ସମ୍ୱଲପୁର: ନୂଆଖାଇ ନବାନ୍ନ ଲାଗି ପାଇଁ ଆସନ୍ତାକାଲି ନିର୍ଘଣ୍ଟ କରାଯିବ ଶୁଭଲଗ୍ନ

ସମ୍ୱଲପୁର: ସମ୍ୱଲପୁରର ପ୍ରସିଦ୍ଧ କୃଷିଭିତ୍ତିକ ଗଣପର୍ବ ନୂଆଖାଇର ନବାନ୍ନ ଲାଗି ପାଇଁ ଆସନ୍ତାକାଲି ଶୁଭଲଗ୍ନ ନିର୍ଘଣ୍ଟ କରାଯିବ। ପ୍ରତି ବର୍ଷ ଭଳି ଏଥର ମଧ୍ୟ ଝାଡୁଆପଡାର ବ୍ରହ୍ମପୁରା ମନ୍ଦିରରେ ବ୍ରହ୍ମମଣ୍ଡପ ପଣ୍ଡିତ ମହାସଭାର ପଣ୍ଡିତମାନେ ପାଞ୍ଜି ଦେଖି ଏହି ଶୁଭ ବେଳା ନିର୍ଣ୍ଣୟ କରିବେ। ପାରମ୍ପରିକ ରୀତିରେ ପୁଜାର୍ଚ୍ଚନା ପରେ ପଣ୍ଡିତ ମଣ୍ଡଳୀ  ପଞ୍ଜିକା ଦେଖି ଦିନ,ବାର ଓ ତିଥି ଅନୁସାରେ ଲଗ୍ନ ବାହାର କରିବାର ପରମ୍ପରା ରହିଛି। ବିଧି ଅନୁସାରେ ପ୍ରତିବର୍ଷ ଜନ୍ମାଷ୍ଟମୀ ପରଦିନ ନନ୍ଦୋତ୍ସବ […]

Sbpl-Samalei-maa

Sbpl-Samalei-maa

Rakesh Mallick
  • Published: Saturday, 05 September 2015
  • Updated: 05 September 2015, 03:52 PM IST

Sports

Latest News

Sbpl-Samalei-maaସମ୍ୱଲପୁର: ସମ୍ୱଲପୁରର ପ୍ରସିଦ୍ଧ କୃଷିଭିତ୍ତିକ ଗଣପର୍ବ ନୂଆଖାଇର ନବାନ୍ନ ଲାଗି ପାଇଁ ଆସନ୍ତାକାଲି ଶୁଭଲଗ୍ନ ନିର୍ଘଣ୍ଟ କରାଯିବ। ପ୍ରତି ବର୍ଷ ଭଳି ଏଥର ମଧ୍ୟ ଝାଡୁଆପଡାର ବ୍ରହ୍ମପୁରା ମନ୍ଦିରରେ ବ୍ରହ୍ମମଣ୍ଡପ ପଣ୍ଡିତ ମହାସଭାର ପଣ୍ଡିତମାନେ ପାଞ୍ଜି ଦେଖି ଏହି ଶୁଭ ବେଳା ନିର୍ଣ୍ଣୟ କରିବେ। ପାରମ୍ପରିକ ରୀତିରେ ପୁଜାର୍ଚ୍ଚନା ପରେ ପଣ୍ଡିତ ମଣ୍ଡଳୀ  ପଞ୍ଜିକା ଦେଖି ଦିନ,ବାର ଓ ତିଥି ଅନୁସାରେ ଲଗ୍ନ ବାହାର କରିବାର ପରମ୍ପରା ରହିଛି। ବିଧି ଅନୁସାରେ ପ୍ରତିବର୍ଷ ଜନ୍ମାଷ୍ଟମୀ ପରଦିନ ନନ୍ଦୋତ୍ସବ ଦିନ ହିଁ ନୂଆଖାଇ ପାଇଁ ଲଗ୍ନ ନିର୍ଦ୍ଧାରଣ କରାଯାଇଥାଏ।

ଭାଦ୍ରବ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ଲଗ୍ନ ଅନୁସାରେ ନିର୍ଦ୍ଧାରିତ ସମୟ ମଧ୍ୟରେ ସମ୍ୱଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇଙ୍କ ନିକଟରେ ନବାନ୍ନ ଲାଗି ହେବ। ପରେ ଅନ୍ୟ ଦେବାଦେବୀଙ୍କ ନିକଟରେ ନବାନ୍ନ ଲାଗି ହେବ ଓ  ତା’ପରେ ଘରେ ଘରେ ଲୋକେ ନବାନ୍ନ ଖାଇବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos