ବାହାରିଲା ସିବିଏସଇ ୧୦ମ ଶ୍ରେଣୀ ରେଜଲ୍ଟ, ପାସ୍ କଲେ ୯୪.୪୦%

ନୂଆଦିଲ୍ଲୀ: ଦ୍ୱାଦଶ ଶ୍ରେଣୀ ପରେ ପ୍ରକାଶ ପାଇଛି ସିବିଏସ୍ଇ ୧୦ମ ଶ୍ରେଣୀ ରେଜଲ୍ଟ। ପୂର୍ବ ଘୋଷଣା ମୁତାବକ ଦିନ ୨ଟା ବେଳକୁ ସିବିଏସ୍ଇ ବୋର୍ଡ ପକ୍ଷରୁ ରେଜଲ୍ଟ ଘୋଷଣା କରାଯାଇଛି। ପିଲାମାନେ cbse.gov.in. cbseresults.nic.in, parikshasangam.cbse.gov.in ଓ results.cbse.nic.in. ଦ୍ୱାରା ନିଜର ରେଜଲ୍ଟ ଜାଣିପାରିବେ। ସେହିପରି DigiLocker ଓ SMS ଦ୍ୱାର ମଧ୍ୟ ପିଲାମାନେ ନିଜର ରେଜଲ୍ଟ ବାହାର କରିପାରିବେ। ଚଳିତ ୨୧,୦୯,୨୦୮ ଜଣ ପିଲା ପରୀକ୍ଷା ପାଇଁ ପଞ୍ଜିକରଣ କରିଥିଲେ। ହେଲେ ସେମାନଙ୍କ ମଧ୍ୟରୁ ୨୦,୯୩,୯୭୮ ଜଣ ପରୀକ୍ଷା ଦେଇଥିଲେ। ଏମାନଙ୍କ ମଧ୍ୟରୁ ୧୯,୭୬,୬୬୮ ଜଣ ପିଲା ପାସ କରିଛନ୍ତି।
ଚଳିତ ବର୍ଷ ୯୪.୪୦% ପିଲା ସିବିଏସ୍ଇ ୧୦ମ ଶ୍ରେଣୀ ପରୀକ୍ଷାରେ ପାସ୍ କରିଛି। ୨୦୨୧ରେ ଏହା ୯୯.୦୪%, ୨୦୨୦ରେ ୯୧.୪୬% ଓ ୨୦୧୯ରେ ୯୧.୧୦% ପିଲାର କୃର୍ତ୍ତକାର୍ଯ୍ୟ ହୋଇଥିଲେ। ପୁଣିଥରେ ପୁଅଙ୍କୁ ପଛରେ ପକାଇଛନ୍ତି ଝିଅ। ୯୫.୨୧% ଛାତ୍ରୀ ପରୀକ୍ଷାରେ ପାସ୍ ହୋଇଥିବା ବେଳେ ପୁଅଙ୍କ ପାସ ହାର ୯୩.୮୦ ରହିଛି। ଏହାର ଅର୍ଥ ପୁଅଙ୍କ ତୁଳନାରେ ଝିଅଙ୍କ ପାସ ହାର ୧.୪୧% ଅଧିକ। ସେହିପରି ଟ୍ରାନ୍ସଜେଣ୍ଡର ଶିକ୍ଷାର୍ଥୀଙ୍କ ପାସ ହାର ୯୦%।
୬୩ ହଜାର ପିଲା ୯୫%ରୁ ଅଧିକ ମାର୍କ ରଖିଥିବା ବେଳେ ୨.୩୬ ଲକ୍ଷ ପିଲା ୯୦%ରୁ ଅଧିକ ମାର୍କ ହାସଲ କରିଛନ୍ତି।
କେରଳର ତ୍ରିବେନ୍ଦ୍ରମ ରିଜିନରେ ସର୍ବାଧିକ ୯୯.୬୮% ପିଲା କୃର୍ତ୍ତକାର୍ଯ୍ୟ ହୋଇଛନ୍ତି। ଏହା ଦେଶରେ ସର୍ବାଧିକ। ସବୁଠାରୁ କମ ପାସ ହାର ଗୌହାଟୀ ରିଜନରେ ଦେଖିବାକୁ ମିଳିଛି। ଏଠାରେ ୮୨.୨୩% ପିଲା ପାସ କରିଛନ୍ତି।
ଭୁବନେନଶ୍ୱର ରିଜନରେ ପାସ ହାର ୯୬.୪୬% ରହିଛି। ସେହିପରି ପାସ ହାର ଦୃଷ୍ଟି କୋଣରୁ ଭୁବନେଶ୍ୱର ୭ନଂ ସ୍ଥାନରେ ରହିଛି। ଭୁବନେଶ୍ୱର ତଳେ ଦିଲ୍ଲୀ ଇଷ୍ଟ(୮୬.୯୬%) ଓ ଦିଲ୍ଲୀ ୱେଷ୍ଟ(୮୫.୯୪%) ରହିଛନ୍ତି। ବେଙ୍ଗାଲୁରୁ ଦ୍ୱିତୀୟ ସ୍ଥାନରେ ରହିଛି। ଏଠାରେ ପାସ ହାର ୯୯. ୨୨%। ତୃତୀୟରେ ଚେନ୍ନାଇ(୯୮.୯୭%), ୪ର୍ଥରେ ଆଜମେର(୯୮.୧୪%), ୫ମରେ ପାଟନା(୯୭.୬୫%), ୬ଷ୍ଠରେ ପୁଣେ (୯୭.୧୪%), ୮ମରେ ପଞ୍ଚକୁଲା (୯୬.୩୩%), ୯ମରେ ନୋଏଡା(୯୬.୦୮%), ୧୦ମରେ ଚଣ୍ଡିଗଡ଼(୯୫.୩୮%), ୧୧ମରେ ପ୍ରୟାଗରାଜ(୯୪.୭୪%), ୧୨ରେ ଡେରାଡୁନ(୯୩.୪୩%) ଓ ୧୩ତମ ତମ ସ୍ଥାନରେ ଭୋପାଲ(୯୩.୩୩%) ରହିଛନ୍ତି।
Central Board of Secondary Education (CBSE) announces Class 10 results pic.twitter.com/YKjX2cHgpj
— ANI (@ANI) July 22, 2022
ଏହାପୂର୍ବରୁ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ ପ୍ରକାଶ ପାଇଥିଲା। ଦେଶର ମୋଟ ୧୪ ଲକ୍ଷ ୩୫ ହଜାର ୩୬୬ ଛାତ୍ରଛାତ୍ରୀ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୩,୩୦,୬୬୨ ଜଣ ପିଲା ପାସ କରିଛନ୍ତି। ଦ୍ୱାଦଶ ଶ୍ରେଣୀରେ ମୋଟ୍ ୯୨.୭୧ ପ୍ରତିଶତ ପିଲା ପାସ କରିଛନ୍ତି। ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ପୁଣି ବାଜି ମାରିଛନ୍ତି।
ଛାତ୍ରୀଙ୍କ ପାସ ହାର ୯୪.୫୪% ଥିବା ବେଳେ ୯୧.୨୫% ଛାତ୍ର ପାସ୍ କରିଛନ୍ତି। ୩୩ ହଜାର ପିଲା ୯୫%ରୁ ଅଧିକ ମାର୍କ ରଖିଥିବା ବେଳେ ୯୦%ରୁ ଅଧିକ ମାର୍କ ରଖିଥିବା ପିଲାଙ୍କ ସଂଖ୍ୟା ୧.୩୪ ଲକ୍ଷ। ୨୦୨୧ ତୁଳନାରେ ପାସ ହାର ୨୦୨୨ରେ ହ୍ରାସ ପାଇଛି। ୨୦୨୧ରେ ପାସ ହାର ୯୯.୩୭% ଥିଲା। ଏଥର ଏହା ୯୨.୭୧%କୁ ଖସିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।