ସମ୍ବଲପୁର: ଚିପିଲିମା ପାୱାର ଚ୍ୟାନେଲରୁ ମହିଳାଙ୍କ ଶବ ଉଦ୍ଧାର

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଚିପିଲିମା ପାୱାର ଚ୍ୟାନେଲ୍‌ରୁ ଶନିବାର ସକାଳେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରଯାଇଛି। ତାଙ୍କ ନାଁ ଏମ.କଲ୍ୟାଣୀ। ସେ ଅତାବିରା ଥାନା ଦୁଲମପୁର ଗାଁର ଏମ.କାନ୍ତାଙ୍କ ପତ୍ନୀ ବୋଲି ଜଣାପଡିଛି। ଗତାକାଲି ଏହି ପାୱାର ଚ୍ୟାନେଲରୁ ଏକ ଦୁଇବର୍ଷର ବାଳକର ମୃତଦେହ ଉଦ୍ଧାର ହୋଇଥିବା ବେଳେ ୧୦ ତାରିଖରେ ୭ ବର୍ଷର ଝିଅର ମୃତଦେହ ଉଦ୍ଧାର ହୋଇଥିଲା।  ଆଜି ମହିଳାଙ୍କ ମୃତ ଦେହ ମିଳିବା ପରେ ମୃତ ବାଳକ-ବାଳିକା ଦୁଇଜଣ ଏମ୍‌.କଲ୍ୟାଣୀଙ୍କ ପୁଅ […]

chipilima sambalpur

Rakesh Mallick
  • Published: Saturday, 12 March 2016
  • , Updated: 12 March 2016, 12:34 PM IST

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଚିପିଲିମା ପାୱାର ଚ୍ୟାନେଲ୍‌ରୁ ଶନିବାର ସକାଳେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରଯାଇଛି। ତାଙ୍କ ନାଁ ଏମ.କଲ୍ୟାଣୀ। ସେ ଅତାବିରା ଥାନା ଦୁଲମପୁର ଗାଁର ଏମ.କାନ୍ତାଙ୍କ ପତ୍ନୀ ବୋଲି ଜଣାପଡିଛି।

ଗତାକାଲି ଏହି ପାୱାର ଚ୍ୟାନେଲରୁ ଏକ ଦୁଇବର୍ଷର ବାଳକର ମୃତଦେହ ଉଦ୍ଧାର ହୋଇଥିବା ବେଳେ ୧୦ ତାରିଖରେ ୭ ବର୍ଷର ଝିଅର ମୃତଦେହ ଉଦ୍ଧାର ହୋଇଥିଲା।  ଆଜି ମହିଳାଙ୍କ ମୃତ ଦେହ ମିଳିବା ପରେ ମୃତ ବାଳକ-ବାଳିକା ଦୁଇଜଣ ଏମ୍‌.କଲ୍ୟାଣୀଙ୍କ ପୁଅ ଆଉ ଝିଅ ବୋଲି ଜଣାପଡିଛି। ପାୱାର ଚ୍ୟାନେଲ ମଧ୍ୟରୁ ଗୋଟିଏ ପରିବାରର ତିନି ଜଣଙ୍କ ମୃତଦେହ ମିଳିବା ଘଟଣା ସମଗ୍ର ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।

ଗତ ଶିବରାତ୍ରୀ ଦିନ ମହିଳାଙ୍କ ସମେତ ତାଙ୍କ ପୁଅଝିଅ ନିଖୋଜ ହୋଇଯାଇଥିବା ନେଇ ଏମ୍.କାନ୍ତା ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ ଅନୁସନ୍ଧାନ ଜାରି ରଖିଥିଲା।

ଆଜି ପୋଲିସ ଏମ.କଲ୍ୟାଣୀଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ରହସ୍ୟ ଜଣାପଡିବ ବୋଲି ପୋଲିସ କହିଛି।

Related story