ମଲ୍ଲିକାଙ୍କୁ ହତ୍ୟା ଧମକ; କାରଣ ଜାଣିଲେ ହୋସ୍ ଉଡ଼ିଯିବ

ମୁମ୍ବାଇ: ବଲିଉଡ୍‌ର ହଟ୍‌ ଆଣ୍ଡ୍‌ ବୋଲ୍ଡ ଅଭିନେତ୍ରୀ ମଲ୍ଲିକା ସେରାୱତ ‘ଖ୍ୱାହିସ୍‌’ ଓ ‘ମର୍ଡର’ ଭଳି ଫିଲ୍ମକୁ ନେଇ ଚର୍ଚ୍ଚାକୁ ଆସିଥିଲେ। ସେ ଆଇଟମ୍ ଗୀତରେ ନିଜ ଜଲୱା ଦେଖାଇ ଅନେକଙ୍କ ମନ ଜିଣିଛନ୍ତି। ଅନ୍ୟ ସେଲିବ୍ରିଟିଙ୍କ ପରି ତାଙ୍କର ବି ଅନେକ ଫ୍ୟାନ୍‌ ବା ପ୍ରଶଂସକ ଅଛନ୍ତି। କିନ୍ତୁ ଜାଣିଛନ୍ତି, ତାଙ୍କର ଏମିତି ଜଣେ ଫ୍ୟାନ୍‌ ଅଛନ୍ତି ଯିଏ କି ତାଙ୍କୁ ଜୀବନରୁ ମାରିଦେବାକୁ ଚେଷ୍ଟା କରୁଥିଲେ? ଏ କଥା ଶୁଣିଲେ ବେଳକୁ ଆପଣଙ୍କୁ ଟିକେ […]

mallika

mallika

Rakesh Mallick
  • Published: Thursday, 05 July 2018
  • Updated: 05 July 2018, 12:06 PM IST

Sports

Latest News

ମୁମ୍ବାଇ: ବଲିଉଡ୍‌ର ହଟ୍‌ ଆଣ୍ଡ୍‌ ବୋଲ୍ଡ ଅଭିନେତ୍ରୀ ମଲ୍ଲିକା ସେରାୱତ ‘ଖ୍ୱାହିସ୍‌’ ଓ ‘ମର୍ଡର’ ଭଳି ଫିଲ୍ମକୁ ନେଇ ଚର୍ଚ୍ଚାକୁ ଆସିଥିଲେ। ସେ ଆଇଟମ୍ ଗୀତରେ ନିଜ ଜଲୱା ଦେଖାଇ ଅନେକଙ୍କ ମନ ଜିଣିଛନ୍ତି। ଅନ୍ୟ ସେଲିବ୍ରିଟିଙ୍କ ପରି ତାଙ୍କର ବି ଅନେକ ଫ୍ୟାନ୍‌ ବା ପ୍ରଶଂସକ ଅଛନ୍ତି। କିନ୍ତୁ ଜାଣିଛନ୍ତି, ତାଙ୍କର ଏମିତି ଜଣେ ଫ୍ୟାନ୍‌ ଅଛନ୍ତି ଯିଏ କି ତାଙ୍କୁ ଜୀବନରୁ ମାରିଦେବାକୁ ଚେଷ୍ଟା କରୁଥିଲେ? ଏ କଥା ଶୁଣିଲେ ବେଳକୁ ଆପଣଙ୍କୁ ଟିକେ ଅଡୁଆ ଲାଗୁଥିବ। ଭାବୁଥିବେ ତାଙ୍କ ଫ୍ୟାନ୍‌ ତାଙ୍କୁ ମାରିବାକୁ କାହିଁକି ଚେଷ୍ଟା କରୁଥିଲେ? ଏହି ଘଟଣା ପଛର ରହସ୍ୟକୁ ମଲ୍ଲିକା ଏକ ସାକ୍ଷତକାରରେ କହିଥିଲେ।

ସେ କହିଥିଲେ,“ମୋର ଅନେକ ଫ୍ୟାନ୍‌ ଅଛନ୍ତି। କିନ୍ତୁ ସେମାନଙ୍କ ମଧ୍ୟରେ ଏମିତି ଜଣେ ଦିୱାନା ଫ୍ୟାନ୍‌ ବି ଥିଲେ ଯିଏ ଦିନ,ରାତି ମୋ ପିଛା କରୁଥିଲେ। ସେ ମୋତେ ମାରିଦେବାକୁ ବି ଚାହୁଁଥିଲେ। ସେ ମୋତେ ମୋ ପୋଷାକ ପାଇଁ ମାରିବାକୁ ଚାହୁଁଥିଲେ। ମୁଁ ଛୋଟ ପୋଷାକ ପିନ୍ଧିଲେ ତାଙ୍କୁ ଭଲ ଲାଗୁ ନ ଥିଲା। ମୁଁ ଛୋଟ ପୋଷାକ ପିନ୍ଧି ସମାଜର ଅନ୍ୟ ମହିଳାଙ୍କୁ ବି ବିଗାଡ଼ି ଦେଉଛି ବୋଲି ସେ ଭାବୁଥିଲେ।   ସେ ମୋତେ ଫୋନ୍‌ କରୁଥିଲେ ଓ ଚିଠି ବି ପଠାଉ ଥିଲେ। ମୁଁ ଭାରତୀୟ ସଭ୍ୟତାକୁ ବୁଝି ପାରିନି ଓ ତେଣୁ ଛୋଟ୍‌ ଡ୍ରେସ୍‌ ପିନ୍ଧୁଛି ବୋଲି ସେ ଚିଠିରେ ଲେଖୁଥିଲେ। ପରଦା ଉପରେ ମୋର ବୋଲ୍ଡ ସିନ୍‌କୁ ବି ସେ ଗ୍ରହଣ କରିପାରୁ ନ ଥିଲେ। ସେହି ଫ୍ୟାନ୍‌ ଜଣଙ୍କ ହରିୟାଣାର ଥିଲେ।”

ମଲ୍ଲିକା କହିଥିଲେ,“ସେ ଚାହୁଁଥିଲେ ମୁଁ ସବୁବେଳେ ଶାଢ଼ି ପିନ୍ଧେ ଓ ଓଢ଼ଣି ଦେଇ ଘରୁ ବାହାରେ।  କିନ୍ତୁ ମତେ ଏହି ଚିନ୍ତାଧାରା ପୂରା ଫାଲ୍‌ତୁ ଲାଗେ। ମୋ ମତରେ ସମସ୍ତେ ନିଜ ନିଜ ପସନ୍ଦରେ ପୋଷାକ ଚୟନ କରିବା ଉଚିତ। ଏଥିରେ କୌଣସି ପ୍ରତିବନ୍ଧକ ରହିବା ଉଚିତ ନୁହେଁ।”

ରିପୋର୍ଟ ମୁତାବକ, ମଲ୍ଲିକା ଏବେ ସେ ଏକ ସଂସ୍ଥା ସହିତ ଜଡ଼ିତ ଅଛନ୍ତି ଯାହା ଅନାଥ ପିଲାମାନଙ୍କ ପାଇଁ କାମ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos