ଅଭିନୟରୁ ଅବସର ନେବେନି ଅନୁପମ

ମୁମ୍ବାଇ: ଅଭିନୟରୁ ଅବସର ନେବା ନାହିଁ  ଅନୁପମ ଖେର।  ଟ୍ୱିଟରେ  କିଛି ଫ୍ୟାନଙ୍କ ପ୍ରଶ୍ନର ଉତ୍ତରରେ ଏ କଥା ଉଲ୍ଲେଖ କରିଛନ୍ତି ଏହି ବରିଷ୍ଠ ଅଭିନେତା। ୬୦ବର୍ଷରେ ପାଦ ଥାପିଥିବା ଅନୁପମ କହିଛନ୍ତି, ମୋ ବୃତ୍ତିରେ ଅବସରର ଶବ୍ଦ ନାହିଁ। ବୋଧହୁଏ ଆପଣମାନେ (ଟ୍ୱିଟରେ ପ୍ରଶ୍ନ କରିଥିବା ଫ୍ୟାନଙ୍କ ଉଦ୍ଦେଶ୍ୟରେ) ଏହା ଭୁଲି ଯାଇଛନ୍ତି। ତେବେ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ। ମୁଁ  ଆହୁରି ବହୁ ବର୍ଷ ପାଇଁ ଅଭିନୟରେ ରହିବି। ‘ସାରାଂଶ’, ‘ଡାଡି’, ‘କର୍ମା’, ‘ଲମହେ’, […]

Anupam-Kher_20

Rakesh Mallick
  • Published: Sunday, 23 August 2015
  • , Updated: 23 August 2015, 11:30 AM IST

ମୁମ୍ବାଇ: ଅଭିନୟରୁ ଅବସର ନେବା ନାହିଁ  ଅନୁପମ ଖେର।  ଟ୍ୱିଟରେ  କିଛି ଫ୍ୟାନଙ୍କ ପ୍ରଶ୍ନର ଉତ୍ତରରେ ଏ କଥା ଉଲ୍ଲେଖ କରିଛନ୍ତି ଏହି ବରିଷ୍ଠ ଅଭିନେତା। ୬୦ବର୍ଷରେ ପାଦ ଥାପିଥିବା ଅନୁପମ କହିଛନ୍ତି, ମୋ ବୃତ୍ତିରେ ଅବସରର ଶବ୍ଦ ନାହିଁ। ବୋଧହୁଏ ଆପଣମାନେ (ଟ୍ୱିଟରେ ପ୍ରଶ୍ନ କରିଥିବା ଫ୍ୟାନଙ୍କ ଉଦ୍ଦେଶ୍ୟରେ) ଏହା ଭୁଲି ଯାଇଛନ୍ତି। ତେବେ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ। ମୁଁ  ଆହୁରି ବହୁ ବର୍ଷ ପାଇଁ ଅଭିନୟରେ ରହିବି।

‘ସାରାଂଶ’, ‘ଡାଡି’, ‘କର୍ମା’, ‘ଲମହେ’, ‘୧୯୪୨- ଏ ଲଭ୍ ଷ୍ଟୋରି’, ‘ହମ୍ ଆପକେ ହେ କୌନ୍’ ଭଳି ଅନେକ ହିଟ୍ ଫିଲ୍ମ ଦେଇଛନ୍ତି ଅନୁପମ।୨୦୦୨ରେ ରିଲିଜ ହୋଇଥିବା ଓମ୍ ଜୟ ଜଗଦିଶ୍ ଫିଲ୍ମରେ ସେ ନିର୍ଦ୍ଦେଶନା ଦେଇଥିଲେ।

ସେହିଭଳି ‘୨୪’  ଓ ‘ଦ ଅନୁପମ ଖେର ଶୋ- କୁଛ୍ ଭି ହୋ ସକତା ହେ’ ଜରିଆରେ  ବାଃ ବାଃ ଲୁଟିଛନ୍ତି ଅନୁପମ।

 

 

Related story