ଦେଢ଼ ବର୍ଷର ଝିଅ ସହିତ ଟ୍ରେନ୍‌ ଆଗକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରଠାରୁ ଅଳ୍ପଦୂରରେ ଥିବା କୁଚେଇ ରେଳ ଷ୍ଟେସନ୍‌ରେ ଗୁରୁବାର ସନ୍ଧ୍ୟାରେ ଜଣେ ମହିଳା ନିଜର ଦେଢ଼ ବର୍ଷର ଶିଶୁ କନ୍ୟା ସହିତ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ମହିଳାଙ୍କ ନାଁ ଲିସା ସିଂ। ତାଙ୍କ ଘର ବାରିପଦା ସହରର ତକତପୁର ଅଞ୍ଚଳରେ। ପାରିବାରିକ କଳହକୁ କେନ୍ଦ୍ର କରି ସେ ଆତ୍ମହତ୍ୟା କରିଥିବା ତାଙ୍କ ସଂପର୍କୀୟମାନେ ଅନୁମାନ କରୁଛନ୍ତି। ଗତକାଲି ସନ୍ଧ୍ୟାରେ ଲିସା ତାଙ୍କ ଝିଅକୁ ଧରି […]

train-death

Rakesh Mallick
  • Published: Friday, 08 April 2016
  • , Updated: 08 April 2016, 04:59 AM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରଠାରୁ ଅଳ୍ପଦୂରରେ ଥିବା କୁଚେଇ ରେଳ ଷ୍ଟେସନ୍‌ରେ ଗୁରୁବାର ସନ୍ଧ୍ୟାରେ ଜଣେ ମହିଳା ନିଜର ଦେଢ଼ ବର୍ଷର ଶିଶୁ କନ୍ୟା ସହିତ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ମହିଳାଙ୍କ ନାଁ ଲିସା ସିଂ। ତାଙ୍କ ଘର ବାରିପଦା ସହରର ତକତପୁର ଅଞ୍ଚଳରେ। ପାରିବାରିକ କଳହକୁ କେନ୍ଦ୍ର କରି ସେ ଆତ୍ମହତ୍ୟା କରିଥିବା ତାଙ୍କ ସଂପର୍କୀୟମାନେ ଅନୁମାନ କରୁଛନ୍ତି।

ଗତକାଲି ସନ୍ଧ୍ୟାରେ ଲିସା ତାଙ୍କ ଝିଅକୁ ଧରି ରେଳଧାରଣାରେ ଚାଲି ଚାଲି ଯିବାର ଲୋକେ ଦେଖିଥିଲେ। ସେ ରୁପ୍‌ସା-ବାଙ୍ଗିରିପୋଷି ଡିଏମ୍‌ୟୁ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି।

ମୃତ ମହିଳାଙ୍କ ଜଣେ ସଂପର୍କୀୟ ସତ୍ୟଜିତ୍ ମୁଣ୍ଡାଙ୍କ କହିବା ଅନୁଯାୟୀ ସେ ଅପରାହ୍ନ ପ୍ରାୟ ୪ଟା ବେଳୁ ଘରୁ ବାହାରି ଆସିଥିଲେ। କିନ୍ତୁ ସେ ଆତ୍ମହତ୍ୟା କରିବାକୁ ଯାଉଥିବ ବୋଲି କେହି ସନ୍ଦେହ କରି ନ ଥିଲେ।

ଲିସାଙ୍କ ସ୍ୱାମୀଙ୍କ ନାଁ ଖକନ ଦଳାଇ। ଲିସା ଥିଲେ ତାଙ୍କର ଦ୍ୱିତୀୟ ସ୍ତ୍ରୀ। ଖକନଙ୍କ ପ୍ରଥମ ସ୍ତ୍ରୀ ଓ ଦୁଇ ସନ୍ତାନ ଅଛନ୍ତି। ତେଣୁ ପାରିବାର ମଧ୍ୟରେ କୌଣସି କଥାକୁ ନେଇ ପାଟତୁଣ୍ଡ ହୋଇଥିବ ଓ ତା’ପରେ ଲିସା ଏଭଳି ଚରମ ପଦକ୍ଷେପ ନେଇଥିବା ତାଙ୍କ ସଂପର୍କୀୟମାନେ ଅନୁମାନ କରୁଛନ୍ତି।

Related story