ରାଇରଙ୍ଗପୁର: ବାବା ପରବ୍ରହ୍ମ ଚକ୍ରଧରଙ୍କ ଦ୍ୱାରା ଜବରଦଖଲ ଜମିକୁ ଦଖଲକୁ ନେଲା ପ୍ରଶାସନ

ରାଇରଙ୍ଗପୁର: ରାଇରଙ୍ଗପୁର ଟାଉନଥାନା ଓ ତହସିଲ ଅନ୍ତର୍ଗତ ସାନସିମଳା ଗାଁରେ ଥିବା ଆତ୍ମଘୋଷିତ ବାବା ପରବ୍ରହ୍ମ ଚକ୍ରଧର ଓରଫ ଚକ୍ରଧର ମହାନ୍ତ ବେଆଇନ୍ ଭାବେ ସରକାରୀ ଜମିରେ ନିର୍ମାଣ କରୁଥିବା ଆଶ୍ରମକୁ ଦଖଲକୁ ନେଇଛି ପ୍ରଶାସନ। ଶନିବାର ବାମନଘାଟି ଉପଖଣ୍ଡ ପ୍ରଶାସନ ମାଜିଷ୍ଟ୍ରେଟ, ପୋଲିସ, ଗ୍ରାମବାସୀ ଓ ଗଣମାଧ୍ୟମର ପ୍ରତିନିଧିଙ୍କ ଉପସ୍ଥିତିରେ ଏହି ଜବରଦଖଲ ଜମିକୁ ଦଖଲକୁ ନେଇଛି ପ୍ରଶାସନ। ୧୫ ଡେସିମିଲ ସରକାରୀ ଜମିରେ ବେଆଇନ୍ ଭାବେ ନିର୍ମିତ ମୁଖ୍ୟ ଫ।ଟକ, ବିଶାଳ ଘର, ପାଚେରୀ […]

rairangpur-baba

Rakesh Mallick
  • Published: Saturday, 19 September 2015
  • , Updated: 19 September 2015, 04:04 PM IST

ରାଇରଙ୍ଗପୁର: ରାଇରଙ୍ଗପୁର ଟାଉନଥାନା ଓ ତହସିଲ ଅନ୍ତର୍ଗତ ସାନସିମଳା ଗାଁରେ ଥିବା ଆତ୍ମଘୋଷିତ ବାବା ପରବ୍ରହ୍ମ ଚକ୍ରଧର ଓରଫ ଚକ୍ରଧର ମହାନ୍ତ ବେଆଇନ୍ ଭାବେ ସରକାରୀ ଜମିରେ ନିର୍ମାଣ କରୁଥିବା ଆଶ୍ରମକୁ ଦଖଲକୁ ନେଇଛି ପ୍ରଶାସନ। ଶନିବାର ବାମନଘାଟି ଉପଖଣ୍ଡ ପ୍ରଶାସନ ମାଜିଷ୍ଟ୍ରେଟ, ପୋଲିସ, ଗ୍ରାମବାସୀ ଓ ଗଣମାଧ୍ୟମର ପ୍ରତିନିଧିଙ୍କ ଉପସ୍ଥିତିରେ ଏହି ଜବରଦଖଲ ଜମିକୁ ଦଖଲକୁ ନେଇଛି ପ୍ରଶାସନ। ୧୫ ଡେସିମିଲ ସରକାରୀ ଜମିରେ ବେଆଇନ୍ ଭାବେ ନିର୍ମିତ ମୁଖ୍ୟ ଫ।ଟକ, ବିଶାଳ ଘର, ପାଚେରୀ ଓ କଙ୍କ୍ରିଟ ରାସ୍ତାକୁ ୪ଟି ଜେସିବି ଦ୍ୱାରା ଭଙ୍ଗ। ଯାଇଥିଲା।

ଏହି ଆତ୍ମଘୋଷିତ ବାବା ପରବ୍ରହ୍ମ ଚକ୍ରଧର ଓରଫ ଚକ୍ରଧର ମହାନ୍ତଙ୍କ ନାମରେ ଗ୍ରାମବାସୀ ଅଭିଯୋଗ କରି ଆସୁଥିଲେ। ତାଙ୍କ ପାଖକୁ ଅନେକ ଅଜଣା ଲୋକ ଆସିବା ସହ ଗ୍ରାମରେ ଅସୁରକ୍ଷାର ବାତାବରଣ ସୃଷ୍ଟି ହେଉଥିଲା ବୋଲି ଲୋକେ ଅଭିଯୋଗ କରି ଆସୁଥିଲେ। ତାଙ୍କ ନାମରେ ବହଳଦା ଥାନାରେ ଏକାଧିକ ମାମଲା ରହିଛି ।

Related story