Advertisment

୧୯ରୁ ଆରମ୍ଭ ହେବ ନିଟ୍‌ ୟୁଜି କାଉନସେଲିଂ, ଜାଣନ୍ତୁ ପୂରା ସୂଚୀ

ନୂଆଦିଲ୍ଲୀ: ଆସନ୍ତା ଜାନୁଆରୀ ୧୯ରୁ ଆରମ୍ଭ ହେବ ନିଟ୍‌-ୟୁଜି କାଉନସେଲିଂ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି। ଏଥିସହ ନିଟ୍‌ ୟୁଜିର ପୂରା କାର୍ଯ୍ୟ ସୂଚୀ ଜାରି କରିଛନ୍ତି। ଏହି ପ୍ରକ୍ରିୟାରେ ସାମିଲ ହେବାକୁ ଥିବା ଆଶାୟୀମାନେ ଜାନୁଆରୀ ୧୯ରୁ ମେଡିକାଲ୍ କାଉନସେଲିଂ କମିଟି (ଏମସିସିର)ର ଅଫିସିଆଲ୍ ୱେବସାଇଟକୁ ଯାଇ ଆବେଦନ କରିପାରିବେ। କାର୍ଯ୍ୟସୂଚୀ ଅନୁସାରେ ମୋଟ ୪ଟି ରାଉଣ୍ଡରେ କାଉନସେଲିଂ ହେବ। ଯେଉଁଥିରେ ଚୟସ ଫିଲିଂ ବା ଲକିଂ, ସିଟ୍ […]

୧୯ରୁ ଆରମ୍ଭ ହେବ ନିଟ୍‌ ୟୁଜି କାଉନସେଲିଂ, ଜାଣନ୍ତୁ ପୂରା ସୂଚୀ

NEET

Advertisment

ନୂଆଦିଲ୍ଲୀ: ଆସନ୍ତା ଜାନୁଆରୀ ୧୯ରୁ ଆରମ୍ଭ ହେବ ନିଟ୍‌-ୟୁଜି କାଉନସେଲିଂ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି। ଏଥିସହ ନିଟ୍‌ ୟୁଜିର ପୂରା କାର୍ଯ୍ୟ ସୂଚୀ ଜାରି କରିଛନ୍ତି। ଏହି ପ୍ରକ୍ରିୟାରେ ସାମିଲ ହେବାକୁ ଥିବା ଆଶାୟୀମାନେ ଜାନୁଆରୀ ୧୯ରୁ ମେଡିକାଲ୍ କାଉନସେଲିଂ କମିଟି (ଏମସିସିର)ର ଅଫିସିଆଲ୍ ୱେବସାଇଟକୁ ଯାଇ ଆବେଦନ କରିପାରିବେ।

Advertisment

କାର୍ଯ୍ୟସୂଚୀ ଅନୁସାରେ ମୋଟ ୪ଟି ରାଉଣ୍ଡରେ କାଉନସେଲିଂ ହେବ। ଯେଉଁଥିରେ ଚୟସ ଫିଲିଂ ବା ଲକିଂ, ସିଟ୍ ଆଲୋଟମେଣ୍ଟ, ରେଜଲ୍ଟ ଏବଂ ରିପୋର୍ଟିଂ ପ୍ରକ୍ରିୟା ରହିଛି।

ଶ୍ରୀ ମାଣ୍ଡଭୀୟ ଟ୍ୱିଟ କରି କହିଛନ୍ତି, “ପ୍ରିୟ ଶିକ୍ଷାର୍ଥୀମାନେ ନିଟ୍-ୟୁଜି ପାଇଁ କାଉନସେଲିଂ ୧୯ ଜାନୁଆରୀରୁ ଏମସିସି ଦ୍ୱାରା ଆରମ୍ଭ ହେଉଛି। ଆପଣମାନେ ସମସ୍ତେ ଦେଶର ଭବିଷ୍ୟତ ଓ ଆପଣମାନେ ସମସ୍ତେ ସେବା ହିଁ ଧର୍ମର ମୂଳ ମନ୍ତ୍ର ସହିତ ନିଜର କ୍ୟାରିୟରକୁ ଗୋଟିଏ ନୂତନ ଦିଗ ଦେବେ ବୋଲି ଆଶା କରୁଛି। ମୁଁ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି।”

Advertisment


ଆଶାୟୀମାନେ ଏମସିସିର ଅଫିସିଆଲ୍ ୱେବସାଇଟକୁ ଯାଇ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଯାଞ୍ଚ କରିପାରିବେ। ଯେଉଁମାନେ ନିଟ-୨୦୨୧ ପ୍ରବେଶିକା ପରୀକ୍ଷା କ୍ଲିୟର କରିଥିବେ ସେମାନେ କାଉନସେଲିଂରେ ଭାଗ ନେଇପାରିବେ।

ରାଜ୍ୟଗୁଡ଼ିକରେ ଥିବା ସମସ୍ତ ମେଡିକାଲ କଲେଜରେ ୧୫% ସର୍ବ ଭାରତୀୟ କୋଟା ଅଧୀନରେ ଆସିବ। ଚଳିତ ବର୍ଷ ସର୍ବ ଭାରତୀୟ କୋଟାରେ ଆର୍ଥିକ ପଛୁଆ ବର୍ଗର ପିଲାମାନଙ୍କ ପାଇଁ ୧୦% ସିଟ୍‌ ସଂରକ୍ଷଣ ହୋଇ ରହିବ। ଏଥିସହ ଓବିସି ବର୍ଗଙ୍କ ପାଇଁ ୨୭% ସଂରକ୍ଷଣ ରହିବ। ଏହା ବର୍ତ୍ତମାନ ଲାଗୁ ହେଉଥିବା ଏସ୍‌ସି,ଏସ୍‌ଟି ଓ ପିଡବ୍ଲ୍ୟୁଡି କୋଟା ବାଦ ରହିବ।

ପ୍ରଥମ ରାଉଣ୍ଡ

ପଞ୍ଜୀକରଣ- ୧୯ରୁ ୨୪ ଜାନୁଆରୀ

ଚୟସ ଫିଲିଂ- ୨୦ରୁ ୨୪ ଜାନୁଆରୀ

ସିଟ୍‌ ବଣ୍ଟନ ପ୍ରକ୍ରିୟା- ୨୭ ଓ ୨୮ ଜାନୁଆରୀ।

ରେଜଲ୍ଟ- ୨୯ ଜାନୁଆରୀ

ରିପୋର୍ଟିଂ- ୩୦ ଜାନୁଆରୀ ରୁ ୪ ଫେବୃଆରୀ।

ଦ୍ୱିତୀୟ ରାଉଣ୍ଡ

ପଞ୍ଜୀକରଣ - ଫେବୃଆରୀ ୯ରୁ ଫେବୃଆରୀ ୧୪ ମଧ୍ୟାହ୍ନ ୧୨ଟା ଯାଏ।

ଚୟସ ଫିଲିଂ-ଫେବୃଆରୀ ୧୦ରୁ ଫେବୃଆରୀ ୧୪ ଦିନ ୧୧.୫୫

ସିଟ୍‌ ବଣ୍ଟନ ପ୍ରକ୍ରିୟା – ଫେବୃଆରୀ ୧୭ ଓ ୧୮

ରେଜଲ୍ଟ- ଫେବୃଆରୀ ୧୯

ରିପୋର୍ଟିଂ- ଫେବୃଆରୀ ୨୦ରୁ ୨୬

ତୃତୀୟ ରାଉଣ୍ଡ (MOP UP ରାଉଣ୍ଡ)

ପଞ୍ଜୀକରଣ - ଫେବୃଆରୀ ୨୮ରୁ ମାର୍ଚ୍ଚ ୧

ଚୟସ ଫିଲିଂ- ମାର୍ଚ୍ଚ ୩ରୁ ୭

ସିଟ୍‌ ବଣ୍ଟନ ପ୍ରକ୍ରିୟା- ମାର୍ଚ୍ଚ ୧୦ରୁ ୧୧

ରେଜଲ୍ଟ- ମାର୍ଚ୍ଚ ୧୨

ରିପୋର୍ଟିଂ-ମାର୍ଚ୍ଚ ୧୩ରୁ ୧୯

ଚତୁର୍ଥ ରାଉଣ୍ଡ (ଅନଲାଇନ୍ ଷ୍ଟ୍ରେ ଭ୍ୟାକେନ୍ସୀ)

ସିଟ ବଣ୍ଟନ ପ୍ରକ୍ରିୟା- ମାର୍ଚ୍ଚ ୨୧

ରେଜଲ୍ଟ- ମାର୍ଚ୍ଚ ୨୨

କ’ଣ ସବୁ ଡକ୍ୟୁମେଣ୍ଟ ଦରକାର

-ନିଟ୍‌ ୨୦୨୧ର ଆଡମିଟ କାର୍ଡ

-ନିଟ୍‌ ୨୦୨୧ର ରେଜଲ୍ଟ କାର୍ଡ କିମ୍ବା ରାଙ୍କ ଚିଠି

-୧୦ମ ଶ୍ରେଣୀ ପାସ୍‌ ପ୍ରମାଣପତ୍ର

-ଦ୍ୱାଦଶ ଶ୍ରେଣୀ ପାସ୍‌ ପ୍ରମାଣପତ୍ର

-ସରକାରଙ୍କ ଦ୍ୱାରା ଫଟୋ ପରିଚୟ ପତ୍ର

-ପାସପୋର୍ଟ ସାଇଜ୍‌ ଫଟୋ

-ଜାତିଗତ ପ୍ରମାଣପତ୍ର

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe