ରାୟଗଡ଼ା: ବଂଶୀଧର-ଇଲା ପଣ୍ଡା ଫାଉଣ୍ଡେସନ୍ ପକ୍ଷରୁ ଅମ୍ଳାଭଟ୍ଟାରେ ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ର ଉଦଘାଟିତ

ରାୟଗଡ଼ା: ଇମ୍ଫା ଦ୍ୱାରା ପରିଚାଳିତ ବଂଶୀଧର-ଇଲା ପଣ୍ଡା ଫାଉଣ୍ଡେସନ ପକ୍ଷରୁ ରାୟଗଡ଼ା ଜିଲ୍ଲା ଅମ୍ଳାଭଟ୍ଟାଠାରେ ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ର ଉଦଘାଟିତ ହୋଇଯାଇଛି। ଭାରତ ସରକାରଙ୍କ ଦୀନଦୟାଲ ଉପାଧ୍ୟାୟ-ଗ୍ରାମୀଣ କୌଶଲ୍ୟା ଯୋଜନା ସହାୟତାରେ ପରିଚାଳିତ ଏହି ତାଲିମ କେନ୍ଦ୍ରକୁ ରାୟଗଡ଼ା ଜିଲ୍ଲାପାଳ ଜଗନ୍ନାଥ ମହାନ୍ତି ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପିଡିଡିଆରଡିଏ ପ୍ରଶାନ୍ତ ରଥ, ବଂଶୀଧର-ଇଲା ପଣ୍ଡା ଫାଉଣ୍ଡେସନର କାର୍ଯ୍ୟନିର୍ବାହୀ ଉପସଭାପତି ତ୍ରିଜୀବ ଚନ୍ଦ୍ର ହୋତାଙ୍କ ସମେତ ସ୍ଥାନୀୟ ଲୋକ ପ୍ରତିନିଧି ଯୋଗ ଦେଇଥିଲେ। ୩ଟି ଟ୍ରେଡ […]

dakhyata kendra

Rakesh Mallick
  • Published: Monday, 09 November 2015
  • , Updated: 09 November 2015, 04:21 AM IST

ରାୟଗଡ଼ା: ଇମ୍ଫା ଦ୍ୱାରା ପରିଚାଳିତ ବଂଶୀଧର-ଇଲା ପଣ୍ଡା ଫାଉଣ୍ଡେସନ ପକ୍ଷରୁ ରାୟଗଡ଼ା ଜିଲ୍ଲା ଅମ୍ଳାଭଟ୍ଟାଠାରେ ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ର ଉଦଘାଟିତ ହୋଇଯାଇଛି। ଭାରତ ସରକାରଙ୍କ ଦୀନଦୟାଲ ଉପାଧ୍ୟାୟ-ଗ୍ରାମୀଣ କୌଶଲ୍ୟା ଯୋଜନା ସହାୟତାରେ ପରିଚାଳିତ ଏହି ତାଲିମ କେନ୍ଦ୍ରକୁ ରାୟଗଡ଼ା ଜିଲ୍ଲାପାଳ ଜଗନ୍ନାଥ ମହାନ୍ତି ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପିଡିଡିଆରଡିଏ ପ୍ରଶାନ୍ତ ରଥ, ବଂଶୀଧର-ଇଲା ପଣ୍ଡା ଫାଉଣ୍ଡେସନର କାର୍ଯ୍ୟନିର୍ବାହୀ ଉପସଭାପତି ତ୍ରିଜୀବ ଚନ୍ଦ୍ର ହୋତାଙ୍କ ସମେତ ସ୍ଥାନୀୟ ଲୋକ ପ୍ରତିନିଧି ଯୋଗ ଦେଇଥିଲେ। ୩ଟି ଟ୍ରେଡ କୋର୍ସକୁ ନେଇ ଖୋଲିଥିବା ଏହି ତାଲିମ କେନ୍ଦ୍ରରେ ପ୍ରଥମ ପର୍ଯ୍ୟାୟରେ ୯୦ଜଣ ଛାତ୍ର ତାଲିମ ପାଇଁ ନାମ ଲେଖାଇଛନ୍ତି। ଶିକ୍ଷା କେବଳ ଯୋଗ୍ୟତା ଭିତ୍ତିରେ ସୀମିତ ନ ରହି ଦକ୍ଷତାରେ ପରିଣତ ହେବା ଆବଶ୍ୟକ ବୋଲି ରାୟଗଡ଼ା ଜିଲ୍ଲାପାଳ ଏହି ଅବସରରେ କହିଥିଲେ। ଏଥିସହ ଏହି ଅନୁଷ୍ଠାନରୁ ଛାତ୍ରଛାତ୍ରୀ ତାଲିମ ପାଇ ସାରିବା ପରେ ସେମାନଙ୍କ ନିଯୁକ୍ତି ପାଇଁ ସଂସ୍ଥା ଦୃଷ୍ଟି ଦେବ ବୋଲି ଫାଉଣ୍ଡେସନ କର୍ମକର୍ତ୍ତା କହିଛନ୍ତି।

Related story