ବୁଲା କୁକୁରକୁ ନ୍ୟାୟ ଦେବା ପାଇଁ ଅଣ୍ଟା ଭିଡ଼ିଲେ ବଲିଉଡ୍‌ ଅଭିନେତ୍ରୀ

ମୁମ୍ୱାଇ: ନିକଟରେ ମୁମ୍ୱାଇର ବର୍ଲି ଅଞ୍ଚଳରେ ବର୍ଷାରୁ ରକ୍ଷା ପାଇବା ପାଇଁ ଗୋଟିଏ ବୁଲା କୁକୁର ଏକ ବିଲ୍ଡିଂରେ ପଶି ଯାଇଥିଲା। ଏହାପରେ ସେଠାରେ ମୁତୟନ ହୋଇଥିବା ସୁରକ୍ଷାକର୍ମୀ ତାକୁ ନିସ୍ତୁକ ପିଟି ଥିଲେ। ଫଳରେ କୁକୁର ଦେହରେ ଗଭୀର ଆଘାତ ବି ଲାଗିଛି। ଏହା ପରେ କୁକୁରଟିର ଫଟୋ ଓ ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଏହି ପୋଷ୍ଟ୍‌ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା, ସୋନମ୍‌ କପୁର୍‌ ଓ ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡେଜ୍‌ଙ୍କୁ ଖୁବ୍ […]

dog

dog

Puspanjali Panda
  • Published: Monday, 29 July 2019
  • Updated: 29 July 2019, 01:45 PM IST

Sports

Latest News

ମୁମ୍ୱାଇ: ନିକଟରେ ମୁମ୍ୱାଇର ବର୍ଲି ଅଞ୍ଚଳରେ ବର୍ଷାରୁ ରକ୍ଷା ପାଇବା ପାଇଁ ଗୋଟିଏ ବୁଲା କୁକୁର ଏକ ବିଲ୍ଡିଂରେ ପଶି ଯାଇଥିଲା। ଏହାପରେ ସେଠାରେ ମୁତୟନ ହୋଇଥିବା ସୁରକ୍ଷାକର୍ମୀ ତାକୁ ନିସ୍ତୁକ ପିଟି ଥିଲେ। ଫଳରେ କୁକୁର ଦେହରେ ଗଭୀର ଆଘାତ ବି ଲାଗିଛି। ଏହା ପରେ କୁକୁରଟିର ଫଟୋ ଓ ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଏହି ପୋଷ୍ଟ୍‌ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା, ସୋନମ୍‌ କପୁର୍‌ ଓ ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡେଜ୍‌ଙ୍କୁ ଖୁବ୍ କଷ୍ଟ ଦେଇଛି। ସେମାନେ ବି ଏହି ପୋଷ୍ଟ୍‌କୁ ଶେଆର କରି କୁକୁରଟିକୁ ନ୍ୟାୟ ଦେବା କଥା କହିଛନ୍ତି।

ଅନୁଷ୍କା ଲେଖିଛନ୍ତି, ଏ ପ୍ରକାର ଅମାନବୀୟ କାମ ବିଲକୁଲ୍‌ ଅବିଶ୍ୱସନୀୟ। ବର୍ତ୍ତମାନ ସମୟ ଆସିଛି ଆମ ସମାଜର ପ୍ରତ୍ୟେକ ବ୍ୟକ୍ତି ଏମାନଙ୍କୁ ନ୍ୟାୟ ଦେବା ପାଇଁ ଆଗେଇ ଆସନ୍ତୁ। କାହିଁକିନା ଏମାନେ ନିଜେ ନିଜ ପାଇଁ ଛିଡ଼ା ହୋଇପାରିବେ ନାହିଁ।
https://www.instagram.com/p/B0eQnm9pDuF/?utm_source=ig_web_copy_link

ସେହିପରି ସୋନମ୍‌ କପୁର୍‌ ଲେଖିଛନ୍ତି, ଯେଉଁ ବ୍ୟକ୍ତି ଏପରି କାର୍ଯ୍ୟ କରିଛି, ତାଙ୍କ ବିରୋଧରେ ମାମଲା ରୁଜୁ ହୋଇ ସାରିଛି। ବର୍ଲି ପୁଲିସ୍‌ ଷ୍ଟେସନରେ ଫଟୋ ଓ ଭିଡିଓ ସହିତ ସମସ୍ତ ପ୍ରମାଣ ମଧ୍ୟ ଦିଆସରିଛି।

ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡେଜ୍‌ ମଧ୍ୟ ଲୋକଙ୍କୁ ଏପରି ନ କରିବା ଅନୁରୋଧ କରିବା ସହିତ କୁକୁରଟିକୁ ନ୍ୟାୟ ଦେବା ପାଇଁ କହିଛନ୍ତି।
https://www.instagram.com/p/B0d0mKMFSxM/?utm_source=ig_web_copy_link

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos