ପୁରୀ: ମନୁବାବା ଆଶ୍ରମରୁ ଜବତ ୨୭ ଖପୁରିକୁ ଅଧିକ ଯାଞ୍ଚ୍ ପାଇଁ ଏଫଏମଟି ବିଭାଗକୁ ପଠାଗଲା

ପୁରୀ: ପୁରୀ ସିଦ୍ଧମହାବୀର ପାଟଣାର ଏକ ଆଶ୍ରମରୁ ଜବତ କରାଯାଇଥିବା ୨୭ ଖପୁରିକୁ ଅଧିକ ଯାଞ୍ଚ ପାଇଁ ପାଇଁ କଟକ ଏଫ.ଏମ୍.ଟି ବିଭାଗକୁ ପଠାଯାଇଛି। ଏ ସଂପର୍କରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା କୁମ୍ଭାରପଡ଼ା ପୋଲିସ୍, ଖପୁରିଗୁଡ଼ିକୁ ପୃଥକ ପୃଥକ ଭାବେ କାଗଜରେ ମାର୍କିଂ କରି ପରୀକ୍ଷା ପାଇଁ ପଠାଇଛି। ଖପୁରିଗୁଡ଼ିକ କେତେ ବର୍ଷ ତଳର ଓ ସେଗୁଡ଼ିକ ମହିଳା କି ପୁରୁଷଙ୍କର ପରୀକ୍ଷା ପରେ ସ୍ପଷ୍ଟ ହେବ। ରିପୋର୍ଟ ଆସିବା ପରେ ସେହି […]

puri

Rakesh Mallick
  • Published: Monday, 07 September 2015
  • , Updated: 07 September 2015, 01:54 PM IST

[caption id="attachment_29918" align="alignleft" width="217"] ମନୁ ବାବା ଆଶ୍ରମରୁ ଜବତ ଖପୁରି[/caption]

ପୁରୀ: ପୁରୀ ସିଦ୍ଧମହାବୀର ପାଟଣାର ଏକ ଆଶ୍ରମରୁ ଜବତ କରାଯାଇଥିବା ୨୭ ଖପୁରିକୁ ଅଧିକ ଯାଞ୍ଚ ପାଇଁ ପାଇଁ କଟକ ଏଫ.ଏମ୍.ଟି ବିଭାଗକୁ ପଠାଯାଇଛି। ଏ ସଂପର୍କରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା କୁମ୍ଭାରପଡ଼ା ପୋଲିସ୍, ଖପୁରିଗୁଡ଼ିକୁ ପୃଥକ ପୃଥକ ଭାବେ କାଗଜରେ ମାର୍କିଂ କରି ପରୀକ୍ଷା ପାଇଁ ପଠାଇଛି। ଖପୁରିଗୁଡ଼ିକ କେତେ ବର୍ଷ ତଳର ଓ ସେଗୁଡ଼ିକ ମହିଳା କି ପୁରୁଷଙ୍କର ପରୀକ୍ଷା ପରେ ସ୍ପଷ୍ଟ ହେବ। ରିପୋର୍ଟ ଆସିବା ପରେ ସେହି ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ତଦନ୍ତକାରୀ ଅଫିସର କହିଛନ୍ତି। ଗତ ୫ ତାରିଖରେ ମନୋରଞ୍ଜନ ଜେନା ଓରଫ୍ ମନୁ ବାବାଙ୍କ ଆଶ୍ରମରୁ ଏସବୁ ଖପୁରି ମିଳିଥିଲା।

Related story