ଟ୍ରକ୍ ତଳେ ଚାପି ହୋଇ ଡ୍ରାଇଭର ମୃତ, ଆଉ ଜଣେ ଗୁରୁତର

କେନ୍ଦୁଝର: କେନ୍ଦୁଝର ସଦର ଥାନା ଅନ୍ତର୍ଗତ ରାଇସୁଆଁ ନିକଟ ୨୧୫ ନମ୍ବର ଜାତୀୟ ରାଜପଥରେ ଆଜି ସକାଳେ ନିଜ ଟ୍ରକ୍ ତଳେ ଚାପି ହୋଇ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ପିଣ୍ଟୁ। ଅନ୍ୟ ଜଣେ ଡ୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପଶ୍ଚିମବଙ୍ଗ ଦୁଇଟି ଟ୍ରକ୍ (WB33B2857,WB29A7873)ର ଡ୍ରାଇଭ ଦ୍ୱୟ WB33B2857 ନମ୍ବର ବିଶିଷ୍ଟ ଟ୍ରକ୍‌ ତଳେ କୌଣସି କାରଣରୁ ଚାପି ହୋଇଯାଇଥିଲେ। ପିଣ୍ଟୁର ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ଟ୍ରକ୍ ଦୁଇଟି […]

truck

Rakesh Mallick
  • Published: Thursday, 15 December 2016
  • , Updated: 15 December 2016, 10:04 AM IST

କେନ୍ଦୁଝର: କେନ୍ଦୁଝର ସଦର ଥାନା ଅନ୍ତର୍ଗତ ରାଇସୁଆଁ ନିକଟ ୨୧୫ ନମ୍ବର ଜାତୀୟ ରାଜପଥରେ ଆଜି ସକାଳେ ନିଜ ଟ୍ରକ୍ ତଳେ ଚାପି ହୋଇ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ପିଣ୍ଟୁ। ଅନ୍ୟ ଜଣେ ଡ୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପଶ୍ଚିମବଙ୍ଗ ଦୁଇଟି ଟ୍ରକ୍ (WB33B2857,WB29A7873)ର ଡ୍ରାଇଭ ଦ୍ୱୟ WB33B2857 ନମ୍ବର ବିଶିଷ୍ଟ ଟ୍ରକ୍‌ ତଳେ କୌଣସି କାରଣରୁ ଚାପି ହୋଇଯାଇଥିଲେ। ପିଣ୍ଟୁର ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ଟ୍ରକ୍ ଦୁଇଟି ଆଗପଛ ହୋଇ ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା। ଘଟଣାଟି କେମିତି ଘଟିଲା ତାହା ଜଣାପଡ଼ିନାହିଁ।

ଏହା ହତ୍ୟାକାଣ୍ଡ ବି ହୋଇଥାଇପାରେ ବୋଲି ପୋଲିସ୍ ସନ୍ଦେହ କରୁଛି।

Related story