ପାଣି ପାଇଁ ମହିଳାଙ୍କ ଜାତୀୟ ରାଜପଥ ଅବରୋଧ

ଆଠଗଡ଼: ପାନୀୟ ଜଳ ସମସ୍ୟାର ସମାଧାନ ନେଇ ପ୍ରଶାସନ ତାର ପ୍ରତିଶ୍ରୁତି ପାଳନ ନ କରିବା ପ୍ରତିବାଦରେ ଆଜି କଟକ ଜିଲ୍ଲା ଆଠଗଡ଼ ସବ୍‌ଡିଭିଜନ ଅନ୍ତର୍ଗତ ଓରନ୍ଦା ଗାଁର ଶତାଧିକ ମହିଳା ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ଫଳରେ ମଙ୍ଗୁଳି-ଢେଙ୍କାନାଳ ରାସ୍ତାରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲା। ଏହା ପୂର୍ବରୁ ବି ଓରନ୍ଦା ଗ୍ରାମବାସୀ ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ଟ୍ୟାଙ୍କରରେ ପାଣି […]

athagada

Rakesh Mallick
  • Published: Tuesday, 07 June 2016
  • , Updated: 07 June 2016, 02:50 PM IST

ଆଠଗଡ଼: ପାନୀୟ ଜଳ ସମସ୍ୟାର ସମାଧାନ ନେଇ ପ୍ରଶାସନ ତାର ପ୍ରତିଶ୍ରୁତି ପାଳନ ନ କରିବା ପ୍ରତିବାଦରେ ଆଜି କଟକ ଜିଲ୍ଲା ଆଠଗଡ଼ ସବ୍‌ଡିଭିଜନ ଅନ୍ତର୍ଗତ ଓରନ୍ଦା ଗାଁର ଶତାଧିକ ମହିଳା ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ଫଳରେ ମଙ୍ଗୁଳି-ଢେଙ୍କାନାଳ ରାସ୍ତାରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲା।

ଏହା ପୂର୍ବରୁ ବି ଓରନ୍ଦା ଗ୍ରାମବାସୀ ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ଟ୍ୟାଙ୍କରରେ ପାଣି ଯୋଗାଇ ଦେବା ଲାଗି ସେତବେଳେ ବିଡିଓ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା।

Related story