ଅଭିନୟ ନିଶାରେ ରାଧିକା

ଭୁବନେଶ୍ୱର: ଗ୍ଲାମର ହେଉ କି ନନ୍ ଗ୍ଲାମର ଅବତାର- ସବୁ ଚରିତ୍ରରେ କମାଲ କରିଛନ୍ତି ରାଧିକା ଆପ୍ତେ। ସେ ସଟ୍ ଫିଲ୍ମ ହେଉ କି ଫିଚର ଫିଲ୍ମ, ଅବା କମର୍ସିଆଲ୍ ଟଚ୍ ଥିବା ଫିଲ୍ମ ହେଉ ସବୁ ପ୍ରକାରର କନସେପଟକୁ ପ୍ରଥମେ ପରଖନ୍ତି ଏହି ବଲିଉଡ ନାୟିକା। କାହାଣୀ ଟିକେ ହଟକେ ତଥା ଭିନ୍ନ ଧରଣର ହୋଇଥିଲେ ଅଭିନୟ କରିବାକୁ ଆଗେଇ ଆସନ୍ତି ସେ। ନୂଆ ଧରଣର ଫିଲ୍ମ ‘କୌନ କିତନେ ପାନିମେଁ’ରେ ଦେଖିବାକୁ ମିଳିଛି ତାଙ୍କର […]

radhika

Rakesh Mallick
  • Published: Saturday, 29 August 2015
  • , Updated: 29 August 2015, 05:48 PM IST

ଭୁବନେଶ୍ୱର: ଗ୍ଲାମର ହେଉ କି ନନ୍ ଗ୍ଲାମର ଅବତାର- ସବୁ ଚରିତ୍ରରେ କମାଲ କରିଛନ୍ତି ରାଧିକା ଆପ୍ତେ। ସେ ସଟ୍ ଫିଲ୍ମ ହେଉ କି ଫିଚର ଫିଲ୍ମ, ଅବା କମର୍ସିଆଲ୍ ଟଚ୍ ଥିବା ଫିଲ୍ମ ହେଉ ସବୁ ପ୍ରକାରର କନସେପଟକୁ ପ୍ରଥମେ ପରଖନ୍ତି ଏହି ବଲିଉଡ ନାୟିକା। କାହାଣୀ ଟିକେ ହଟକେ ତଥା ଭିନ୍ନ ଧରଣର ହୋଇଥିଲେ ଅଭିନୟ କରିବାକୁ ଆଗେଇ ଆସନ୍ତି ସେ। ନୂଆ ଧରଣର ଫିଲ୍ମ 'କୌନ କିତନେ ପାନିମେଁ'ରେ ଦେଖିବାକୁ ମିଳିଛି ତାଙ୍କର ଦମଦାର ଅଭିନୟ। ଏପରିକି ‘ରଙ୍ଗବତୀ’ ଗୀତର ହିନ୍ଦୀ ଭର୍ସନରେ ତାଙ୍କର ସମ୍ୱଲପୁରୀ ନାଚ ସାଙ୍ଗକୁ ଅଭିନୟରେ ଦେଖିବାକୁ ମିଳିଛି ଓଡ଼ିଆ ଫ୍ଲେଭର୍।

[caption id="attachment_27865" align="aligncenter" width="765"] 'କୌନ କିତନେ ପାନି ମେଁ’ରେ ରଙ୍ଗବତୀ ଗୀତରେ ନାଚୁଛନ୍ତି ରାଧିକା[/caption]

ଛୋଟ ପରଦାରେ ହେଉ ବା ବଡ ପରଦାରେ, ଏପରିକି ଥିଏଟରରେ ମଧ୍ୟ ମିସ୍ ରାଧିକା ଅନେକ ଥର ଲୁଟିଛନ୍ତି ଦର୍ଶକଙ୍କ ହୃଦୟ। ଥିଏଟରରେ କିଛି ଏକ୍ସପେରିମେଣ୍ଟାଲ ପ୍ଲେ ଥିଲେ ସେ କେବେ ବି ନାହିଁ କରନ୍ତିନି। ଜୀବନର ପ୍ରତିଟି ସେଡସକୁ ଚରିତ୍ରରେ ଚିତ୍ରଣ କରିବାକୁ ଇଛା ପ୍ରକାଶ କରି ନିଜର ଅଭିନୟ ଯାତ୍ରାରେ ଆଗେଇ ଚାଲିଛନ୍ତି ଏହି ଡସ୍କି ବିୟୁଟି। ଆକ୍ଟିଂର ନିଶାରେ ଭାଷା କିମ୍ୱା ମାଧ୍ୟମ କେବେବି ବାଧା ସାଜିନି ତାଙ୍କ ଆଗରେ। ସୁଜୟ ଘୋଷଙ୍କ ଅହଲ୍ୟାରେ ଥିଲା ତାଙ୍କର ଅଲଟ୍ରା ମଡର୍ଣ୍ଣ ଲୁକ୍।  ଟିପିକାଲ ବଙ୍ଗୀୟ ସୁନ୍ଦରୀ ଚରିତ୍ରରେ ତାଙ୍କ ଅଭିନୟ ଥିଲା ବିଲକୁଲ ୟୁନିକ।

ହିନ୍ଦୀ, ବେଙ୍ଗଲି, ତାମିଲ, ତେଲଗୁ, ମାଲାୟଲାମ, ମରାଠୀ, ଇଂରାଜୀ ଭାଷାରେ ଫିଲ୍ମ କରି ନିଜର ଅଭିନୟର ଯାଦୁ ଦେଖାଇପାରିଛନ୍ତି ଏହି ମଲ୍ଟିଟ୍ୟାଲେଣ୍ଟେଡ ଆକ୍ଟ୍ରେସ୍।    ନିଜର ବୋଲ୍ଡ ସିନକୁ ନେଇ ଚର୍ଚ୍ଚାରେ ଥିବା ରାଧିକା ଜଣେ ସାଦାସିଧା ଗାଉଁଲି ଚରିତ୍ରକୁ ବି ଅତି ସୁନ୍ଦର ଭାବେ ପୋଟ୍ରେ କରିପାରନ୍ତି। ନିଖୁଣ ଭାବେ ଅଭିନୟ କରିବା ସହ ଚରିତ୍ରରେ ଏଣ୍ଟ୍ରି କରି ସୁନ୍ଦର ଭାବେ ଫୁଟାଇ ପାରନ୍ତି ଏହି ମରାଠୀ ନାୟିକା। ଅନୁରାଗ ବାସୁଙ୍କ ନିର୍ଦ୍ଦେଶିତ ‘ଷ୍ଟୋରିଜ୍ ଅଫ୍ ରବୀନ୍ଦ୍ରନାଥ ଟାଗୋର’ରେ ତାଙ୍କର ଅଭିନୟ ଏହାର ଏକ ନିଚ୍ଛକ ଉଦାହରଣ କହିଲେ ଜମାରୁ ଭୁଲ ହବନି।

