୀରଗୁଡ଼ିକକୁ ଅନ୍ୟତ୍ର ସ୍ଥାନାନ୍ତର […]

pradeep

Rakesh Mallick
  • Published: Monday, 18 July 2016
  • , Updated: 18 July 2016, 01:23 PM IST

ପାରାଦୀପ: ପାରାଦୀପ ଉପକଣ୍ଠ ଜଟାଧାରୀ ମୁହାଣରୁ ମତ୍ସ୍ୟଜୀବୀମାନେ ଆଜି ଏକ କୁମ୍ଭୀର ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି। କୁମ୍ଭୀରର ଲମ୍ବ ପ୍ରାୟ ୫ ଫୁଟ ହେବ। ଶଙ୍କର ବେହେରା ନାମକ ଜଣେ  ସ୍ଥାନୀୟ ମତ୍ସ୍ୟଜୀବୀ ମାଛ ଧରୁଥିବା ସମୟରେ  କୁମ୍ଭୀରଟି ଜାଲରେ  ଫସିଯାଇଥିଲା। ଅନ୍ୟ ମତ୍ସ୍ୟଜୀବୀମାନେ ମିଶି ଡଙ୍ଗା ସାହାଯ୍ୟରେ ତାକୁ କୂଳକୁ ଆଣିଥିଲେ। ଏହିପରି ଆହୁରି ୨ରୁ ୩ଟି କୁମ୍ଭୀର ମୁହାଁଣ ମୁହଁରେ ରହୁଥିବାରୁ ଆତଙ୍କିତ ମତ୍ସ୍ୟଜୀବୀମାନେ ସେହି କୁମ୍ଭୀରଗୁଡ଼ିକକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ବନ ବିଭାଗକୁ କହିଛନ୍ତି

Related story