ବିଗ୍‌ ବସ୍‌ରେ ପୁଣି ଏଣ୍ଟ୍ରି କରିବେ ହିନା ଖାନ୍‌, ଜାଣନ୍ତୁ କାରଣ

ମୁମ୍ବାଇ: ଫିନାଲେ ୱିକ୍‌ରେ ବିଗ୍‌ ବସ୍‌-୧୨ ରୋଚକ ମୋଡ଼ରେ ରହିଛି। ଶୋ’ର ଶେଷ ସପ୍ତାହରେ ବିଗ୍ ବସ୍‌ ଘରକୁ ଆସିବେ କିଛି ସ୍ପେଶାଲ ଗେଷ୍ଟ। ଆଉ କେହି ନୁହନ୍ତି, ବରଂ ସେମାନେ ହେଉଛନ୍ତି ପୂର୍ବ ସିଜିନ୍‌ଗୁଡ଼ିକରେ ଏହି ଶୋ’ରେ ସାମିଲ୍‌ ହୋଇଥିବା କିଛି ପ୍ରତିଯୋଗୀ। ଶେଷ ସପ୍ତାହର ଶେଷ ଟାସ୍କ ‘ବିବି ହୋଟେଲ୍‌’ କରାଇବାକୁ ବିଗ୍‌ ବସ୍‌ ଘରକୁ ଆସିବେ ହିନା ଖାନ୍‌, ପ୍ରିୟାଙ୍କ ଶର୍ମା, ଗୌତମ ଗୁଲାଟି ଓ ଜୁହି ପରମାର୍। ହିନା ଖାନ୍‌ ଏଥର ଦ୍ୱିତୀୟଥର […]

hina

hina

Chinmayee Roy
  • Published: Tuesday, 25 December 2018
  • Updated: 25 December 2018, 06:24 PM IST

Sports

Latest News

ମୁମ୍ବାଇ: ଫିନାଲେ ୱିକ୍‌ରେ ବିଗ୍‌ ବସ୍‌-୧୨ ରୋଚକ ମୋଡ଼ରେ ରହିଛି। ଶୋ’ର ଶେଷ ସପ୍ତାହରେ ବିଗ୍ ବସ୍‌ ଘରକୁ ଆସିବେ କିଛି ସ୍ପେଶାଲ ଗେଷ୍ଟ। ଆଉ କେହି ନୁହନ୍ତି, ବରଂ ସେମାନେ ହେଉଛନ୍ତି ପୂର୍ବ ସିଜିନ୍‌ଗୁଡ଼ିକରେ ଏହି ଶୋ'ରେ ସାମିଲ୍‌ ହୋଇଥିବା କିଛି ପ୍ରତିଯୋଗୀ। ଶେଷ ସପ୍ତାହର ଶେଷ ଟାସ୍କ ‘ବିବି ହୋଟେଲ୍‌’ କରାଇବାକୁ ବିଗ୍‌ ବସ୍‌ ଘରକୁ ଆସିବେ ହିନା ଖାନ୍‌, ପ୍ରିୟାଙ୍କ ଶର୍ମା, ଗୌତମ ଗୁଲାଟି ଓ ଜୁହି ପରମାର୍। ହିନା ଖାନ୍‌ ଏଥର ଦ୍ୱିତୀୟଥର ପାଇଁ ଆସିବେ। ପୂର୍ବରୁ ଆଉଥରେ ମଧ୍ୟ ହିନା ଆଉ ଏକ ଟାସ୍କ କରାଇବାକୁ ବିଗ୍‌ ବସ୍‌ ହାଉସ୍‌କୁ ଆସିଥିଲେ।

https://twitter.com/ColorsTV/status/1077470512744325120

କଲର୍ସ ଚ୍ୟାନେଲ୍‌ର ଟ୍ୱିଟର୍‌ ହ୍ୟାଣ୍ଡେଲ୍‌ରେ ଶୋ’ର ନୂଆ ପ୍ରୋମୋ ଜାରି ହୋଇଛି। ଏଥିରେ ଦେଖିବାକୁ ମିଳିଛି, ଫିନାଲେ ୱିକ୍‌ର ଦ୍ୱିତୀୟ ଦିନରେ ହିନା ଖାନ୍‌ ଘରର ସଦସ୍ୟମାନଙ୍କ ପାଇଁ ଏକ ମଜାଦାର ଟାସ୍କ ନେଇ ଆସିଛନ୍ତି। ହିନା ଦୀପକ୍‌ଙ୍କ ଫାଳେ ଦାଢ଼ି ସେଭିଂ କରିବାକୁ କହୁଛନ୍ତି। ଯାହା କରିବା ପରେ ଦୀପକ୍‌ଙ୍କୁ ଦେଖି ଘରର ଅନ୍ୟ ସଦ୍ୟସମାନେ ନିଜ ହସକୁ ରୋକିପାରୁ ନାହାନ୍ତି। କେବଳ ଏତିକି ନୁହେଁ, ହିନା କରନ୍‌ବୀରଙ୍କୁ ନିଜ ଚୁଟି କର୍ଲ କରି ଆଖିରେ କଜଳ ଲଗାଇବାକୁ କହୁଛନ୍ତି।

https://twitter.com/ColorsTV/status/1077436350167543808

ଶେଷ ସପ୍ତାହରେ ବିଗ୍‌ ବସ୍‌ ହାଉସ୍‌ରେ ଅନେକ ମଜା, ମସ୍ତି ଓ ଢେର୍‌ ‌ଏଣ୍ଟରଟେନ୍‌ମେଣ୍ଟ ହେବ। ହିନା ଖାନ୍‌ଙ୍କ ପୂର୍ବରୁ ସପ୍ତାହର ପ୍ରଥମ ଦିନରେ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କର ମଧ୍ୟ ଏଣ୍ଟ୍ରି ହୋଇଥିଲା। ସେ କ୍ରିସ୍‌ମାସ୍ ଅବସରରେ ଆଞ୍ଜେଲ୍‌ ହୋଇ ଆସିଥିଲେ ଓ ଘରର ସଦସ୍ୟମାନଙ୍କୁ ତାଙ୍କ ପରିବାର ତରଫରୁ ପଠାଯାଇଥିବା ଉପହାର ଦେଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos