ତୁମ୍‌ ଫିର୍‌ ସୁରୁ ହୋ ଗୟେ…

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର):  ତୁମ୍‌ ଫିର୍‌ ସୁରୁ ହୋ ଗୟେ। ତୁମ୍‌ ଫିର୍‌ ସୁରୁ ହୋ ଗୟେ।  ଆପଣ ଭାବୁଥିବେ ଆମେ ଏମିତି କାହିଁକି କହୁଛୁ । ବାସ୍ତବରେ କଥା ହେଉଛି, ଜାତୀୟ ସ୍ତରରେ ପୁଣି ଥରେ ଓଡ଼ିଆ କଣ୍ଠଶିଳ୍ପୀ କମାଲ ଦେଖେଇଛନ୍ତି।

ଆମେ ଏଠି କହୁଛୁ ଓଡ଼ିଆ କଣ୍ଠଶିଳ୍ପୀ ଅଭିଜିତ୍‌ ମିଶ୍ର ଓ ପ୍ରିୟଙ୍କା ମିତ୍ରାଙ୍କ ବିଷୟରେ। ନିକଟରେ ସେମାନଙ୍କର ଏକ ନୂଆ ଆଲବମ୍‌ ରିଲିଜ୍‌ ହୋଇଛି। ତା’ପୁଣି ଆମ ହିନ୍ଦି ଭାଷାରେ। ଏହି ଗୀତରେ ଅଭିଜିତ୍‌ ଓ ପ୍ରିୟଙ୍କା କଣ୍ଠଦାନ କରିଥିବା ବେଳେ ଅଭିନୟ ମଧ୍ୟ କରିଛନ୍ତି। ଏହାକୁ ସ୍ୱର ଦେଇଛନ୍ତି ଅଭିଜିତ୍‌ ମିଶ୍ର। ସଂଗୀତ ରଚନା କରିଛନ୍ତି ଶ୍ୟାମ୍‌ ରାଜ। ବାଦ୍ୟଯନ୍ତ୍ରରେ ସହାୟତା ଦେଇଛନ୍ତି ଡିକେନ୍‌ ନାୟକ। ଫଟୋଗ୍ରାଫି କରିଥିଲେ ଅର୍‌ଗୋପାଲ୍‌ ତ୍ରିବେଦୀ ଓ ଏଥିରେ ସହ ଫଟୋଗ୍ରାଫର ଥିଲେ ଈଶା ଭାଟିଆ।

ଏହି ଗୀତଟି ଦୁଇଜଣ ଭଲ ବନ୍ଧୁଙ୍କ ସଂପର୍କକୁ ନେଇ ନିର୍ମାଣ ହୋଇଛି। ସେମାନଙ୍କ ଭିତରେ ଥିବା ଭଲପାଇବା  ବୁଝାବଣା, ରାଗରୁଷାକୁ ନେଇ ଗୀତଟିର ଚିତ୍ରାୟନ କରାଯାଇଛି। ତେବେ ଚାଲନ୍ତୁ ଦେଖିବା ଏହି ଭଡିଓ।