ଶ୍ରୀମନ୍ଦିର ସୁରକ୍ଷା ନେଇ ଏଏସ୍‌ଆଇ କାର୍ଯ୍ୟାଳୟରେ ଏକ୍ସପର୍ଟ କମିଟି ବୈଠକ

ଭୁବନେଶ୍ୱର: ଶ୍ରୀମନ୍ଦିର ଜଗମୋହନ ସ୍ଥିତି ତଦାରଖ ପରେ ଏକ୍ସପର୍ଟ କମିଟିଙ୍କ ଆଜି କୋର୍‌ କମିଟିର ବୈଠକ ଆର୍କିଓଲୋଜିକାଲ୍‌ ସର୍ଭେ ଅଫ୍‌ ଇଣ୍ଡିଆ (ଏଏସ୍‌ଆଇ)ର ଭୁବନେଶ୍ୱର କାର୍ଯ୍ୟାଳୟରେ ବସିଥିଲା। ଏଥିରେ ଶ୍ରୀମନ୍ଦିରର ସୁରକ୍ଷା ନେଇ ବିଶଦ୍‌ ଆଲୋଚନା ହୋଇଥିଲା। ଏକ୍ସପର୍ଟ କମିଟିର କହିବା କଥା, ଜଗମୋହନର ସ୍ଥିତି ନେଇ ଭୟଭୀତ ହେବାର ନାହିଁ। କମିଟି ରିପୋର୍ଟ ଆସିବା ପରେ ତୁରନ୍ତ କାର୍ଯ୍ୟ ଆରମ୍ଭ ହେବ। ଆସନ୍ତା ୩ରୁ ୪ ଦିନ ଭିତରେ ଏକ୍ସପର୍ଟ କମିଟି ତା’ର ରିପୋର୍ଟ ଦେବା […]

jagamohana-puri

Rakesh Mallick
  • Published: Friday, 26 February 2016
  • , Updated: 26 February 2016, 04:45 PM IST

ଭୁବନେଶ୍ୱର: ଶ୍ରୀମନ୍ଦିର ଜଗମୋହନ ସ୍ଥିତି ତଦାରଖ ପରେ ଏକ୍ସପର୍ଟ କମିଟିଙ୍କ ଆଜି କୋର୍‌ କମିଟିର ବୈଠକ ଆର୍କିଓଲୋଜିକାଲ୍‌ ସର୍ଭେ ଅଫ୍‌ ଇଣ୍ଡିଆ (ଏଏସ୍‌ଆଇ)ର ଭୁବନେଶ୍ୱର କାର୍ଯ୍ୟାଳୟରେ ବସିଥିଲା। ଏଥିରେ ଶ୍ରୀମନ୍ଦିରର ସୁରକ୍ଷା ନେଇ ବିଶଦ୍‌ ଆଲୋଚନା ହୋଇଥିଲା। ଏକ୍ସପର୍ଟ କମିଟିର କହିବା କଥା, ଜଗମୋହନର ସ୍ଥିତି ନେଇ ଭୟଭୀତ ହେବାର ନାହିଁ। କମିଟି ରିପୋର୍ଟ ଆସିବା ପରେ ତୁରନ୍ତ କାର୍ଯ୍ୟ ଆରମ୍ଭ ହେବ।

ଆସନ୍ତା ୩ରୁ ୪ ଦିନ ଭିତରେ ଏକ୍ସପର୍ଟ କମିଟି ତା’ର ରିପୋର୍ଟ ଦେବା ପରେ ଫାଟର ମରାମତି ନେଇ ବିଦ୍ଧିବଦ୍ଧ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୈଠକରେ କହିଛନ୍ତି। ତେବେ ବର୍ତ୍ତମାନ ଜଗମୋହନ ସୁରକ୍ଷିତ ନ ଥିବା ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷେ ବିଶେଷଜ୍ଞ କମିଟି ସଦସ୍ୟମାନେ କହିଛନ୍ତି, ପୁରାତନ ମନ୍ଦିରରେ ଫାଟ ସୃଷ୍ଟି ହେବା ଅସ୍ୱାଭାବିକ ନୁହେଁ। ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗରେ ମରାମତି କରାଗଲେ ଜଗମୋହନ ପୂର୍ବାପେକ୍ଷା ଅଧିକ ମଜଭୁତ ହୋଇପାରିବ। ତେଣୁ ଭୟଭୀତ ହେବାର କାରଣ ନାହିଁ।

Related story