ରାୟଗଡ଼ା: ଲୋକଙ୍କ ବିଶ୍ୱାସଭାଜନ ହେବା ଲକ୍ଷ୍ୟରେ ପୋଲିସର ମୈତ୍ରୀ କାର୍ଯ୍ୟକ୍ରମ

ରାୟଗଡା: ଲୋକଙ୍କ ବିଶ୍ୱାସଭାଜନ ହେବା ଲକ୍ଷ୍ୟରେ ରାୟଗଡ଼ାରେ ପୋଲିସ ମୈତ୍ରୀ କାର୍ଯ୍ୟକ୍ରମ ଆରମ୍ଭ କରିଛି। ମାଓ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଜଗଦଳପୁର ଗାଁରେ ପୋଲିସ୍ ପକ୍ଷରୁ ମୈତ୍ରୀ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏଥିରେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଏସ୍.ସାଇନି, ରାୟଗଡ଼ା ଜିଲ୍ଲାପାଳ ଏବଂ ଏସପି ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇ ଲୋକଙ୍କୁ ମାଗଣା ଔଷଧ ବଣ୍ଟନ କରାଯାଇଥିଲା। ଏଥିସହ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଓ ମ୍ୟାଜିକ୍ ଶୋ’ର ଆୟୋଜନ କରାଯାଇଥିଲା। ରାୟଗଡ଼ା ପୋଲିସ୍ ପକ୍ଷରୁ […]

raygarh

Rakesh Mallick
  • Published: Sunday, 15 November 2015
  • , Updated: 15 November 2015, 07:45 AM IST

ରାୟଗଡା: ଲୋକଙ୍କ ବିଶ୍ୱାସଭାଜନ ହେବା ଲକ୍ଷ୍ୟରେ ରାୟଗଡ଼ାରେ ପୋଲିସ ମୈତ୍ରୀ କାର୍ଯ୍ୟକ୍ରମ ଆରମ୍ଭ କରିଛି। ମାଓ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଜଗଦଳପୁର ଗାଁରେ ପୋଲିସ୍ ପକ୍ଷରୁ ମୈତ୍ରୀ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏଥିରେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଏସ୍.ସାଇନି, ରାୟଗଡ଼ା ଜିଲ୍ଲାପାଳ ଏବଂ ଏସପି ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇ ଲୋକଙ୍କୁ ମାଗଣା ଔଷଧ ବଣ୍ଟନ କରାଯାଇଥିଲା। ଏଥିସହ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଓ ମ୍ୟାଜିକ୍ ଶୋ’ର ଆୟୋଜନ କରାଯାଇଥିଲା। ରାୟଗଡ଼ା ପୋଲିସ୍ ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବହୁସଂଖ୍ୟାରେ ଆଖପାଖ ଗାଁର ଲୋକେ ଯୋଗ ଦେଇଥିଲେ।

Related story