ସୋଶାଲ୍‌ ମିଡିଆରେ ବରୁଣ ଧୱନ୍‌ଙ୍କୁ ଟ୍ରୋଲ୍‌ କଲେ ଅର୍ଜୁନ କପୁର

ମୁମ୍ବାଇ: ବଲିଉଡ୍‌ ସେଲେବ୍ରିଟିମାନେ ଅନେକ ସମୟରେ ଟ୍ରୋଲ୍‌ର ଶିକାର ହୋଇଥା’ନ୍ତି। ସେମାନଙ୍କର  କୌଣସି ସୋଶାଲ୍‌ ମିଡିଆ ପୋଷ୍ଟ୍ ଯଦି ପସନ୍ଦ ନଆସିଲା, ତା’ହେଲେ ଲୋକେ ସେମାନଙ୍କୁ ଟ୍ରୋଲ୍ କରିଥା’ନ୍ତି। ଦର୍ଶକମାନେ ସେଲେବ୍ରିଟିଙ୍କୁ ଟ୍ରୋଲ୍‌ କରିବା ତ ସାଧାରଣ କଥା। ହେଲେ କେବେ କୌଣସି ସେଲେବ୍ରିଟି ଅନ୍ୟ ଜଣେ ସେଲେବ୍ରିଟିଙ୍କୁ ଟ୍ରୋଲ୍‌ କରିବା ଦେଖିଛନ୍ତି? କିନ୍ତୁ ନିକଟରେ ଏମିତି ଏକ ଘଟଣା ଘଟିଛି। ବଲିଉଡ୍‌ ଅଭିନେତା ବରୁଣ ଧୱନ୍‌ଙ୍କର ଏକ ପୋଷ୍ଟ୍‌କୁ ନେଇ ଅଭିନେତା ଅର୍ଜୁନ୍ କପୁର ତାଙ୍କୁ […]

arjun-&-varun

arjun-&-varun

Chinmayee Roy
  • Published: Thursday, 01 August 2019
  • Updated: 01 August 2019, 01:05 PM IST

Sports

Latest News

ମୁମ୍ବାଇ: ବଲିଉଡ୍‌ ସେଲେବ୍ରିଟିମାନେ ଅନେକ ସମୟରେ ଟ୍ରୋଲ୍‌ର ଶିକାର ହୋଇଥା’ନ୍ତି। ସେମାନଙ୍କର  କୌଣସି ସୋଶାଲ୍‌ ମିଡିଆ ପୋଷ୍ଟ୍ ଯଦି ପସନ୍ଦ ନଆସିଲା, ତା’ହେଲେ ଲୋକେ ସେମାନଙ୍କୁ ଟ୍ରୋଲ୍ କରିଥା’ନ୍ତି। ଦର୍ଶକମାନେ ସେଲେବ୍ରିଟିଙ୍କୁ ଟ୍ରୋଲ୍‌ କରିବା ତ ସାଧାରଣ କଥା। ହେଲେ କେବେ କୌଣସି ସେଲେବ୍ରିଟି ଅନ୍ୟ ଜଣେ ସେଲେବ୍ରିଟିଙ୍କୁ ଟ୍ରୋଲ୍‌ କରିବା ଦେଖିଛନ୍ତି? କିନ୍ତୁ ନିକଟରେ ଏମିତି ଏକ ଘଟଣା ଘଟିଛି। ବଲିଉଡ୍‌ ଅଭିନେତା ବରୁଣ ଧୱନ୍‌ଙ୍କର ଏକ ପୋଷ୍ଟ୍‌କୁ ନେଇ ଅଭିନେତା ଅର୍ଜୁନ୍ କପୁର ତାଙ୍କୁ ଟ୍ରୋଲ୍ କରିଛନ୍ତି। ତା’ହେଲେ ପୂରା ଘଟଣା କ’ଣ, ଜାଣି ନିଅନ୍ତୁ।

ନିକଟରେ ବରୁଣ ତାଙ୍କ ଏକ ଫଟୋ ଶେଆର୍ କରିଥିଲେ। ଫଟୋଟି ତାଙ୍କ ଅପକମିଂ ଫିଲ୍ମ ‘ଷ୍ଟ୍ରିଟ୍‌ ଡ୍ୟାନସର୍-୩ଡି’ର ରାପ୍‌ ଅପ୍‌ ପାର୍ଟିର। ଏଥିରେ ଶ୍ରଦ୍ଧା କପୁର ଓ ନୋରା ଫତେହିଙ୍କ ସହ ସେ ନିଜେ ଅଛନ୍ତି।

ଫଟୋଟି ଶେଆର୍ କରି ବରୁଣ ଲେଖିଥିଲେ,“ଆମେ ୨୪ ଜାନୁଆରୀରେ ଆପଣଙ୍କ ପାଖକୁ ଆସୁଛୁ। ବାଏ ବାଏ’। ବରୁଣଙ୍କ ଏହି ପୋଷ୍ଟରେ ନୋରା ଫତେହି ଲେଖିଥିଲେ ‘ଆମେ ସ୍ନାକ୍ସ ପରି ଲାଗୁଛୁ’। ଅନେକ ସେଲେବ୍ରିଟି ମଧ୍ୟ ଫଟୋଟି ଉପରେ ସେମାନଙ୍କ କମେଣ୍ଟ୍ ଦେଇଥିଲେ।

ପରେ ଏହି ପୋଷ୍ଟରେ ନୋରାଙ୍କ ଉଦ୍ଦେଶ୍ୟରେ ବରୁଣ ଏକ ପ୍ରଶ୍ନ ପଚାରିଥିଲେ। ସେ କହିଥିଲେ, ତୁମେ କ’ଣ ଲୋକଙ୍କ ଆଇବ୍ରୋ ବନାଉଛ? ବରୁଣଙ୍କ ଏହି ପ୍ରଶ୍ନରେ ଅର୍ଜୁନ୍ ଯେଉଁ ଜବାବ ଦେଇଛନ୍ତି, ତାହା ଖୁବ୍ ମଜାଦାର।

ନୋରାଙ୍କୁ ଟ୍ୟାଗ୍ କରି ଅର୍ଜୁନ୍‌ ଲେଖିଥିଲେ,“ବରୁଣ ନିଶ୍ଚିତ ନିଜ ଆଇବ୍ରୋ ବନାଇଛନ୍ତି।’

ସୂଚନାଯୋଗ୍ୟ, ‘ଷ୍ଟ୍ରିଟ୍‌ ଡ୍ୟାନସର୍ ୩ଡି’ ଫିଲ୍ମଟି ଆସନ୍ତାବର୍ଷ ଜାନୁଆରୀ ୨୪ ତାରିଖରେ ରିଲିଜ୍ ହେବ। ଏହାର ନିର୍ଦ୍ଦେଶନା ଦେଇଛନ୍ତି ରେମୋ ଡି’ସୌଜା। ଏଥିରେ ବରୁଣ ଧୱନ୍, ଶ୍ରଦ୍ଧା କପୁର ଓ ନୋରା ଫତେହିଙ୍କ ବ୍ୟତୀତ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ଫେମ୍‌ ରାଘବ, ଶକ୍ତି ମୋହନ, ଅପାରଶକ୍ତି ଖୁରାନା, ଧର୍ମେଶ ଓ ପୁନିତ ପାଠକ୍ ମଧ୍ୟ ଅଭିନୟ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos