ରାୟଗଡ଼ାରେ ଅଜଣା ରୋଗ: ୩ ମୃତ, ଲୋକେ ଭୟଭୀତ

ରାୟଗଡ଼ା: ରାୟଗଡ଼ା ବ୍ଲକ ଅନ୍ତର୍ଗତ କାର୍ମୀ ମାଲିଗାଁରେ ଅଜଣା ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଶାଇଲାଡ଼ା ଶଙ୍କର ରାଓ, ପରାଏଟାମ୍ମା ଓ କୋରା ଗାଙ୍ଗାମା। ଆଉ ୨ଜଣ ରୋଗୀଙ୍କୁ ରାୟଗଡ଼ା ଡାକ୍ତରଖାନାରେ ଚିକିତ୍ସା ଚାଲିଛି। ଗାଁରେ ଏବେ ବି ଆହୁରି କିଛି ଲୋକ ଅସୁସ୍ଥ ଅଛନ୍ତି। ଲୋକମାନଙ୍କୁ ହଠାତ୍ ବାତ ମାରିବା ସହ ହାତଗୋଡ଼ ଫୁଲି ଯାଉଥିବା ଭଳି ଲକ୍ଷଣ ପ୍ରକାଶ ପାଉଛି। ଏ ସମ୍ପର୍କରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯିବାରେ ପ୍ରଭାବିତ […]

raygrah

Rakesh Mallick
  • Published: Saturday, 07 November 2015
  • , Updated: 07 November 2015, 07:22 AM IST

ରାୟଗଡ଼ା: ରାୟଗଡ଼ା ବ୍ଲକ ଅନ୍ତର୍ଗତ କାର୍ମୀ ମାଲିଗାଁରେ ଅଜଣା ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଶାଇଲାଡ଼ା ଶଙ୍କର ରାଓ, ପରାଏଟାମ୍ମା ଓ କୋରା ଗାଙ୍ଗାମା। ଆଉ ୨ଜଣ ରୋଗୀଙ୍କୁ ରାୟଗଡ଼ା ଡାକ୍ତରଖାନାରେ ଚିକିତ୍ସା ଚାଲିଛି। ଗାଁରେ ଏବେ ବି ଆହୁରି କିଛି ଲୋକ ଅସୁସ୍ଥ ଅଛନ୍ତି। ଲୋକମାନଙ୍କୁ ହଠାତ୍ ବାତ ମାରିବା ସହ ହାତଗୋଡ଼ ଫୁଲି ଯାଉଥିବା ଭଳି ଲକ୍ଷଣ ପ୍ରକାଶ ପାଉଛି। ଏ ସମ୍ପର୍କରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯିବାରେ ପ୍ରଭାବିତ ଗାଁକୁ ଏକ ଡାକ୍ତରୀ ଟିମ୍ ପଠାଯାଉଥିବା ଜିଲ୍ଲାପାଳ ଜଗନ୍ନାଥ ମହାନ୍ତି କହିଛନ୍ତି। ଅନ୍ୟପକ୍ଷରେ ଅଜଣା ରୋଗକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡିଛନ୍ତି।

Related story