ସୁବର୍ଣ୍ଣପୁର: ତୃତୀୟ ଦିନରେ ପହଞ୍ଚିଲା ମୁଷୁର୍ଣ୍ଢି ଠାରେ ଚାଲିଥିବା ଚାଷୀଙ୍କ ଧାରଣା

ସୁବର୍ଣ୍ଣପୁର: ଫସଲ ବୀମା ଦାବିରେ ମୁଷୁର୍ଣ୍ଢି ଠାରେ ଚାଲିଥିବା ଚାଷୀଙ୍କ ଧାରଣା ଆଜି ତୃତୀୟ ଦିନରେ ପହଞ୍ଚିଛି। ୨୦୧୧-୧୨ ମସିହାରେ ଜିଲ୍ଲାରେ ବ୍ୟାପକ ମରୁଡି ପରିସ୍ଥିତି ସୃଷ୍ଟି ହୋଇଥିଲା । ସେହି ସମୟରେ ସରକାର ଜିଲ୍ଲାର ମୁଷୁର୍ଣ୍ଢି ପଞ୍ଚାୟତକୁ ୯୪ ପ୍ରତିଶତ ମରୁଡି ଘୋଷଣା କରିଥିଲେ। ପରେ ଫସଲ ବୀମା କରିଥିବା ଲୋକେ ବୀମା ଟଙ୍କା ପାଇଲେ କିନ୍ତୁ ସ୍ଥାନୀୟ ଭାରତୀୟ ଷ୍ଟେଟ ବ୍ୟାଙ୍କରୁ ଋଣ କରିଥିବା ଚାଷୀଙ୍କ ପାଖରୁ ପ୍ରିମିୟମ ଟଙ୍କା କଟିଥିଲେ ବି ବୀମା […]

subanapur

subanapur

Rakesh Mallick
  • Published: Friday, 11 September 2015
  • Updated: 11 September 2015, 06:03 AM IST

Sports

Latest News

ସୁବର୍ଣ୍ଣପୁର: ଫସଲ ବୀମା ଦାବିରେ ମୁଷୁର୍ଣ୍ଢି ଠାରେ ଚାଲିଥିବା ଚାଷୀଙ୍କ ଧାରଣା ଆଜି ତୃତୀୟ ଦିନରେ ପହଞ୍ଚିଛି। ୨୦୧୧-୧୨ ମସିହାରେ ଜିଲ୍ଲାରେ ବ୍ୟାପକ ମରୁଡି ପରିସ୍ଥିତି ସୃଷ୍ଟି ହୋଇଥିଲା । ସେହି ସମୟରେ ସରକାର ଜିଲ୍ଲାର ମୁଷୁର୍ଣ୍ଢି ପଞ୍ଚାୟତକୁ ୯୪ ପ୍ରତିଶତ ମରୁଡି ଘୋଷଣା କରିଥିଲେ। ପରେ ଫସଲ ବୀମା କରିଥିବା ଲୋକେ ବୀମା ଟଙ୍କା ପାଇଲେ କିନ୍ତୁ ସ୍ଥାନୀୟ ଭାରତୀୟ ଷ୍ଟେଟ ବ୍ୟାଙ୍କରୁ ଋଣ କରିଥିବା ଚାଷୀଙ୍କ ପାଖରୁ ପ୍ରିମିୟମ ଟଙ୍କା କଟିଥିଲେ ବି ବୀମା ଟଙ୍କା ମିଳିଲା ନାହିଁ।

ଏନେଇ ୨୦୧୩ ରେ ଚାଷୀମାନେ ଆନ୍ଦୋଳନ କରିଥିଲେ। ହେଲେ ପ୍ରତିଶ୍ରୁତି ମିଳିଥିଲେ ସୁଦ୍ଧା ଆଜି ଯାଏଁ  କ୍ଷତିପୂରଣ ଲୋକମାନଙ୍କୁ ମିଳିପାରି ନାହିଁ। ଗତ ୯ ତାରିଖଠାରୁ ମୁଷୁର୍ଣ୍ଢିର ଶତାଧିକ ଚାଷୀ ବ୍ୟାଙ୍କରେ ତାଲା ଝୁଲାଇ ଧାରଣାରେ ବସିଛନ୍ତି। ଦାବି ପୁରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ଚାଷୀମାନେ ଚେତାବନୀ ଦେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos