ସୁନ୍ଦରଗଡ଼: ଏନଟିପିସି ମେଡ଼ିକାଲ କଲେଜ ଓ ହସ୍ପିଟାଲ ନିର୍ମାଣ କାର୍ଯ୍ୟ ଆରମ୍ଭ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଶଙ୍କରା ସ୍ଥିତ କୁକୁଡ଼ା ଫାର୍ମଠାରେ ଆଜି ପ୍ରସ୍ତାବିତ ଏନଟିପିସି ମେଡିକାଲ କଲେଜ ଓ ହସ୍ପିଟାଲର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଏଠାରେ ଏକ ନର୍ସ ହଷ୍ଟେଲ ନିର୍ମାଣର ଶୁଭ ଦେଇଛନ୍ତି ଜିଲ୍ଲାପାଳ ଭୂପିନ୍ଦର ସିଂ ପୁନିଆ। ଶୀଘ୍ର ମଡିକାଲ କଲେଜ କାର୍ଯ୍ୟ ଶେଷ କରାଯିବ ବୋଲି ଜିଲ୍ଲାପାଳ କହିଥିଲେ। ପ୍ରାରମ୍ଭିକସ୍ତରରେ ୩୫୦କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। ବର୍ତ୍ତମାନ ଏହି ପ୍ରକଳ୍ପର ବ୍ୟୟ ଅଟକଳ ୪୨୫ କୋଟି ଟଙ୍କା କରାଯାଇଛି। […]

jilapala

Rakesh Mallick
  • Published: Monday, 09 November 2015
  • , Updated: 09 November 2015, 11:05 AM IST

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଶଙ୍କରା ସ୍ଥିତ କୁକୁଡ଼ା ଫାର୍ମଠାରେ ଆଜି ପ୍ରସ୍ତାବିତ ଏନଟିପିସି ମେଡିକାଲ କଲେଜ ଓ ହସ୍ପିଟାଲର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଏଠାରେ ଏକ ନର୍ସ ହଷ୍ଟେଲ ନିର୍ମାଣର ଶୁଭ ଦେଇଛନ୍ତି ଜିଲ୍ଲାପାଳ ଭୂପିନ୍ଦର ସିଂ ପୁନିଆ। ଶୀଘ୍ର ମଡିକାଲ କଲେଜ କାର୍ଯ୍ୟ ଶେଷ କରାଯିବ ବୋଲି ଜିଲ୍ଲାପାଳ କହିଥିଲେ। ପ୍ରାରମ୍ଭିକସ୍ତରରେ ୩୫୦କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। ବର୍ତ୍ତମାନ ଏହି ପ୍ରକଳ୍ପର ବ୍ୟୟ ଅଟକଳ ୪୨୫ କୋଟି ଟଙ୍କା କରାଯାଇଛି। ଏଠାରେ ୫୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ଓ ୧୦୦ଟି ଏମବିବିଏସ ସିଟରେ ପାଠ ପଢ଼ା ଯିବାର କାର୍ଯ୍ୟକ୍ରମ ରହିଛି।
ସୂଚନାଯୋଗ୍ୟ, ୨୦୧୪ ଫେବୃୟାରୀ ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ସୁନ୍ଦରଗଡ଼ ଗସ୍ତରେ ଆସି ଏନଟିପିସି ମେଡ଼ିକାଲ କଲେଜ ଓ ହସ୍ପିଟାଲର ଶିଳାନ୍ୟାସ କରିଥିଲେ। ଏହା ସହିତ ୨୦୧୫-୧୬ ଶିକ୍ଷାବର୍ଷରୁ ଏଠାରେ ପାଠ୍ୟକ୍ରମ ଚାଲୁ ହେବ ବୋଲି ଘୋଷଣା କରିଥିଲେ। ମାତ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରି ନ ଥିଲା।

Related story