ଚର୍ଚ୍ଚିତ ହିନ୍ଦି ଫିଲ୍ମ ‘ଅଭିମାନ’କୁ ହେଲା ୪୪ ବର୍ଷ, ଟ୍ୱିଟ୍‌ କରି ମନେ ପକାଇଲେ ବିଗ୍-ବି

<p>ଲୁଟେ କୋଇ ମନ୍&zwnj;କା ନଗର୍ ବନ୍&zwnj;କେ ମେରା ସାଥି... ପିଆ ବିନା... ଅବ୍ ହେ ତୁମ୍ ସେ ହର୍&zwnj; ଖୁସୀ ଆପ୍&zwnj;ନି... ଏହି ସୁମଧୁର ଗୀତ ଆଜି ବି ଶ୍ରୋତା ଓ ଦର୍ଶକଙ୍କ ହୃଦୟରେ ଘର କରି ରହିଛି । ଏହି ଗୀତ ଗୁଡିକ ହେଉଛି ୧୯୭୩ ମସିହାରେ ନିର୍ମିତ ଅଭିମାନ ଚଳଚ୍ଚିତ୍ରର। ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ- ଅମିତାଭ ବଚ୍ଚନ ଓ ଜୟା ଭାଦୁଡି। ସେତେବେଳେ ଅମିତାଭ ଓ ଜୟାଙ୍କ ଯୋଡିକୁ ପରଦା ଉପରେ ବେଶ୍ ପସନ୍ଦ କରିଥିଲେ ଦର୍ଶକ । ହୃଷୀକେଶ ମୁଖାର୍ଜିଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରର କାହାଣୀ ଓ ସଙ୍ଗୀତ ଥିଲା ଶକ୍ତିଶାଳୀ। ବଚ୍ଚନ ଓ ଜୟାଙ୍କ ଜୀବନ୍ତ ଅଭିନୟ ଦର୍ଶକ ଏବେବି ଭୁଲି ନାହାଁନ୍ତି। ହିନ୍ଦି ଫିଲ୍ମ ଜଗତର ଏହି ଚର୍ଚ୍ଚିତ ଓ ଶକ୍ତିଶାଳୀ ଚଳଚ୍ଚିତ୍ରକୁ ଆଜି ପୂରିଛି ୪୪ ବର୍ଷ। ୧୯୭୩ ମସିହା ଜୁଲାଇ ୨୭ ତାରିଖରେ ଏହା ରିଲିଜ୍ ହୋଇଥିଲା। ଏହାର ୪୪ ବର୍ଷ ଯାତ୍ରାକୁ ମନେ ପାକାଇଛନ୍ତି ନାୟକ ଅମିତାଭ। ସେ ଟ୍ବିଟ୍ କରି ଏହି ଫିଲ୍ମର ସଫଳତା ଓ ସ୍ମୃତି ବିଷୟରେ ତାଙ୍କ ଫ୍ୟାନ୍ ମାନଙ୍କୁ ଜଣାଇଥିଲେ।</p> <p>ସୌଜନ୍ୟ-ୟୁଟ୍ୟୁବ୍&zwnj;</p>

Ordigital Desk
  • Published: Thursday, 27 July 2017
  • Updated: 27 July 2017, 09:20 PM IST

Sports

Latest News

<p>ଲୁଟେ କୋଇ ମନ୍&zwnj;କା ନଗର୍ ବନ୍&zwnj;କେ ମେରା ସାଥି... ପିଆ ବିନା... ଅବ୍ ହେ ତୁମ୍ ସେ ହର୍&zwnj; ଖୁସୀ ଆପ୍&zwnj;ନି... ଏହି ସୁମଧୁର ଗୀତ ଆଜି ବି ଶ୍ରୋତା ଓ ଦର୍ଶକଙ୍କ ହୃଦୟରେ ଘର କରି ରହିଛି । ଏହି ଗୀତ ଗୁଡିକ ହେଉଛି ୧୯୭୩ ମସିହାରେ ନିର୍ମିତ ଅଭିମାନ ଚଳଚ୍ଚିତ୍ରର। ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ- ଅମିତାଭ ବଚ୍ଚନ ଓ ଜୟା ଭାଦୁଡି। ସେତେବେଳେ ଅମିତାଭ ଓ ଜୟାଙ୍କ ଯୋଡିକୁ ପରଦା ଉପରେ ବେଶ୍ ପସନ୍ଦ କରିଥିଲେ ଦର୍ଶକ । ହୃଷୀକେଶ ମୁଖାର୍ଜିଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରର କାହାଣୀ ଓ ସଙ୍ଗୀତ ଥିଲା ଶକ୍ତିଶାଳୀ। ବଚ୍ଚନ ଓ ଜୟାଙ୍କ ଜୀବନ୍ତ ଅଭିନୟ ଦର୍ଶକ ଏବେବି ଭୁଲି ନାହାଁନ୍ତି। ହିନ୍ଦି ଫିଲ୍ମ ଜଗତର ଏହି ଚର୍ଚ୍ଚିତ ଓ ଶକ୍ତିଶାଳୀ ଚଳଚ୍ଚିତ୍ରକୁ ଆଜି ପୂରିଛି ୪୪ ବର୍ଷ। ୧୯୭୩ ମସିହା ଜୁଲାଇ ୨୭ ତାରିଖରେ ଏହା ରିଲିଜ୍ ହୋଇଥିଲା। ଏହାର ୪୪ ବର୍ଷ ଯାତ୍ରାକୁ ମନେ ପାକାଇଛନ୍ତି ନାୟକ ଅମିତାଭ। ସେ ଟ୍ବିଟ୍ କରି ଏହି ଫିଲ୍ମର ସଫଳତା ଓ ସ୍ମୃତି ବିଷୟରେ ତାଙ୍କ ଫ୍ୟାନ୍ ମାନଙ୍କୁ ଜଣାଇଥିଲେ।</p><p>ସୌଜନ୍ୟ-ୟୁଟ୍ୟୁବ୍&zwnj;</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos