ରାସନକାର୍ଡ ପ୍ରସଙ୍ଗକୁ ନେଇ ସିଏମସି ବୈଠକରେ ତୁମୂଳକାଣ୍ଡ

କଟକ: କଟକ ମହାନଗର ନିଗମର କାଉନସିଲ ବୈଠକରେ କଥା କଟାକଟିକୁ ନେଇ ଆଜି ଦେଖାଦେଇଥିଲା ଉତ୍ତେଜନାମୂଳକ ପରିସ୍ଥିତ୍ତି। କିଏ କାଚ ଗ୍ଲାସ୍ ଫେ।ପାଡ଼ିଥିଲେ ତ ଆଉ କିଏ ଟେବୁଲ ଚେୟାର୍ ଫୋପାଡାଫିଙ୍ଗା କରିଥିଲେ। ତେବେ କିଛି ସମୟ ପରେ ଆପେ ଆପେ ସ୍ଥିତି ଶାନ୍ତ ହୋଇଥିଲା। ଶନିବାର ଅନୁଷ୍ଠିତ ଏହି ବୈଠକରେ ପ୍ରଥମେ ରାସନ କାର୍ଡ ସମ୍ପର୍କରେ ଆଲୋଚନା ହୋଇଥିଲା। ସହରରେ ପ୍ରକୃତ ହିତାଧିକାରୀ କାର୍ଡ ପାଇବାରୁ ବଞ୍ଚିତ ବୋଲି ବିରୋଧୀ କଂଗ୍ରେସ୍ କର୍ପୋରେଟରମାନେ ଅଭିଯୋଗ କରିଥିଲେ। […]

cmc-fighting

Rakesh Mallick
  • Published: Saturday, 31 October 2015
  • , Updated: 31 October 2015, 11:05 AM IST

କଟକ: କଟକ ମହାନଗର ନିଗମର କାଉନସିଲ ବୈଠକରେ କଥା କଟାକଟିକୁ ନେଇ ଆଜି ଦେଖାଦେଇଥିଲା ଉତ୍ତେଜନାମୂଳକ ପରିସ୍ଥିତ୍ତି। କିଏ କାଚ ଗ୍ଲାସ୍ ଫେ।ପାଡ଼ିଥିଲେ ତ ଆଉ କିଏ ଟେବୁଲ ଚେୟାର୍ ଫୋପାଡାଫିଙ୍ଗା କରିଥିଲେ। ତେବେ କିଛି ସମୟ ପରେ ଆପେ ଆପେ ସ୍ଥିତି ଶାନ୍ତ ହୋଇଥିଲା।

ଶନିବାର ଅନୁଷ୍ଠିତ ଏହି ବୈଠକରେ ପ୍ରଥମେ ରାସନ କାର୍ଡ ସମ୍ପର୍କରେ ଆଲୋଚନା ହୋଇଥିଲା। ସହରରେ ପ୍ରକୃତ ହିତାଧିକାରୀ କାର୍ଡ ପାଇବାରୁ ବଞ୍ଚିତ ବୋଲି ବିରୋଧୀ କଂଗ୍ରେସ୍ କର୍ପୋରେଟରମାନେ ଅଭିଯୋଗ କରିଥିଲେ। କିନ୍ତୁ ଆଲୋଚନା ବେଳେ ହଠାତ୍ ଉଭୟ ଦଳର କର୍ପୋରେଟରମାନଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଥିଲା କଥା କଟାକଟା। ତାହାରି ଭିତରେ ଆରମ୍ଭ ହୋଇଯାଇଥିଲା ଫିଙ୍ଗ। ଫୋପଡା। ଏମିତିକି କାଚ ଗ୍ଲାସ୍ ବି ବାଦ୍ ପଡି ନ ଥିଲା। କିଛି କର୍ପୋରେଟର ଟେବୁଲକୁ ଓଲଟାଇ ଦେଇଥିଲେ। କଂଗ୍ରେସ୍ କର୍ପୋରେଟର ମାନେ ଅଭିଯୋଗ କରିଛନ୍ତି ଯେ, ବିଜେଡି କର୍ପୋରେଟରମାନେ ସେମାନଙ୍କୁ ଦୁର୍ନୀତିଗ୍ରସ୍ତ ବୋଲି ଆକ୍ଷେପ କରିଥିଲେ। ଏହାର ଜବାବରେ ବିଜେଡି କର୍ପୋରେଟରମାନେ କଂଗ୍ରେସ୍ ପୂର୍ବରୁ ଗଣ୍ଡଗୋଳ ପାଇଁ ପ୍ରସ୍ତୁତ ହୋଇ ଆସିଥିଲା ବୋଲି ଅଭିଯୋଗ କରିଛନ୍ତି। ତେବେ ଘଟଣା ଘଟିବା ପରେ ଉଭୟ ବିଜେଡି ଓ କଂଗ୍ରେସ୍ ଦଳର କର୍ପୋରେଟରମାନେ ସିଏମସି ସାମନାରେ ଧାରଣାରେ ବସି ପରସ୍ପର ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।

Related story