‘ମୁଁ ମୂଷା ଦୌଡ଼ରେ ସାମିଲ ହେବାକୁ ଚାହେଁନି’

ମୁମ୍ୱାଇ: ଜଣାଶୁଣା ଫିଲ୍ମ ତଥା ଟେଲିଭିଜନ୍ ଅଭିନେତା ସୁରେଶ ବେରୀ ‘ମୁସ୍କାନ୍‌’ ଧାରାବାହିକରୁ ଓହରି ଯାଇଛନ୍ତି। ଏଥିରେ ସେ ନେଗେଟିଭ୍‌ କ୍ୟାରେକ୍ଟର ତ୍ରିନାଥ ସିଂହ (ସାର୍‌ଜୀ) ଭୂମିକାରେ ଅଭିନୟ କରୁଥିଲେ। ଏହି ଧାରାବାହିକର ଆଗାମୀ ଏପିସୋଡ୍‌ ଗୁଡ଼ିକରେ ସୁରେଶଙ୍କ ଚରିତ୍ରକୁ ଯେଉଁ ସବୁ ମୋଡ଼ ଦିଆଯାଇଛି, ସେଥିରେ ଅସନ୍ତୋଷ ପ୍ରକାଶ କରି ସେ ଏଥିରୁ ଓହରି ଯାଇଛନ୍ତି। ଏ ନେଇ ସେ କହିଛନ୍ତି, ‘ଆମେ ସମସ୍ତେ ଜାଣିଛନ୍ତି ଯେ, ପ୍ରତିଦିନ ପ୍ରସାରିତ ହେଉଥିବା ଅନେକ ଧାରାବାହିକର ସ୍କ୍ରିପ୍ଟର […]

suresh1

suresh1

Puspanjali Panda
  • Published: Wednesday, 21 August 2019
  • Updated: 21 August 2019, 01:51 PM IST

Sports

Latest News

ମୁମ୍ୱାଇ: ଜଣାଶୁଣା ଫିଲ୍ମ ତଥା ଟେଲିଭିଜନ୍ ଅଭିନେତା ସୁରେଶ ବେରୀ ‘ମୁସ୍କାନ୍‌’ ଧାରାବାହିକରୁ ଓହରି ଯାଇଛନ୍ତି। ଏଥିରେ ସେ ନେଗେଟିଭ୍‌ କ୍ୟାରେକ୍ଟର ତ୍ରିନାଥ ସିଂହ (ସାର୍‌ଜୀ) ଭୂମିକାରେ ଅଭିନୟ କରୁଥିଲେ।

ଏହି ଧାରାବାହିକର ଆଗାମୀ ଏପିସୋଡ୍‌ ଗୁଡ଼ିକରେ ସୁରେଶଙ୍କ ଚରିତ୍ରକୁ ଯେଉଁ ସବୁ ମୋଡ଼ ଦିଆଯାଇଛି, ସେଥିରେ ଅସନ୍ତୋଷ ପ୍ରକାଶ କରି ସେ ଏଥିରୁ ଓହରି ଯାଇଛନ୍ତି।

ଏ ନେଇ ସେ କହିଛନ୍ତି, ‘ଆମେ ସମସ୍ତେ ଜାଣିଛନ୍ତି ଯେ, ପ୍ରତିଦିନ ପ୍ରସାରିତ ହେଉଥିବା ଅନେକ ଧାରାବାହିକର ସ୍କ୍ରିପ୍ଟର ମୁଣ୍ଡ କିମ୍ବା ଲାଞ୍ଜ ନଥାଏ। କିନ୍ତୁ ମୋର ତ ମୁଣ୍ଡ ଅଛି। ଯେଉଁ ସମୟରେ ସୁପର୍‌ଷ୍ଟାର୍‌ ଶାହରୁଖ୍‌ ଛୋଟ ପରଦାରେ କ୍ୟାରିଅର ଆରମ୍ଭ କରିଥିଲେ ମୁଁ ବି ସେହି ପାଖାପାଖି ଟେଲିଭିଜନ୍‌ ଦୁନିଆରେ ପାଦ ରଖିଥିଲି। ତେଣୁ ମୁଁ ଯଦି ସ୍କ୍ରିପ୍ଟକୁ ନେଇ କିଛି କହୁଛି, ତା’ହେଲେ ତା’ର କିଛି ଅର୍ଥ ରହିଛି। ମୋ ପାଖରେ ଅନେକ ବର୍ଷର ଅନୁଭବ ରହିଛି।”

SudeshBerryଅସନ୍ତୁଷ୍ଟ ସୁରେଶ ଆହୁରି କହିଛନ୍ତି, ‘ମୁଁ ଟଙ୍କା ନୁହେଁ, କାମ ଉପରେ ବିଶ୍ୱାସ କରେ। ମୋ କାମ ହିଁ ମୋତେ ଦର୍ଶକଙ୍କ ସହିତ ଯୋଡ଼ିଥାଏ। କିନ୍ତୁ ବର୍ତ୍ତମାନ ସମୟ ବହୁତ ବଦଳିଛି। ମୂଷା ଦୌଡ଼ରେ ଭାଗ ନେବାରେ ମୁଁ ବିଶ୍ୱାସ କରେ ନାହିଁ। ଯଦି ମୋ ପାଇଁ କିଛି କାମ ନାହିଁ, ତା’ହେଲେ ଆଗକୁ ବଢ଼ିବା ସହିତ କିଛି ନୂଆ କରିବା ପାଇଁ ମୁଁ ସର୍ବଦା ଚେଷ୍ଟା କରିଥାଏ।’

ସୁରେଶ ବେରୀଙ୍କ ସ୍ଥାନରେ ଅଭିନେତା ଦୀପରାଜ୍‌ ରାଣାଙ୍କୁ ‘ମୁସ୍କାନ୍‌’ରେ ନିଆଯିବ ବୋଲି ଶୁଣିବାକୁ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos