Advertisment

ଲକଡାଉନର କୁପ୍ରଭାବ: ଗ୍ରାମାଞ୍ଚଳରେ ୩୭% ପ୍ରତିଶତ ପିଲା ପାଠପଢ଼ାରୁ ବଞ୍ଚିତ

ନୂଆଦିଲ୍ଲୀ: କରୋନା କାଳରେ ଅଧିକ ପ୍ରଭାବିତ ହୋଇଛି ଶିକ୍ଷା। ବିଶେଷକରି ଗ୍ରାମାଞ୍ଚଳର ପିଲା ପାଠପଢ଼ାରୁ ବଞ୍ଚିତ ହୋଇଛନ୍ତି। ଗ୍ରାମାଞ୍ଚଳରେ ରହୁଥିବା ୩୭% ପିଲା ପାଠ ପଢ଼ିନାହାନ୍ତି। ଗ୍ରାମାଞ୍ଚଳରେ କେବଳ ୮ ପ୍ରତିଶତ ପିଲା ଅନଲାଇନରେ ପାଠ ପଢ଼ିଛନ୍ତି। ସ୍କୁଲ୍ ଚିଲଡ୍ରେନ୍ ଅନଲାଇନ୍ ଆଣ୍ଡ ଅଫଲାଇନ୍ ଲର୍ଣ୍ଣିଂ (ସ୍କୁଲ୍) ପକ୍ଷରୁ ହୋଇଥିବା ଅଗଷ୍ଟ-୨୦୨୧ର ସର୍ଭେ ରିପୋର୍ଟରୁ ଏହା ଜଣାପଡ଼ିଛି। ଆସାମ, ବିହାର, ଚଣ୍ଡିଗଡ଼, ଦିଲ୍ଲୀ, ଗୁଜରାଟ, ହରିୟାଣା, ଝାଡ଼ଖଣ୍ଡ, କର୍ଣ୍ଣାଟକ, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା, ପଞ୍ଜାବ, ତାମିଲନାଡୁ, […]

ଅଦ୍ୟତନ ହୋଇଛି
ପୂଜା ଛୁଟି ପରେ ଖୋଲିବ କି ଅନ୍ୟ କ୍ଲାସ?

school

Advertisment

ନୂଆଦିଲ୍ଲୀ: କରୋନା କାଳରେ ଅଧିକ ପ୍ରଭାବିତ ହୋଇଛି ଶିକ୍ଷା। ବିଶେଷକରି ଗ୍ରାମାଞ୍ଚଳର ପିଲା ପାଠପଢ଼ାରୁ ବଞ୍ଚିତ ହୋଇଛନ୍ତି। ଗ୍ରାମାଞ୍ଚଳରେ ରହୁଥିବା ୩୭% ପିଲା ପାଠ ପଢ଼ିନାହାନ୍ତି। ଗ୍ରାମାଞ୍ଚଳରେ କେବଳ ୮ ପ୍ରତିଶତ ପିଲା ଅନଲାଇନରେ ପାଠ ପଢ଼ିଛନ୍ତି। ସ୍କୁଲ୍ ଚିଲଡ୍ରେନ୍ ଅନଲାଇନ୍ ଆଣ୍ଡ ଅଫଲାଇନ୍ ଲର୍ଣ୍ଣିଂ (ସ୍କୁଲ୍) ପକ୍ଷରୁ ହୋଇଥିବା ଅଗଷ୍ଟ-୨୦୨୧ର ସର୍ଭେ ରିପୋର୍ଟରୁ ଏହା ଜଣାପଡ଼ିଛି।

Advertisment

ଆସାମ, ବିହାର, ଚଣ୍ଡିଗଡ଼, ଦିଲ୍ଲୀ, ଗୁଜରାଟ, ହରିୟାଣା, ଝାଡ଼ଖଣ୍ଡ, କର୍ଣ୍ଣାଟକ, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା, ପଞ୍ଜାବ, ତାମିଲନାଡୁ, ଉତ୍ତର ପ୍ରଦେଶ ଓ ପଶ୍ଚିମବଙ୍ଗର ପ୍ରାୟ ୧୩୬୨ ଲୋକଙ୍କୁ ନେଇ ଏକ ସର୍ଭେ କରାଯାଇଥିଲା। ଏହି ସର୍ଭେରେ ପ୍ରତ୍ୟେକ ପରିବାରର ଅତି କମରେ ଗୋଟିଏ ପିଲା ପ୍ରାଥମିକ (ଶ୍ରେଣୀ ୧ ରୁ ୫) କିମ୍ବା ଉଚ୍ଚ-ପ୍ରାଥମିକ (ଶ୍ରେଣୀ ୬-୮) ସ୍ତରରେ ନାମ ଲେଖାଇଥିଲେ।

ଏହି ସର୍ଭେରୁ ଜଣାପଡ଼ିଛି ଯେ ଗ୍ରାମାଞ୍ଚଳରେ ମାତ୍ର ୨୮ ପ୍ରତିଶତ ପିଲା ନିୟମିତ ଅଧ୍ୟୟନ କରୁଥିବା ବେଳେ ୩୭ ପ୍ରତିଶତ ପାଠପଢ଼ାରୁ ବଞ୍ଚିତ ହୋଇଛନ୍ତି। ଅଧିକାଂଶ ଅଭିଭାବକଙ୍କ ମତରେ ଲକଡାଡନ୍ ସମୟରେ ସେମାନଙ୍କ ପିଲାମାନଙ୍କର ପଢ଼ିବା ଓ ଲେଖିବା ଦକ୍ଷତା ବହୁତ ହ୍ରାସ ପାଇଛି।

Advertisment

ସର୍ଭେରୁ ଜଣାପଡ଼ିଛି ଯେ ପିଲାମାନଙ୍କ ଅନଲାଇନ୍ ଶିକ୍ଷା ମଧ୍ୟ ସୀମିତ ହୋଇଛି। ସହରାଞ୍ଚଳ ଓ ଗ୍ରାମାଞ୍ଚଳର ଯଥାକ୍ରମେ ୨୪ ପ୍ରତିଶତ ଓ ୮ ପ୍ରତିଶତ ସ୍କୁଲ ପିଲାମାନେ ନିୟମିତ ଭାବେ ଅନଲାଇନ୍ କ୍ଲାସ କରୁଥିବା ସର୍ଭେରୁ ଜଣାପଡ଼ିଛି। ତେବେ ସର୍ଭେରୁ ଜଣାପଡ଼ିଛି ଯେ ଅଧିକାଂଶ ପିଲାଙ୍କ ପାଖରେ ସ୍ମାର୍ଟ ଫୋନ୍ ନାହିଁ, ଯେଉଁକାରଣରୁ ସେମାନେ ଅନଲାଇନ୍ ପାଠପଢ଼ାରୁ ବଞ୍ଚିତ ହୋଇଛନ୍ତି। ସହରାଞ୍ଚଳରେ ୩୧ ପ୍ରତିଶତ ଓ ଗ୍ରାମାଞ୍ଚଳରେ ୧୫ ପ୍ରତିଶତ ପିଲାଙ୍କ ପାଖରେ ସ୍ମାର୍ଟଫୋନ୍ ଥିବା ସର୍ଭେରେ ସ୍ପଷ୍ଟ ହୋଇଛି।

ସର୍ଭେରୁ ଜଣାପଡ଼ିଛି ଯେ ଅଧିକାଂଶ ଛୋଟପିଲା ଅନଲାଇନ୍ ପାଠପଢ଼ା କ’ଣ ନାହାନ୍ତି ଏବଂ ସେମାନେ ଅନଲାଇନ୍ ପାଠପାଢ଼ାରେ ନିଜର ଧ୍ୟାନକେନ୍ଦ୍ରିତ କରିପାରୁନାହାନ୍ତି। ସହରାଞ୍ଚଳର ଅଭିଭାବକଙ୍କ କହିବା ଅନୁଯାୟୀ ଲକଡାଉନ୍ ପିରିୟଡରେ ସେମାନଙ୍କ ପିଲାଙ୍କର ପଢ଼ିବା ଓ ଲେଖିବା ଦକ୍ଷତା ହ୍ରାସ ପାଇଛି। ଗ୍ରାମାଞ୍ଚଳର ୧ ପ୍ରତିଶତ ଓ ସହରାଞ୍ଚଳର ୮ ପ୍ରତିଶତ ପିଲା ଦୂରଦର୍ଶନରେ ପ୍ରସାରିତ ଅନଲାଇନ୍ କ୍ଲାସରେ ଯୋଗ ଦେଉଥିବା ସର୍ଭେ ରିପୋର୍ଟରୁ ଜଣାପଡ଼ିଛି।

ସ୍କୁଲ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ନେଇ ମଧ୍ୟ ସର୍ଭେ କରାଯାଇଛି। ଏଥିରୁ ଗ୍ରାମାଞ୍ଚଳର ୫୮ ପ୍ରତିଶତ ଓ ସହରାଞ୍ଚଳର ୫୧ ପ୍ରତିଶତ ପିଲା ସେମାନଙ୍କର ଶିକ୍ଷକଙ୍କୁ ଭେଟିନାହାନ୍ତି। ସର୍ଭରେ ୯୮ ପ୍ରତିଶତ ଅଭିଭାବକ ସ୍କୁଲ୍ ଖୋଲିବା ସପକ୍ଷରେ ଯୁକ୍ତି ରଖିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe