୬ ବର୍ଷ ଆମୀରଙ୍କ ସହ କଥା ହୋଇ ନଥିଲେ ଜୁହି: ଏମିତି ହୋଇଥିଲା କ’ଣ?

ମୁମ୍ବାଇ: ମିଷ୍ଟର ପରଫେକ୍ଟ ଆମୀର ଖାନ୍‌ ଓ ଜୁହି ଚାୱଲା ବହୁତ୍‌ ଫିଲ୍ମରେ ଏକାଠି କାମ କରିଛନ୍ତି। ଦୁହେଁ ରିଲ୍‌ ଲାଇଫ୍‌ରେ ଏକାଠି କାମ କରିବା ସହ ରିୟଲ୍‌ ଲାଇଫ୍‌ରେ ମଧ୍ୟ ଖୁବ୍‌ ଭଲ ବନ୍ଧୁ। କିନ୍ତୁ ଏକ ସାମାନ୍ୟ ଝଗଡ଼ା ପାଇଁ ଜୁହି ଅମୀରଙ୍କ ଉପରେ ୬ ବର୍ଷ ରାଗିଥିଲେ। ତାଙ୍କ ସହ ଭଲରେ କଥା ବି ହେଇ ନଥିଲେ। ଜୁହି କାହିଁକି ଏମିତି ରାଗିଥିଲେ ଆସନ୍ତୁ ଜାଣିବା। କଥା ହେଉଛି ଆମୀର ଜଣେ ଖୋଲା […]

juhi

juhi

Rakesh Mallick
  • Published: Tuesday, 23 January 2018
  • Updated: 24 January 2018, 07:49 AM IST

Sports

Latest News

ମୁମ୍ବାଇ: ମିଷ୍ଟର ପରଫେକ୍ଟ ଆମୀର ଖାନ୍‌ ଓ ଜୁହି ଚାୱଲା ବହୁତ୍‌ ଫିଲ୍ମରେ ଏକାଠି କାମ କରିଛନ୍ତି। ଦୁହେଁ ରିଲ୍‌ ଲାଇଫ୍‌ରେ ଏକାଠି କାମ କରିବା ସହ ରିୟଲ୍‌ ଲାଇଫ୍‌ରେ ମଧ୍ୟ ଖୁବ୍‌ ଭଲ ବନ୍ଧୁ। କିନ୍ତୁ ଏକ ସାମାନ୍ୟ ଝଗଡ଼ା ପାଇଁ ଜୁହି ଅମୀରଙ୍କ ଉପରେ ୬ ବର୍ଷ ରାଗିଥିଲେ। ତାଙ୍କ ସହ ଭଲରେ କଥା ବି ହେଇ ନଥିଲେ। ଜୁହି କାହିଁକି ଏମିତି ରାଗିଥିଲେ ଆସନ୍ତୁ ଜାଣିବା।

କଥା ହେଉଛି ଆମୀର ଜଣେ ଖୋଲା ଓ ମଜାକିଆ ସ୍ୱଭାବର ମଣିଷ। ସେ ସବୁବେଳେ ସେଟ୍‌ରେ ଥଟ୍ଟାମଜା କରନ୍ତି। ଏବେ ତାଙ୍କ ସ୍ୱଭାବରେ ଅନେକ ପରିବର୍ତ୍ତନ ଆସିଥିଲେ ବି ଏମିତି ସମୟ ଥିଲା ଯେବେ ସେ ନିଜ ସହ କାମ କରୁଥିବା କଳାକାର ବା ସହ ଅଭିନେତ୍ରୀଙ୍କୁ ଖୁବ୍‌ ଚିଡାଉଥିଲେ। ଏହି ଅଭିନେତ୍ରୀମାନଙ୍କ ମଧ୍ୟରେ ଜୁହି ସବୁଠୁ ଆଗରେ ଥିଲେ। ସେ ଆମୀରଙ୍କ ଭଲ ବନ୍ଧୁ ହୋଇଥିବାରୁ ଆମୀର ତାଙ୍କ ସହ ସବୁବେଳେ ଥଟ୍ଟାମଜା କରିବା ସହ ତାଙ୍କୁ ହଇରାଣ କରୁଥିଲେ। ଦୁହେଁ ସବୁବେଳେ ପିଲାଙ୍କ ଭଳି ଝଗଡା କରୁଥିଲେ ଓ କିଛି ସମୟ ପରେ ପୁଣି ମିଶି ଯାଉଥିଲେ। କିନ୍ତୁ ଥରେ ସୁଟିଂ ସମୟରେ ଆମୀର ଜୁହିଙ୍କୁ କହିଥିଲେ, ତାଙ୍କୁ ହାତର ରେଖା ପଢିବା ଜଣା। ଏହି କଥା କହି ସେ ଜୁହିଙ୍କ ହାତ ନେଲେ ଦେଖିବାକୁ। ହାତ ଦେଖିବା ବାହାନାରେ ଆମୀର ତାଙ୍କ ହାତରେ ଛିପ ପକେଇ ଦେଇଥିଲେ। ଏହାପରେ ଜୁହି ଖୁବ୍‌ ରାଗି ଯାଇଥିଲେ। ଦୁହିଁଙ୍କ ଭିତରେ ଏହି ସାମାନ୍ୟ କଥାକୁ ନେଇ ମତାନ୍ତର ୬ ବର୍ଷ ଧରି ରହିଥିଲା। ଏବେ କିନ୍ତୁ ସେମାନେ ପୁଣି ଆଗ ଭଳି ବନ୍ଧୁ ହୋଇଯାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos