ଭୁବନେଶ୍ୱର: ଦୁର୍ଘଟଣା ଏଡାଇବାକୁ ପରିବହନ ବିଭାଗର ସଚେତନତା

ଭୁବନେଶ୍ୱର: ଦୁର୍ଘାଟଣା ଏଡାଇବାକୁ ଭୁବନେଶ୍ୱର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ପୋଷ୍ଟର ମାଧ୍ୟମରେ ସଚେତନା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଆସନ୍ତା ୧୦ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ସଡ଼କ ସୁରକ୍ଷା ସପ୍ତାହ ପାଳନ ହେବ। ଏହା ପୂର୍ବରୁ ଆଜି ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ସଚେନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ସଡ଼କ ସୁରକ୍ଷା ଓ ଦୁର୍ଘଟଣାକୁ ଏଡାଇବା ପାଇଁ ବିଭିନ୍ନ ଅଟୋ ରିକ୍ସା ମହାସଂଘ ସହଯୋଗରେ ଅଟୋଗୁଡ଼ିକ ପଛରେ ପୋଷ୍ଟର ଲଗାଯାଇଛି। ଏହି ଉତ୍ସବରେ ବିଧାୟକ ପ୍ରିୟଦର୍ଶୀ ମିଶ୍ର, […]

safty

Rakesh Mallick
  • Published: Friday, 08 January 2016
  • , Updated: 08 January 2016, 01:40 PM IST

ଭୁବନେଶ୍ୱର: ଦୁର୍ଘାଟଣା ଏଡାଇବାକୁ ଭୁବନେଶ୍ୱର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ପୋଷ୍ଟର ମାଧ୍ୟମରେ ସଚେତନା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଆସନ୍ତା ୧୦ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ସଡ଼କ ସୁରକ୍ଷା ସପ୍ତାହ ପାଳନ ହେବ। ଏହା ପୂର୍ବରୁ ଆଜି ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ସଚେନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି।

ସଡ଼କ ସୁରକ୍ଷା ଓ ଦୁର୍ଘଟଣାକୁ ଏଡାଇବା ପାଇଁ ବିଭିନ୍ନ ଅଟୋ ରିକ୍ସା ମହାସଂଘ ସହଯୋଗରେ ଅଟୋଗୁଡ଼ିକ ପଛରେ ପୋଷ୍ଟର ଲଗାଯାଇଛି। ଏହି ଉତ୍ସବରେ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ମେୟର ଅନନ୍ତନାରାୟଣ ଜେନା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ରୋଡ୍ ସେଫଟି ସୋସାଇଟି ଓ ପରିବହନ ବିଭାଗର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।

Related story