Advertisment

୨୪ଟି ବିଶ୍ୱବିଦ୍ୟାଳୟକୁ ଫେକ୍‌ ଘୋଷଣା କଲା ୟୁଜିସି, ଓଡ଼ିଶାରୁ ଦୁଇଟି

ନୂଆଦିଲ୍ଲୀ: ନକଲି ବା ଫେକ୍‌ ବିଶ୍ୱବିଦ୍ୟାଳୟ ଜରିଆରେ ଛାତ୍ରଛାତ୍ରୀଙ୍କୁ ଠକୁ ଥିବା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ୟୁଜିସି। ଏଥିପାଇଁ ୟୁଜିସି ଦେଶର ବିଭିନ୍ନ ରାଜ୍ୟରେ ଖୋଲିଥିବା ୨୪ଟି ବିଶ୍ୱବିଦ୍ୟାଳୟକୁ ଫେକ୍‌ ଘୋଷଣା କରିଛି। ସେହିପରି ଓଡ଼ିଶାର ୨ଟି ବିଶ୍ୱବିଦ୍ୟାଳୟ ପ୍ରଚଳିତ ନିୟମକୁ ଉଲ୍ଲଙ୍ଘନ କରି କାମ କରୁଥିବା ମଧ୍ୟ ଜଣାପଡ଼ିଛି। ୟୁଜିସିର ଏପରି ପଦକ୍ଷେପ ସମ୍ପର୍କରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି। ଲୋକସଭାରେ ଆଗତ ଏକ ପ୍ରଶ୍ନର ଲିଖିତ ଉତ୍ତରେ ଧର୍ମେନ୍ଦ୍ର […]

ଅଦ୍ୟତନ ହୋଇଛି
୨୪ଟି ବିଶ୍ୱବିଦ୍ୟାଳୟକୁ ଫେକ୍‌ ଘୋଷଣା କଲା ୟୁଜିସି, ଓଡ଼ିଶାରୁ ଦୁଇଟି

UGC

Advertisment

ନୂଆଦିଲ୍ଲୀ: ନକଲି ବା ଫେକ୍‌ ବିଶ୍ୱବିଦ୍ୟାଳୟ ଜରିଆରେ ଛାତ୍ରଛାତ୍ରୀଙ୍କୁ ଠକୁ ଥିବା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ୟୁଜିସି। ଏଥିପାଇଁ ୟୁଜିସି ଦେଶର ବିଭିନ୍ନ ରାଜ୍ୟରେ ଖୋଲିଥିବା ୨୪ଟି ବିଶ୍ୱବିଦ୍ୟାଳୟକୁ ଫେକ୍‌ ଘୋଷଣା କରିଛି। ସେହିପରି ଓଡ଼ିଶାର ୨ଟି ବିଶ୍ୱବିଦ୍ୟାଳୟ ପ୍ରଚଳିତ ନିୟମକୁ ଉଲ୍ଲଙ୍ଘନ କରି କାମ କରୁଥିବା ମଧ୍ୟ ଜଣାପଡ଼ିଛି।

Advertisment

ୟୁଜିସିର ଏପରି ପଦକ୍ଷେପ ସମ୍ପର୍କରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି। ଲୋକସଭାରେ ଆଗତ ଏକ ପ୍ରଶ୍ନର ଲିଖିତ ଉତ୍ତରେ ଧର୍ମେନ୍ଦ୍ର ପ୍ରଧାନ ଏପରି ତଥ୍ୟ ସାର୍ବଜନୀନ କରିଛନ୍ତି। ଫେକ ଘୋଷିତ ହୋଇଥିବା ୨ଟି ବିଶ୍ୱବିଦ୍ୟାଳୟ ଓଡ଼ିଶାରେ ମଧ୍ୟ ଖୋଲିଥିଲା। ତେବେ ସବୁଠାରୁ ଅଧିକ ଫେକ ବିଶ୍ୱବିଦ୍ୟାଳୟ ଉତ୍ତର ପ୍ରଦେଶରୁ ଠାବ ହୋଇଛି।

