ଆଜି ବାଲୁଙ୍କେଶ୍ୱର ବାବାଙ୍କ ନିର୍ବନ୍ଧ

ସମ୍ୱଲପୁର: ସମ୍ବଲପୁରର ପ୍ରସିଦ୍ଧ ପର୍ବ ଶୀତଳଷଷ୍ଠୀ ଯାତ୍ରାର ଆଜି ହେଉଛି ପତରପେଣ୍ଡି ପର୍ବ। ଆଜି ରାତିରେ ନନ୍ଦପଡାର ବମ୍ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ନିର୍ବନ୍ଧ ବା ପତରପେଣ୍ଡି ପର୍ବ ହେବ। ରୀତିନୀତି ଅନୁସାରେ ସପ୍ତରୁଷି ପଣ୍ଡିତ ମଣ୍ଡଳୀଙ୍କ ସହ ବରପକ୍ଷ ଲୋକେ ଶୋଭାଯାତ୍ରାରେ ମନ୍ଦିରରୁ କନ୍ୟା ଅନ୍ୱେଷଣରେ ବାହାରିବେ। ପାର୍ବତୀଙ୍କ ପିତାମାତା ସାଜିଥିବା ଦମ୍ପତିଙ୍କ ଘରେ ପହଞ୍ଚିବା ପରେ ବରପକ୍ଷ ଦେବୀ ପାର୍ବତୀଙ୍କ ବିଷୟରେ ଜିଜ୍ଞାସା କରିବେ। ଶେଷରେ ବରପିତା କନ୍ୟାପିତାଙ୍କୁ ରାଜି କରାଇବା ସହ ସର୍ଗୀପତ୍ର […]

setal sasti

Rakesh Mallick
  • Published: Thursday, 25 May 2017
  • , Updated: 25 May 2017, 09:57 AM IST

ସମ୍ୱଲପୁର: ସମ୍ବଲପୁରର ପ୍ରସିଦ୍ଧ ପର୍ବ ଶୀତଳଷଷ୍ଠୀ ଯାତ୍ରାର ଆଜି ହେଉଛି ପତରପେଣ୍ଡି ପର୍ବ। ଆଜି ରାତିରେ ନନ୍ଦପଡାର ବମ୍ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ନିର୍ବନ୍ଧ ବା ପତରପେଣ୍ଡି ପର୍ବ ହେବ। ରୀତିନୀତି ଅନୁସାରେ ସପ୍ତରୁଷି ପଣ୍ଡିତ ମଣ୍ଡଳୀଙ୍କ ସହ ବରପକ୍ଷ ଲୋକେ ଶୋଭାଯାତ୍ରାରେ ମନ୍ଦିରରୁ କନ୍ୟା ଅନ୍ୱେଷଣରେ ବାହାରିବେ। ପାର୍ବତୀଙ୍କ ପିତାମାତା ସାଜିଥିବା ଦମ୍ପତିଙ୍କ ଘରେ ପହଞ୍ଚିବା ପରେ ବରପକ୍ଷ ଦେବୀ ପାର୍ବତୀଙ୍କ ବିଷୟରେ ଜିଜ୍ଞାସା କରିବେ। ଶେଷରେ ବରପିତା କନ୍ୟାପିତାଙ୍କୁ ରାଜି କରାଇବା ସହ ସର୍ଗୀପତ୍ର ଦେଇ ନିର୍ବନ୍ଧ ପକ୍କା କରାଇବେ। ନିର୍ବନ୍ଧ ପରେ ଆସନ୍ତାକାଲି ଗୁଆଗୁଣ୍ଡା ବା ଦେବ ନିମନ୍ତ୍ରଣ  ୨୯ ତାରିଖରେ ପାରମ୍ପରିକ  ବିବାହ ଶୋଭାଯାତ୍ରା ବାହାରିବାର କାର୍ଯ୍ୟକ୍ରମ ରହିଛି।

Related story