ଆସନ୍ତାବର୍ଷ ଖୋଲିବ ୬୩ଟି ନୂଆ ଆଦର୍ଶ ବିଦ୍ୟାଳୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାବର୍ଷ ଆଉ ୬୩ଟି ନୂଆ ଆଦର୍ଶ ବିଦ୍ୟାଳୟ ଖୋଲିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏହାସହିତ ଆଦର୍ଶ ବିଦ୍ୟାଳୟ ପାଇଁ ପ୍ରବେଶିକା ପରୀକ୍ଷା ଆସନ୍ତା ଫେବୃୟାରୀ ୧୮ତାରିଖରେ ଅନୁଷ୍ଠିତ ହେବ । ଆଜି ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କ ସହ ସମୀକ୍ଷା ବୈଠକରେ ଏହି ସୂଚନା ଦିଆଯାଇଛି । ବୈଠକରେ ଆଲୋଚନାବେଳେ ଜଣାପଡ଼ିଛି ଯେ, ଆଦର୍ଶ ବିଦ୍ୟାଳୟ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀମାନେ ଗୁଣାତ୍ମକ ଆସବାବପତ୍ର କିଣିବେ । ଆବଶ୍ୟକ ପଡ଼ିଲେ ଅଧିକ […]

Adarsha School

Ordigital Desk
  • Published: Wednesday, 29 December 2021
  • , Updated: 31 December 2021, 12:53 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାବର୍ଷ ଆଉ ୬୩ଟି ନୂଆ ଆଦର୍ଶ ବିଦ୍ୟାଳୟ ଖୋଲିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏହାସହିତ ଆଦର୍ଶ ବିଦ୍ୟାଳୟ ପାଇଁ ପ୍ରବେଶିକା ପରୀକ୍ଷା ଆସନ୍ତା ଫେବୃୟାରୀ ୧୮ତାରିଖରେ ଅନୁଷ୍ଠିତ ହେବ ।

ଆଜି ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କ ସହ ସମୀକ୍ଷା ବୈଠକରେ ଏହି ସୂଚନା ଦିଆଯାଇଛି । ବୈଠକରେ ଆଲୋଚନାବେଳେ ଜଣାପଡ଼ିଛି ଯେ, ଆଦର୍ଶ ବିଦ୍ୟାଳୟ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀମାନେ ଗୁଣାତ୍ମକ ଆସବାବପତ୍ର କିଣିବେ । ଆବଶ୍ୟକ ପଡ଼ିଲେ ଅଧିକ ଖର୍ଚ୍ଚ ବହନ କରାଯିବ । ଆଦର୍ଶ ବିଦ୍ୟାଳୟର ପ୍ରବେଶିକା ପରୀକ୍ଷା ନିମନ୍ତେ ଜିଲ୍ଲା ଶିକ୍ଷା ଅଧିକାରୀମାନେ ଆବଶ୍ୟକ ପ୍ରଚାରପ୍ରସାର କରିବେ । କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟଗୁଡ଼ିକର ନିର୍ମାଣ କାର୍ଯ୍ୟ ତୁରନ୍ତ ଶେଷ କରାଯିବ । ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ବାକି ରହିଥିବା ୟୁସି ତୁରନ୍ତ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହିତ ପଠାଣୀ ସାମନ୍ତ ଓ ଜୁନିୟର ମେରିଟ୍ ସ୍କଲାରସିପ୍ ପାଇଁ କିପରି ଅଧିକ ଛାତ୍ରଛାତ୍ରୀ ଆବେଦନ କରିବେ ସେଥିପାଇଁ ଜିଲ୍ଲା ଶିକ୍ଷା ଅଧିକାରୀମାନେ ଅଧିକ ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଛି । ୨୦ଟି ଡିଜିଟାଲ ଲାଇବ୍ରେରୀ ପ୍ରତିଷ୍ଠା ନିମନ୍ତେ ମଧ୍ୟ ଆଜି ବୈଠକରେ ଆଲୋଚନା ହୋଇଛି ।

ସୂଚନାଯୋଗ୍ୟ, ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ପ୍ରକଳ୍ପ ସଂଯୋଜକ, ସହକାରୀ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କ ସହ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ ସତ୍ୟବ୍ରତ ସାହୁ ଆଲୋଚନା କରିଥିଲେ । ଏହି ବୈଠକରେ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା ଯୋଗ ଦେଇ ଶିକ୍ଷା ଅଧିକାରୀମାନଙ୍କୁ ସ୍କୁଲ ପରିଦର୍ଶନ କରିବା, ଶିକ୍ଷକ ଓ ଅଭିଭାବକଙ୍କ ସହ ନିୟମିତ ଆଲୋଚନା, ନିୟମିତତା ଓ ଶୃଙ୍ଖଳା ବଜାୟ ରଖବାକୁ ଆହ୍ୱାନ ଦେଇଛନ୍ତି ।

ସୂଚନାଯୋଗ୍ୟ, ରାଜ୍ୟ ସରକାର ସମସ୍ତ ବ୍ଲକରେ ଗୋଟିଏ ଲେଖାଏଁ ଆଦର୍ଶ ବିଦ୍ୟାଳୟ ଖୋଲିବା ନିମନ୍ତେ ନିଷ୍ପତ୍ତି ନେଇଛନ୍ତି । ଏପର୍ଯ୍ୟନ୍ତ ୧୯୦ଟି ବ୍ଲକରେ ଆଦର୍ଶ ବିଦ୍ୟାଳୟ ଖୋଲିଛି । ୨୦୧୫ ଶିକ୍ଷା ବର୍ଷରୁ ରାଜ୍ୟରେ ଏହି ଆଦର୍ଶ ବିଦ୍ୟାଳୟ ମାନ ଖୋଲିଛି ।

Related story