ଏହି ଫେକ୍‌ ବିଶ୍ୱବିଦ୍ୟାଳୟ ଗୁଡ଼ିକ ୟୁଜିସିର ବିନା ଅନୁମତିରେ କାମ କରୁଥିଲେ ଓ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରିବାର କ୍ଷମତା ସେମାନଙ୍କର ନଥିଲା। ଉତ୍ତର ପ୍ରଦେଶରେ ସର୍ବାଧିକ ୮ଟି ଫେକ ବିଶ୍ୱବିଦ୍ୟାଳୟ ଥିବା ବେଳେ ଏହା ପଛକୁ ଦିଲ୍ଲୀରେ ୭ଟି ବିଶ୍ୱବିଦ୍ୟାଳୟ ଠାବ ହୋଇଛି।

Advertisment

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଛାତ୍ରଛାତ୍ରୀ, ଅଭିଭାବକ, ସାଧାରଣ ଲୋକ ଓ ଗଣମାଧ୍ୟମକୁ ମିଳିଥିବା ଅଭିଯୋଗ ଆଧାରରେ ତଦନ୍ତ କରାଯାଇ ୟୁଜିସି ୨୪ଟି ବିଶ୍ୱବିଦ୍ୟାଳୟକୁ ଫେକ୍‌ ଘୋଷଣା କରିଛି। ଏହାବାଦ୍‌ ଲକ୍ଷ୍ନୌରେ ଥିବା ଭାରତୀୟ ଶିକ୍ଷା ପରିଷଦ ଓ ଦିଲ୍ଲୀରେ ଥିବା ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ପ୍ଲାନିଂ ଓ ମ୍ୟାନେଜମେଣ୍ଟ(ଆଇଆଇପିଏ) ନାମକ ଦୁଇଟି ସଂସ୍ଥା ୟୁଜିସି ଆଇନ ୧୯୬୫ରେ ଥିବା ନିୟମକୁ ଉଲ୍ଲଙ୍ଘନ କରି କାମ କରୁଥିଲେ। ଏହି ଦୁଇ ସଂସ୍ଥା ସହ ଜଡ଼ିତ ମାମଲା ଏବେ କୋର୍ଟରେ ବିଚାରଧୀନ ରହିଛି ବୋଲି ସେ କହିଛନ୍ତି।

ଉତ୍ତର ପ୍ରଦେଶରୁ ୮ଟି ଓ ଦିଲ୍ଲୀରେ ୭ଟି ଫେକ ବିଶ୍ୱବିଦ୍ୟାଳୟ ଚିହ୍ନଟ ହୋଇଥିବା ବେଳେ ଓଡ଼ିଶା ଏବଂ ପଶ୍ଚିମବଙ୍ଗରୁ ୨ଟି ଲେଖାଏ ବିଶ୍ୱବିଦ୍ୟାଳୟ ଠାବ କରାଯାଇଛି। ଓଡ଼ିଶାରୁ ଚିହ୍ନଟ ହୋଇଥିବା ଦୁଇ ଫେକ ବିଶ୍ୱବିଦ୍ୟାଳୟ ହେଲେ ରାଉରକେଲା ସ୍ଥିତ ନବଭାରତ ଶିକ୍ଷା ପରିଷଦ ଓ ଉତ୍ତର ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ। କର୍ଣ୍ଣାଟକା, କେରଳ, ମହାରାଷ୍ଟ୍ର ଓ ପୁଡୁଚେରୀରେ କାର୍ଯ୍ୟ କରୁଥିବା ୫ଟି ବିଶ୍ୱବିଦ୍ୟାଳୟକୁ ଫେକ୍‌ ଭାବେ ଚିହ୍ନଟ କରାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe