ଅକ୍ଟୋବର ୭ରେ ରିଲିଜ୍‌ ହେବ ‘2 in 1’

ମୁମ୍ବାଇ: ଆସନ୍ତା ଅକ୍ଟୋବର ୭ ରେ ରିଲିଜ୍‌ ହେବ ଅଭିନେତା ସୋନୁ ସୁଦ୍‌ଙ୍କ ହୋମ୍‌ ପ୍ରଡକ୍ସସନ୍‌ର ଫିଲ୍ମ ‘2 in 1’। ଆଜି ଏହି ସୂଚନା ଦେଇଛନ୍ତି ‘ଦବଙ୍ଗ’ ଷ୍ଟାର ସୋନୁ ସୁଦ୍‌। ସେ ତାଙ୍କ ଟ୍ୱିଟର ପେଜ୍‌ରେ ‘ବାହୁବଳୀ’ ଷ୍ଟାର ତମନ୍ନା ଭାଟିଆ ଓ ପ୍ରଭୁ ଦେବାଙ୍କ ସହ ଥିବା ଏକ ଫଟୋ ପୋଷ୍ଟ କରିଛନ୍ତି। ସେ କହିଛନ୍ତି,“ମୋ ହୋମ୍ ପ୍ରଡକ୍ସନରେ ନିର୍ମିତ ଫିଲ୍ମ ‘2 in 1’ ଆସନ୍ତା ଅକ୍ଟୋବରରେ ରିଲିଜ୍‌ ହେବ। ମୁଁ […]

sonu sood

Rakesh Mallick
  • Published: Monday, 22 August 2016
  • , Updated: 22 August 2016, 07:15 PM IST

ମୁମ୍ବାଇ: ଆସନ୍ତା ଅକ୍ଟୋବର ୭ ରେ ରିଲିଜ୍‌ ହେବ ଅଭିନେତା ସୋନୁ ସୁଦ୍‌ଙ୍କ ହୋମ୍‌ ପ୍ରଡକ୍ସସନ୍‌ର ଫିଲ୍ମ ‘2 in 1’। ଆଜି ଏହି ସୂଚନା ଦେଇଛନ୍ତି ‘ଦବଙ୍ଗ’ ଷ୍ଟାର ସୋନୁ ସୁଦ୍‌। ସେ ତାଙ୍କ ଟ୍ୱିଟର ପେଜ୍‌ରେ ‘ବାହୁବଳୀ’ ଷ୍ଟାର ତମନ୍ନା ଭାଟିଆ ଓ ପ୍ରଭୁ ଦେବାଙ୍କ ସହ ଥିବା ଏକ ଫଟୋ ପୋଷ୍ଟ କରିଛନ୍ତି।

[embed]https://twitter.com/SonuSood/status/767564958544588801[/embed]

ସେ କହିଛନ୍ତି,“ମୋ ହୋମ୍ ପ୍ରଡକ୍ସନରେ ନିର୍ମିତ ଫିଲ୍ମ ‘2 in 1’ ଆସନ୍ତା ଅକ୍ଟୋବରରେ ରିଲିଜ୍‌ ହେବ। ମୁଁ ଦର୍ଶକଙ୍କଠାରୁ ଶୁଭେଚ୍ଛା ଆଶା କରୁଛି।” ଏହି ଟ୍ୱିଟରେ ସେ ତମନ୍ନା ଓ ପ୍ରଭୁ ଦେବାଙ୍କୁ ଟ୍ୟାଗ୍‌ କରିଛନ୍ତି।

ସୂଚନାଯୋଗ୍ୟ ହଲିଉଡ୍ ଷ୍ଟାର ଜାକି ଚାନ୍‌ଙ୍କ ସହ ବହୁ ପ୍ରତୀକ୍ଷିତ ଫିଲ୍ମ ‘କୁଙ୍ଗ ଫୁ ଯୋଗା’ ପାଇଁ ସୋନୁ ସୁଦ୍‌ ବ୍ୟସ୍ତ ରହିଛନ୍ତି।

Related story