Advertisment

ରାଜ୍ୟରେ ପୁଣି ଖୋଲିବ ଘରୋଇ ଡିଗ୍ରୀ ଓ ପ୍ରଫେସନାଲ୍ କଲେଜ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଉଚ୍ଚଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି। ରାଜ୍ୟରେ ପୁଣି ଖୋଲିବ ଘରୋଇ ଡିଗ୍ରୀ ଓ ପ୍ରଫେସନାଲ୍ କଲେଜ୍। ଗତ ମାସ ୯ ତାରିଖରେ ବସିଥିବା ହାଇପାଓ୍ୱାର କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସ୍ଥାନୀୟ ଅଂଚଳର ଶୈକ୍ଷିକ ଆବଶ୍ୟକତାକୁ ନେଇ ଘରୋଇ ଶିକ୍ଷାନୁଷ୍ଠାନ ଖୋଲାଯାଇପାରିବ। ସେହିପରି ଆବଶ୍ୟକସ୍ଥଳେ ନୂଆ କୋର୍ସ ସାମିଲ ପାଇଁ ବି ଅନୁମତି ଦିଆଯାଇଛି। ଏହାଦ୍ୱାରା ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି ହାଇପାଓ୍ୱାର କମିଟି ମତ ଦେଇଛି। ଘରୋଇ କଲେଜଗୁଡିକର ପ୍ରାଦୁର୍ଭାବ […]

author-image
Niranjan Mishra
ଅଦ୍ୟତନ ହୋଇଛି
ରାଜ୍ୟରେ ପୁଣି ଖୋଲିବ ଘରୋଇ ଡିଗ୍ରୀ ଓ ପ୍ରଫେସନାଲ୍ କଲେଜ୍

coll

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଉଚ୍ଚଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି। ରାଜ୍ୟରେ ପୁଣି ଖୋଲିବ ଘରୋଇ ଡିଗ୍ରୀ ଓ ପ୍ରଫେସନାଲ୍ କଲେଜ୍। ଗତ ମାସ ୯ ତାରିଖରେ ବସିଥିବା ହାଇପାଓ୍ୱାର କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସ୍ଥାନୀୟ ଅଂଚଳର ଶୈକ୍ଷିକ ଆବଶ୍ୟକତାକୁ ନେଇ ଘରୋଇ ଶିକ୍ଷାନୁଷ୍ଠାନ ଖୋଲାଯାଇପାରିବ। ସେହିପରି ଆବଶ୍ୟକସ୍ଥଳେ ନୂଆ କୋର୍ସ ସାମିଲ ପାଇଁ ବି ଅନୁମତି ଦିଆଯାଇଛି। ଏହାଦ୍ୱାରା ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି ହାଇପାଓ୍ୱାର କମିଟି ମତ ଦେଇଛି।

Advertisment

ଘରୋଇ କଲେଜଗୁଡିକର ପ୍ରାଦୁର୍ଭାବ ରୋକିବାକୁ ଉଚ୍ଚ ଶିକ୍ଷା ବିଭାଗ ନୂଆ ଘରୋଇ କଲେଜ ଖୋଲିବା ଉପରେ ୫ ବର୍ଷିୟା କଟକଣା ଲଗାଇଥିଲା। ତେଣୁ ଉଚ୍ଚ ଶିକ୍ଷା ବିଭାଗ ହାଇପାଓ୍ୱାର କମିଟିର ଏହି ନିଷ୍ପତ୍ତିକୁ ନେଇ ଅନେକ ପ୍ରଶ୍ନ ଉଠିଛି।

ରାଜ୍ୟରେ ଏବେ ୫୩ ଟି ସରକାରୀ ଓ ୫ଶହ ଅନୁଦାନ ପ୍ରାପ୍ତ ଡିଗ୍ରୀ କଲେଜ ରହିଛି। ଏସବୁ କଲେଜ୍‌ର ମୋଟ ସିଟ ସଂଖ୍ୟା ୨ଲକ୍ଷ ୫୫ ହଜାର ୯୧୩। ଏଥି ମଧ୍ୟରୁ ଚଳିତ ବର୍ଷ ଲକ୍ଷେ ୯୮ ହଜାର ୫୧୮ ସିଟ୍‌ରେ ଆଡମିଶନ ହୋଇଛି। ଅର୍ଥାତ୍ ୫୭ ହଜାର ୩୯୫ ସିଟ୍ ଖାଲି ପଡ଼ିଛି। ଏଭଳି କ୍ଷେତ୍ରରେ ଅଧିକ ଘରୋଇ କଲେଜ୍ ଖୋଲିବାର ଆବଶ୍ୟକତା କ’ଣ? କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀର ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର ଏଭଳି ନିଷ୍ପତ୍ତି ନେଇନାହାନ୍ତି କି ? ଘରୋଇ ଡିଗ୍ରୀ କଲେଜ ଖୋଲିବା ନିଷ୍ପତ୍ତି ଶିକ୍ଷାର ବ୍ୟବସାୟୀକରଣକୁ ପ୍ରୋତ୍ସାହିତ କରିବ ନାହିଁ ତ ?

Advertisment

ଉଚ୍ଚ ଶିକ୍ଷା ବିଭାଗର ଏଭଳି ନିଷ୍ପତ୍ତିକୁ ଅଧ୍ୟାପକ ସଂଘ ସମାଲୋଚନା କରିଥିବା ବେଳେ ବେସରକାରୀ କଲେଜ୍ ପକ୍ଷରୁ କିନ୍ତୁ ସ୍ୱାଗତ କରାଯାଇଛି।

ସୂଚନା ଥାଉକି, ପୂର୍ବରୁ ସେଲ୍ଫ ଫାଇନାନ୍ସିଂ କୋର୍ସ ବନ୍ଦ ଲାଗି ଉଚ୍ଚ ଶିକ୍ଷା ବିଭାଗ ନିଷ୍ପତ୍ତି ନେଇଥିଲା। ଏବେ କିନ୍ତୁ ଏହି କଟକଣାକୁ ଉଠାଇ ଦିଆଯାଇଛି।