ଅଶ୍ୱିନୀ ଓସିଏସ୍ ଟପ୍ପର, ୧୫୩ ଜଣଙ୍କ ନାଁ ସୁପାରିଶ କଲେ ଓପିଏସସି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା-୨୦୧୯ ରେଜଲ୍ଟ ଆଜି ପ୍ରକାଶ ପାଇଛି। ଅଶ୍ୱିନୀ କୁମାର ପଣ୍ଡା ଟପ୍ପର ହୋଇଥିବାବେଳେ ଦ୍ୱିତୀୟ ସ୍ଥାନରେ ଅଙ୍କୁର ଅଭିଳାଷ ଓ ତୃତୀୟରେ ରଶ୍ମୀରେଖା ପାତ୍ର ରହିଛନ୍ତି। ଖାଲି ପଡ଼ିଥିବା ପଦବୀ ପୂରଣ ନିମନ୍ତେ ମୋଟ ୧୫୩ଜଣଙ୍କ ପ୍ରାର୍ଥୀଙ୍କ ନାଁ ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ସୁପାରିଶ କରିଥିବାବେଳେ ଏଥିରେ ୫୬ଜଣ ମହିଳା ପ୍ରାର୍ଥୀ ରହିଛନ୍ତି। ଓପିଏସସି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଓଡ଼ିଶା ପ୍ରଶାସନିକ ସେବା(ଓସିଏସ) ପରୀକ୍ଷା-୨୦୧୯ର ଫଳାଫଳ ଆଜି ପ୍ରକାଶ […]

OAS

Ordigital Desk
  • Published: Friday, 08 October 2021
  • , Updated: 08 October 2021, 08:14 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା-୨୦୧୯ ରେଜଲ୍ଟ ଆଜି ପ୍ରକାଶ ପାଇଛି। ଅଶ୍ୱିନୀ କୁମାର ପଣ୍ଡା ଟପ୍ପର ହୋଇଥିବାବେଳେ ଦ୍ୱିତୀୟ ସ୍ଥାନରେ ଅଙ୍କୁର ଅଭିଳାଷ ଓ ତୃତୀୟରେ ରଶ୍ମୀରେଖା ପାତ୍ର ରହିଛନ୍ତି। ଖାଲି ପଡ଼ିଥିବା ପଦବୀ ପୂରଣ ନିମନ୍ତେ ମୋଟ ୧୫୩ଜଣଙ୍କ ପ୍ରାର୍ଥୀଙ୍କ ନାଁ ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ସୁପାରିଶ କରିଥିବାବେଳେ ଏଥିରେ ୫୬ଜଣ ମହିଳା ପ୍ରାର୍ଥୀ ରହିଛନ୍ତି।

ଓପିଏସସି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଓଡ଼ିଶା ପ୍ରଶାସନିକ ସେବା(ଓସିଏସ) ପରୀକ୍ଷା-୨୦୧୯ର ଫଳାଫଳ ଆଜି ପ୍ରକାଶ ପାଇଛି । ଏଥିରେ ମୋଟ ୫୩ଜଣ ମହିଳାଙ୍କୁ ମିଶାଇ ୧୫୬ଜଣ କୃତକାର୍ଯ୍ୟ ହୋଇଥିବାବେଳେ ପ୍ରଥମ ୧୦ଜଣଙ୍କ ମଧ୍ୟରେ ୩ଜଣ ମହିଳା ପ୍ରାର୍ଥୀ ରହିଛନ୍ତି । କୋଭିଡ୍ ମହାମାରୀ ଯୋଗୁ ପରୀକ୍ଷା ପ୍ରକ୍ରିୟା ଶେଷ ହେବାରେ ବିଳମ୍ବ ହୋଇଥିଲା ।

ଏହି ପରୀକ୍ଷାରେ ମୋଟ ୪୭୭୧୯ଜଣ ଆବେଦନ କରିଥିବାବେଳେ ୨୦୨୦ ମାର୍ଚ୍ଚ ୧୫ରେ ୨୫୭୮୦ଜଣ ପ୍ରିଲିମନାରୀ ପରୀକ୍ଷା ଦେଇଥିଲେ । ଲିଖିତ ପରୀକ୍ଷା ପାଇଁ ୧୮୮୦ଜଣ କୃତକାର୍ଯ୍ୟ ହୋଇଥିବାବେଳେ ୧୬୧୦ଜଣ ପ୍ରାଥୀ ୨୦୨୦ ଡିସେମ୍ବର ମାସରେ ଲିଖିତ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୩୦୭ଜଣଙ୍କୁ ସାକ୍ଷାତକାର ପାଇ ଡକାଯାଇଥିଲା । ସେପ୍ଟେମ୍ବର ୨୨ରୁ ଅକ୍ଟୋବର ୫ତାରିଖ ପର୍ଯ୍ୟନ୍ତ ୯ଦିନ ଧରି ଏହି ସାକ୍ଷାତକାର ଓ ସାର୍ଟିଫିକେଟ୍ ଯାଂଚ କାର୍ଯ୍ୟ ହୋଇଥିଲା ।

ସୂଚନାଯୋଗ୍ୟ, ଓପିଏସସି ୧୫୩ଜଣଙ୍କ ପ୍ରାର୍ଥୀଙ୍କ ନା ସୁପାରିସ୍ କରିଥିବାବେଳେ ଓଏଏସରେ ୩୦ଟି, ଓଏଫଏସରେ ୯ଟି, ଓପିଏସରେ ୭ଟି, ଓଆରଏସ(ଗ୍ରୁପ-ବି)ରେ ୮୨ଟି, ଓଟିଆଣ୍ଡଏଏସ-୨୦ଟି ପଦବୀ ଖାଲି ରହିଛି, ଯେଉଁଥିରେ ଏହି ପ୍ରାର୍ଥୀମାନଙ୍କୁ ନିଯୁକ୍ତି ମିଳିବ ବୋଲି ଜଣାପଡ଼ିଛି ।

Related story