ଶାହାରୁଖ୍‌ଙ୍କୁ ଫୋନ୍‌ କରି କାହିଁକି ‘ସାଲ୍ୟୁଟ୍‌’ କରିବାକୁ କହିଲେ ଆମୀର?

ମୁମ୍ବାଇ: ଆମୀର ଖାନ୍‌ ଓ ଶାହାରୁଖ ଖାନ୍‌ଙ୍କ ମଧ୍ୟରେ ସଂପର୍କ ପୂରା ଭଲ ନୁହେଁ କି ପୂରା ଖରାପ ନୁହେଁ କହିଲେ ଭୁଲ୍‌ ହେବ ନାହିଁ ବୋଧେ। କାରଣ ଦୁଇ ଜଣଙ୍କୁ ଏକାଠି ଦେଖିବା ଭାରି ବିରଳ ଘଟଣା। ଯେତେବେଳେ ଏକାଠି ହୁଅନ୍ତି ପରସ୍ପର ପ୍ରତି ବେଶ୍‌ ଭଲ ବ୍ୟବହାର କରନ୍ତି। ତେବେ ବାହାରକୁ ସେମାନଙ୍କ ସଂପର୍କ ଦେଖିବାକୁ ଯେମିତି ଭିତରେ ସେମିତି ନୁହେଁ ବୋଲି ବଲିଉଡ୍‌ରେ ପ୍ରାୟ ସମସ୍ତେ ଆଲୋଚନା କରନ୍ତି। କିନ୍ତୁ ଏ ଭିତରେ […]

amirsharukh

amirsharukh

Rakesh Mallick
  • Published: Monday, 22 January 2018
  • Updated: 22 January 2018, 02:28 PM IST

Sports

Latest News

ମୁମ୍ବାଇ: ଆମୀର ଖାନ୍‌ ଓ ଶାହାରୁଖ ଖାନ୍‌ଙ୍କ ମଧ୍ୟରେ ସଂପର୍କ ପୂରା ଭଲ ନୁହେଁ କି ପୂରା ଖରାପ ନୁହେଁ କହିଲେ ଭୁଲ୍‌ ହେବ ନାହିଁ ବୋଧେ। କାରଣ ଦୁଇ ଜଣଙ୍କୁ ଏକାଠି ଦେଖିବା ଭାରି ବିରଳ ଘଟଣା। ଯେତେବେଳେ ଏକାଠି ହୁଅନ୍ତି ପରସ୍ପର ପ୍ରତି ବେଶ୍‌ ଭଲ ବ୍ୟବହାର କରନ୍ତି। ତେବେ ବାହାରକୁ ସେମାନଙ୍କ ସଂପର୍କ ଦେଖିବାକୁ ଯେମିତି ଭିତରେ ସେମିତି ନୁହେଁ ବୋଲି ବଲିଉଡ୍‌ରେ ପ୍ରାୟ ସମସ୍ତେ ଆଲୋଚନା କରନ୍ତି। କିନ୍ତୁ ଏ ଭିତରେ ଗୋଟିଏ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଖବର ମୁତାବକ ନିକଟରେ ଆମୀର କିଙ୍ଗ ଖାନ୍‌ ଶାହାରୁଖ୍‌ଙ୍କୁ ଫୋନ୍‌ କରିଥିଲେ। ଆଉ ‘ସାଲ୍ୟୁଟ୍‌’ ଫିଲ୍ମରେ କାମ କରିବାକୁ ପ୍ରସ୍ତାବ ଦେଇଥିଲେ। ଫିଲ୍ମର କାହାଣୀ ଶୁଣି ଶାହାରୁଖ ବି ରାଜି ହୋଇ ଯାଇଛନ୍ତି ବୋଲି ଜଣାପଡିଛି। ଫିଲ୍ମଟିର ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି ସିଦ୍ଧାର୍ଥ ରାୟ କପୁର।

କଥା ହେଉଛି ମହାକାଶଚାରୀ ରାକେଶ ଶର୍ମାଙ୍କ ଜୀବନୀ ଉପରେ ଏକ ଫିଲ୍ମ ତିଆରି ହେଉଛି। ସେହି ଫିଲ୍ମର ନାଁ ‘ସାଲ୍ୟୁଟ୍‌’ ରଖାଯାଇଛି। ଆମୀରଙ୍କୁ ସେହି ଫିଲ୍ମରେ ଅଭିନୟ କରିବାକୁ ଅଫର ମିଳିଥିଲା। ଆମୀର ବି ଏଥିରେ ଅଭିନୟ କରିବାକୁ ଚାହୁଁଥିଲେ, କିନ୍ତୁ ସମୟ ଅଭାବରୁ ସେ ଏହି ଫିଲ୍ମରେ ଅଭିନୟ କରିବାକୁ ମନା କରି ଦେଇଛନ୍ତି। କାରଣ ଏବେ ସେ ତାଙ୍କ ଆଗାମୀ ଫିଲ୍ମ ‘ଠଗ୍ସ ଅଫ୍‌ ହିନ୍ଦୁସ୍ତାନ୍‌’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମ ପରେ ସେ ଆଉ ଏକ ବଡ଼ ବଜେଟ୍ ଓ ମହତ୍ୱପୂର୍ଣ୍ଣ ପ୍ରୋଜେକ୍ଟ ‘ମହାଭାରତ’ରେ କାମ କରିବେ। ତେଣୁ ଆମୀର ଚାହାନ୍ତି ଏହି ଫିଲ୍ମରେ ଜଣେ ଦକ୍ଷ ବା ଫିଲ୍ମକୁ ନ୍ୟାୟ ଦେଇପାରୁଥିବା କଳାକାର ଅଭିନୟ କରନ୍ତୁ। ସେଥିପାଇଁ ସେ ଶାହାରୁଖଙ୍କୁ ପ୍ରସ୍ତାବ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos