କେଉଁ ଫିଲ୍ମ ପାଇଁ  ଆମୀର ଏକ ଲିଟର ମଦ ପିଇଥିଲେ ଜାଣିଛନ୍ତି?

ମୁମ୍ବାଇ: ବଲିଉଡ୍‌ର ମିଷ୍ଚର ପରଫେକ୍‌ସିଓନିଷ୍ଟ ଆମୀର ଖାନ୍‌ ସବୁବେଳେ ନିଜ ଫିଲ୍ମରେ ବେଷ୍ଟ୍‌ ଦେବାକୁ ଚେଷ୍ଟା କରନ୍ତି। ତେଣୁ ତାଙ୍କର ସବୁ ଫିଲ୍ମର ଏକ ଭିନ୍ନ କ୍ରେଜ୍‌ ଥାଏ। ସେ ନିଜ ଫିଲ୍ମକୁ ପରଫେକ୍ଟ କରିବାକୁ ଯାହା ଦରକାର ପଡ଼େ ସବୁ କରନ୍ତି। ଫିଲ୍ମଟି ଲୋକଙ୍କ ମନଙ୍କୁ କିଭଳି ଛୁଇଁବ ସେଥିପାଇଁ ସେ ସବୁବେଳେ ପ୍ରୟାସ କରନ୍ତି। ତାଙ୍କର ଅଭିନୀତି ସୁପରହିଟ୍‌ ଫିଲ୍ମ ଗୁଡ଼ିକ ମଧ୍ୟରୁ ‘ରାଜା ହିନ୍ଦୁସ୍ତାନୀ’ ଗୋଟିଏ। ସେହି ଫିଲ୍ମର ଏକ ଗୀତ ଥିଲା […]

aamir

aamir

Rakesh Mallick
  • Published: Friday, 17 November 2017
  • Updated: 17 November 2017, 09:49 AM IST

Sports

Latest News

ମୁମ୍ବାଇ: ବଲିଉଡ୍‌ର ମିଷ୍ଚର ପରଫେକ୍‌ସିଓନିଷ୍ଟ ଆମୀର ଖାନ୍‌ ସବୁବେଳେ ନିଜ ଫିଲ୍ମରେ ବେଷ୍ଟ୍‌ ଦେବାକୁ ଚେଷ୍ଟା କରନ୍ତି। ତେଣୁ ତାଙ୍କର ସବୁ ଫିଲ୍ମର ଏକ ଭିନ୍ନ କ୍ରେଜ୍‌ ଥାଏ। ସେ ନିଜ ଫିଲ୍ମକୁ ପରଫେକ୍ଟ କରିବାକୁ ଯାହା ଦରକାର ପଡ଼େ ସବୁ କରନ୍ତି। ଫିଲ୍ମଟି ଲୋକଙ୍କ ମନଙ୍କୁ କିଭଳି ଛୁଇଁବ ସେଥିପାଇଁ ସେ ସବୁବେଳେ ପ୍ରୟାସ କରନ୍ତି। ତାଙ୍କର ଅଭିନୀତି ସୁପରହିଟ୍‌ ଫିଲ୍ମ ଗୁଡ଼ିକ ମଧ୍ୟରୁ ‘ରାଜା ହିନ୍ଦୁସ୍ତାନୀ’ ଗୋଟିଏ। ସେହି ଫିଲ୍ମର ଏକ ଗୀତ ଥିଲା ‘ତେରେ ଇସ୍କ ମେଁ ନାଚେଙ୍ଗେ’ ଯେଉଁଥିରେ ସେ ମଦ ପିଉଛନ୍ତି। ଆପଣ ଜାଣିଛନ୍ତି ଆମୀର ଚରିତ୍ରଟିକୁ ଜୀବନ୍ତ କରିବା ପାଇଁ ବାସ୍ତବରେ ମଦ ପିଇଥିଲେ। ସେ ପୂରା ଏକ ଲିଟର ମଦ ପିଇ ଦେଇଥିଲେ।

ନିର୍ଦ୍ଦେଶକ ଧର୍ମେଶ ଦର୍ଶନଙ୍କ ଫିଲ୍ମ ରାଜା ହିନ୍ଦୁସ୍ତାନୀକୁ ରିଲିଜ୍ ହେବାର ୨୧ ବର୍ଷ ପୂରିଛି। ଫିଲ୍ମରେ ଆମୀରଙ୍କ ବିପକ୍ଷରେ ନାୟିକା ଥିଲେ କରିସ୍ମା କପୁର। ଏହି ଫିଲ୍ମ ପାଇଁ ନିର୍ଦ୍ଦେଶକଙ୍କ ପ୍ରଥମ ପସନ୍ଦ ଥିଲେ ଐଶ୍ୱର୍ଯ୍ୟା ରାୟ। ସେତେବେଳେ ଐଶ୍ୱର୍ଯ୍ୟା ଅଭିନୟ  କରିବେ ନା ନାହିଁ କିଛି ଚିନ୍ତା କରିପାରି ନଥିଲେ। ତେଣୁ ଅଫର୍ ଗ୍ରହଣ କରି ନଥିଲେ। ପରେ ଜୁହି ଚାୱଲାଙ୍କୁ
ଅଫର୍ ଦିଆଯାଇଥିଲା। କିନ୍ତୁ ସେତେବେଳେ ଆମୀରଙ୍କ ସହିତ ତାଙ୍କର ମନୋମାଳିନ୍ୟ ହୋଇଥିବାରୁ ସେ ମନା କରି ଦେଇଥିଲେ। ପରେ ଏଥିପାଁ କରିସ୍ମା କପରୁଙ୍କୁ ମନୋନୀତ କରାଯାଇଥିଲା। ଫିଲ୍ମଟି ସେ ସମୟରେ ଖୁବ୍‌ ସୁପରହିଟ୍‌ ହୋଇଥିଲା। ଦର୍ଶକେ କରିସ୍ମା  ଓ ଅମୀରଙ୍କ ଯୋଡ଼ିକୁ ଖୁବ୍‌ ପସନ୍ଦ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos