୧୧ହଜାର ନୂଆ ନର୍ସିଂ ପଦ ସୃଷ୍ଟିକୁ ମଞ୍ଜୁରୀ, ଖୁବଶୀଘ୍ର ବିଜ୍ଞପ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ସ୍ୱାସ୍ଥ୍ୟସେବାକୁ ଅଧିକ କ୍ରିୟାଶୀଳ କରିବା ନିମନ୍ତେ ରାଜ୍ୟରେ ୧୧ହଜାର ୬ଟି ନୂଆ ନର୍ସିଂ ଅଫିସର ପଦବୀ ସୃଷ୍ଟି ହେବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଛନ୍ତି। ପଂଚାୟତ ଓ ପୌର ନିର୍ବାଚନ ପୂର୍ବରୁ ଏହି ପଦବୀଗୁଡ଼ିକ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ଏହି ନୂଆ ପଦବୀଗୁଡ଼ିକ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଗୁଡ଼ିକରେ […]

nurse

nurse

Ordigital Desk
  • Published: Thursday, 19 August 2021
  • Updated: 20 August 2021, 08:09 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ସ୍ୱାସ୍ଥ୍ୟସେବାକୁ ଅଧିକ କ୍ରିୟାଶୀଳ କରିବା ନିମନ୍ତେ ରାଜ୍ୟରେ ୧୧ହଜାର ୬ଟି ନୂଆ ନର୍ସିଂ ଅଫିସର ପଦବୀ ସୃଷ୍ଟି ହେବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଛନ୍ତି। ପଂଚାୟତ ଓ ପୌର ନିର୍ବାଚନ ପୂର୍ବରୁ ଏହି ପଦବୀଗୁଡ଼ିକ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡ଼ିଛି।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ଏହି ନୂଆ ପଦବୀଗୁଡ଼ିକ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଗୁଡ଼ିକରେ ୮୭୪ଟି ପଦବୀ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ୫୪୦୦ଟି, ମାତୃ ଓ ଶିଶୁ ଚିକିତ୍ସା କେନ୍ଦ୍ରଗୁଡ଼ିକରେ ୨୬୯୫ଟି ପଦବୀ ସମେତ ମୋଟ ୮୯୩୩ଟି ପଦବୀ ଜିଲ୍ଲାସ୍ତରରେ ସୃଷ୍ଟି କରାଯାଇଥିବାବେଳେ ବାକି ୨୦୭୩ଟି ପଦବୀ ରାଜ୍ୟର ବିଭିନ୍ନ ମେଡିକାଲ କଲେଜ ଓ ହସ୍ପିଟାଲଗୁଡ଼ିକ ପାଇଁ ଉଦ୍ଦିଷ୍ଟ ରହିଛି। ଏହିସବୁ ପଦବୀଗୁଡ଼ିକ ଦୁଇଟି ପର୍ଯ୍ୟାୟରେ ପୂରଣ କରାଯିବ। ଓଡ଼ିଶା ନର୍ସିଂ ସେବା ନିୟମାବଳୀ-୨୦୧୯ ଅନୁସାରେ ଏହି ପଦବୀ ପୂରଣ କରାଯିବ।

ଏହି ନୂତନ ନର୍ସିଂ ଅଫିସର ପଦବୀଗୁଡ଼ିକ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ମାତୃ ଓ ଶିଶୁ ଚିକତ୍ସା କେନ୍ଦ୍ର ତଥା ବିଭିନ୍ନ ମେଡିକାଲ କଲେଜରେ ପୂରଣ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos