ସୋର: ନିଶାଶକ୍ତଙ୍କୁ ଜୋତାମାଳ ପିନ୍ଧାଇଲେ ମହିଳା

ସୋର: ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ୍ ଅଭଣା ପଞ୍ଚାୟତରେ ଆଜି ମହିଳାମାନେ ଦୁଇ ଜଣ ନିଶାଶକ୍ତଙ୍କୁ ଜୋତାମାଳ ପିନ୍ଧାଇ ଗାଁରେ ଚଲାଇଥିଲେ। ପରେ ସେମାନଙ୍କୁ ଅଭଣା ମେଳଣ ପଡ଼ିଆ ନିକଟସ୍ଥ ରାସ୍ତାରେ ବସାଇ ଟାୟାର ଜାଳି କାର୍ଯ୍ୟାନୁଷ୍ଠାନ ଦାବି କରିବା ସହିତ ରାସ୍ତା ଅବରୋଧ କରିଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚିବା ପରେ ସ୍ଥିତି ଶାନ୍ତ ପଡ଼ିଥିଲା ଓ ରାସ୍ତା ଅବରୋଧ ହଟିଥିଲା। ସୂଚନାଯୋଗ୍ୟ, ଅଭଣା ପଞ୍ଚାୟତରେ ଦିନକୁ ଦିନ ଚୋରା ମଦ କାରବାର ବୃଦ୍ଧି ପାଉଥିବା ଓ […]

jotamala

Rakesh Mallick
  • Published: Sunday, 22 May 2016
  • , Updated: 22 May 2016, 12:02 PM IST

ସୋର: ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ୍ ଅଭଣା ପଞ୍ଚାୟତରେ ଆଜି ମହିଳାମାନେ ଦୁଇ ଜଣ ନିଶାଶକ୍ତଙ୍କୁ ଜୋତାମାଳ ପିନ୍ଧାଇ ଗାଁରେ ଚଲାଇଥିଲେ। ପରେ ସେମାନଙ୍କୁ ଅଭଣା ମେଳଣ ପଡ଼ିଆ ନିକଟସ୍ଥ ରାସ୍ତାରେ ବସାଇ ଟାୟାର ଜାଳି କାର୍ଯ୍ୟାନୁଷ୍ଠାନ ଦାବି କରିବା ସହିତ ରାସ୍ତା ଅବରୋଧ କରିଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚିବା ପରେ ସ୍ଥିତି ଶାନ୍ତ ପଡ଼ିଥିଲା ଓ ରାସ୍ତା ଅବରୋଧ ହଟିଥିଲା।

ସୂଚନାଯୋଗ୍ୟ, ଅଭଣା ପଞ୍ଚାୟତରେ ଦିନକୁ ଦିନ ଚୋରା ମଦ କାରବାର ବୃଦ୍ଧି ପାଉଥିବା ଓ ନିଶାଶକ୍ତ ବ୍ୟକ୍ତିଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଉଥିବା ନେଇ ଅଭଯୋଗ ହୋଇ ଆସୁଛି। ଗ୍ରାମର କିଛି ମଦ ବିରୋଧୀ ବ୍ୟକ୍ତି ସ୍ଥାନୀୟ ଅଞ୍ଚଳକୁ ମଦ ମୁକ୍ତ କରିବା ପାଇଁ ଅଣ୍ଟା ଭିଡ଼ି ଥିବା ବେଳେ ଆଜି ଏ ଦୁଇ ନିଶାଶକ୍ତ ବ୍ୟକ୍ତି ସେମାନଙ୍କ ହାତରେ ପଡ଼ି ଯାଇଥିଲେ। ସେମାନଙ୍କ ଘର ବଡ଼ମାଝି ସାହି ଗାଁରେ।

Related story