ଶିଶୁ ମୃତ୍ୟୁ ଘଟଣା: ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନାଁରେ ଏତଲା ଦେଲା ମହିଳା କଂଗ୍ରେସ

କଟକ: କଟକ ଶିଶୁ ଭବନରେ ଶିଶୁ ମୃତ୍ୟୁ ଘଟଣାକୁ ନେଇ ରାଜ୍ୟ ମହିଳା କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନାଁରେ କଟକର ଲାଲବାଗ ଥାନାରେ ଏତଲା ଦିଆଯାଇଛି। ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସ କମିଟି ସଭାନେତ୍ରୀ ସସ୍ମିତା ବେହେରା ଓ ପୂର୍ବତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡ ଏହି ଏତଲା ଦେଇଛନ୍ତି। ମହିଳା କଂଗ୍ରେସ ଅଭିଯୋଗ କରିଛି ଯେ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅବହେଳାରୁ କଟକ ଶିଶୁ ଭବନରେ ଏତେ ସଂଖ୍ୟ […]

katak

Rakesh Mallick
  • Published: Friday, 04 September 2015
  • , Updated: 04 September 2015, 06:04 AM IST

କଟକ: କଟକ ଶିଶୁ ଭବନରେ ଶିଶୁ ମୃତ୍ୟୁ ଘଟଣାକୁ ନେଇ ରାଜ୍ୟ ମହିଳା କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନାଁରେ କଟକର ଲାଲବାଗ ଥାନାରେ ଏତଲା ଦିଆଯାଇଛି। ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସ କମିଟି ସଭାନେତ୍ରୀ ସସ୍ମିତା ବେହେରା ଓ ପୂର୍ବତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡ ଏହି ଏତଲା ଦେଇଛନ୍ତି। ମହିଳା କଂଗ୍ରେସ ଅଭିଯୋଗ କରିଛି ଯେ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅବହେଳାରୁ କଟକ ଶିଶୁ ଭବନରେ ଏତେ ସଂଖ୍ୟ ଶିଶୁଙ୍କ ମୃତ୍ୟୁ ଘଟିଛି। କଟକ ଶିଶୁ ଭବନରେ ଶିଶୁ ମୃତ୍ୟୁ ଘଟଣାର ୮ ଦିନ ପରେ ଯାଇ ସେଠାକୁ ଯାଇଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ। କିନ୍ତୁ ମୁଖ୍ୟମନ୍ତ୍ରୀ ଆଜି ପର୍ଯ୍ୟନ୍ତ ଶିଶୁ ଭବନ ପରିଦର୍ଶନରେ ଆସି ନାହାନ୍ତି ବୋଲି ମହିଳା କଂଗ୍ରେସ ପକ୍ଷରୁ ଦାବି କରାଯାଇଛି।

Related story