2.0ରେ ରଜନୀକାନ୍ତଙ୍କ ଚରିତ୍ରରେ କାମ କରିବାକୁ ମନା କଲେ ଅମୀର: ଜାଣନ୍ତୁ କ’ଣ ଥିଲା କାରଣ

ମୁମ୍ବାଇ: ବଲିଉଡରେ ଅମୀର ଖାନ୍‌ଙ୍କୁ ମିଷ୍ଟର ପରଫେକ୍ଟ କୁହାଯାଇଥାଏ। ସେ ଯେଉଁ ଚରିତ୍ରରେ ଅଭିନୟ କରନ୍ତି ସେଥିରେ ଶତପ୍ରତିଶତ ଦେବାକୁ ଚେଷ୍ଟା କରିଥାନ୍ତି। ଏପରିକି ନିଜ ଚରିତ୍ରକୁ ଜୀବନ୍ତ କରିବାକୁ ସେ କଠିନ ପରିଶ୍ରମ କରିଥାନ୍ତି। ଏଥିପାଇଁ କୁହାଯାଇଥାଏ ପରଦାରେ ଅମୀରଙ୍କ ପରି କେହି କୌଣସି ଚରିତ୍ରକୁ ଜଷ୍ଟିଫାଏ କରିପାରିବେ ନାହିଁ। ଅମୀରଙ୍କ ଫ୍ୟାନ୍‌ଙ୍କ ପାଇଁ ଏକ ଦୁଃଖଦ ଖବର ଆମ ପାଖରେ ରହିଛି। 2.0ରେ ସୁପରଷ୍ଟାର ରଜନୀକାନ୍ତ ଚରିତ୍ରରେ ଅଭିନୟ କରିବାକୁ ଅମୀର ମନା କରିଦେଇଛନ୍ତି। ଏଥିପାଇଁ ସେ ଯେଉଁ କାରଣ ଦେଖାଇଛନ୍ତି, ତାହା ଯୁକ୍ତିଯୁକ୍ତ, ତଥାପି ସମସ୍ତେ ଜାଣିଛନ୍ତି ଏହି ଚରିତ୍ରକୁ ଅମୀରଙ୍କ ପରି ଅନ୍ୟ କେହି ଶତପ୍ରତିଶତ ପରଦାରେ ଫୁଟାଇ ପାବେ ନାହିଁ।

ନିକଟରେ ଏକ ସାକ୍ଷାତକାରରେ ଅମୀର କହିଥିଲା, “2.0 ରେ ରଜନୀକାନ୍ତଙ୍କ ଚରିତ୍ରରେ ଅଭିନୟ କରିବାକୁ ଅଫର ଦିଆଯାଇଥିଲା। କିଛି ସମୟ ଭାବିବା ପରେ ମୁଁ ମନା କରିଦେଇଥିଲି। କାରଣ ରଜନୀକାନ୍ତ ହେଉଛନ୍ତି ଜଣେ ସୁପରଷ୍ଟାର। ତାଙ୍କ ଚରିତ୍ରକୁ ପରଦାରେ ଠିକ୍‌ ଭାବେ ମୁଁ ଉପସ୍ଥାପନ କରିପାରିବି ନାହିଁ ବୋଲି ଭାବିଥିଲି।”