ନ୍ୟୁରୋ ସର୍ଜନ ଚାରୁଦତ୍ତ ଆପ୍ତେଙ୍କ ଝିଅ ରାଧିକା ଗଣିତ ଓ ଅର୍ଥଶାସ୍ତ୍ରରେ ଗ୍ରାଜୁଏସନ୍ କରିଥିଲେ ମଧ୍ୟ ଅଭିନୟ ପ୍ରତି ବିଶେଷ ଭାବରେ ଆଗ୍ରହୀ ଥିଲେ। ୟଙ୍ଗ୍ ଏଜରୁ ଥିଏଟରରେ ଆକ୍ଟିଙ୍ଗ୍ କରି  ଅନେକ ନିର୍ଦ୍ଦେଶକଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ ମିସ ରାଧିକା। ସ୍ମିତା ପାଟିଲ, ସବନା ଆଜମୀ, ନନ୍ଦିତା ଦାସ, କୋଙ୍କଣା ସେନ, ବିଦ୍ୟା ବାଲନ ପରେ ଯେଉଁ କେତେଜଣ ନାୟିକା ନିଜ କ୍ୟାରେକ୍ଟରକୁ ନେଇ ଏକ୍ସପେରିମେଣ୍ଟ କରିଛନ୍ତି ତାଙ୍କ ମଧ୍ୟରେ ଆଗଧାଡିରେ ରହିଛି ରାଧିକାଙ୍କ ନଁ। ଏକଥା ଆମେ କହୁନୁ, କହୁଛନ୍ତି ସିନେ କ୍ରିଟିକ୍ସ। ସେ ସିଧାସାଧା ରୋଲ୍ ହେଲେ ବି ପ୍ରତିଟି ଚରିତ୍ରରେ ଗ୍ଲାମରର ଫ୍ଲେଭର ସହିତ ତାଙ୍କ ଅଭିନୟରେ ଦେଖିବାକୁ ମିଳେ କମର୍ସିଆଲ ଟଚ୍। ନନ୍ ଗ୍ଲାମ ଅବତାରରେ ବି ସେ ଦେଇପାରନ୍ତି ବୋଲ୍ଡ ସିନ୍। ପ୍ରତ୍ୟେକ ଚରିତ୍ରରେ ଥିବା ଛୋଟରୁ ଛୋଟ କଥାକୁ ଅତି ନିଖୁଣତାର ସହ ନିଜ ଅଭିନୟରେ ରଙ୍ଗ ଦେଇ ବାହା ବାହା ଲୁଟିବାରେ ମାହିର ଏହି ଅଭିନେତ୍ରୀ।

[caption id="attachment_27869" align="aligncenter" width="800"] 'ମାଂଝୀ, ଦ ମାଉଣ୍ଟେନ୍ ମ୍ୟାନ୍’ରେ ରାଧିକା[/caption]

ଫିଲ୍ମ 'ମାଂଝୀ, ଦ ମାଉଣ୍ଟେନ୍ ମ୍ୟାନ୍’ରେ ତାଙ୍କର ଅଭିନୟ ହୋଇଛି ଅତି ଉଚ୍ଚକୋଟୀର। ନୱାଜଉଦ୍ଦିନ ସିଦ୍ଦିକିଙ୍କ ସହ ତାଙ୍କର ସ୍କ୍ରିନ୍ ସେୟାରିଂକୁ ଖୁବ ପସନ୍ଦ କରିଛନ୍ତି ସିନେ ଦର୍ଶକ। ପାଣିର ସମସ୍ୟା ଭଳି ଏକ ନୂଆ ଧରଣର କାହାଣୀକୁ ନେଇ ରିଲିଜ୍ ହୋଇଛି ଫିଲ୍ମ 'କୌନ କିତନେ ପାନି ମେଁ'। ନୀଳମାଧବ ପଣ୍ଡାଙ୍କ ନିର୍ଦ୍ଦେଶିତ ଏଭଳି ଏକ ଏକ୍ସପେରିମେଣ୍ଟାଲ ସ୍କ୍ରିପ୍ଟରେ ଏକ ଦମଦାର ଭୂମିକାରେ ଅଛନ୍ତି ରାଧିକା। କୁନାଲ କପୁରଙ୍କ ସହ ତାଙ୍କର କେମେଷ୍ଟ୍ରୀ ହୋଇଛି ବିଲକୁଲ ୟୁନିକ୍। ଓଡ଼ିଆ ଝିଅ ‘ପାରୋ’ ଚରିତ୍ରରେ ଖୁବ ସୁନ୍ଦର ଅଭିନୟ କରିଛନ୍ତି ରାଧିକା। ଟିପିକାଲ ରଙ୍ଗବତୀ ଗୀତର ତାଳରେ, ସମ୍ବଲପୁରୀ କଷ୍ଟ୍ୟୁମ୍ ପିନ୍ଧି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି  ଏହି ମରାଠୀ ଅଭିନେତ୍ରୀ।

Related story